Wed. Oct 14th, 2026

ନୂଆଦିଲ୍ଲୀ: ପ୍ଲାଷ୍ଟିକ୍ ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହାରି ଭିତରେ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଆଗାମୀ ଦିନରେ ଆଉ ପ୍ଲାଷ୍ଟିକ୍ ଚା’ କପ୍ ବଦଳରେ ମାଟି କପ୍ ବା ମଟକାରେ ଚା’ ମିଳିବ। ଦେଶର ସମସ୍ତ ରେଳ ଷ୍ଟେସନରେ ଏହି ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି।ପୀୟୂଷ ଟ୍ୱିଟ୍ କରି କହିଛନ୍ତି, ପୂର୍ବରୁ ରେଳ ଷ୍ଟେସନରେ ମଟକାରେ ଚା ମିଳୁଥିଲା। ଏହାପରେ ପ୍ଲାଷ୍ଟିକ୍ କପରେ ଚା ମିଳିଥିଲା। ଏବେ ଖଦି ଗ୍ରାମ ଉଦ୍ୟୋଗ ଏବଂ ରେଳ ବିଭାଗ ମିଳିତ ଭାବେ କାମ କରି ଦେଶର ୪୦୦ ଷ୍ଟେସନରେ ମଟକାରେ ଚା ସେବା କରାଇଛନ୍ତି। ପ୍ଲାଷ୍ଟିକ ମୁକ୍ତ ଭାରତ ହେବା ଦିଗରେ ଏହା ଏକ ଅଭିଯାନ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *