ପିପିଇ କିଟ ପିନ୍ଧି, ସରିଲା ବାହାଘର

https://twitter.com/ANI/status/1335615902058860545?s=09

କରୋନା ମହାମାରୀ ରେ କନିଆଁ ସଂକ୍ରମିତ ,କିନ୍ତୁ ଅଟକିଲାନି ବର । ଯେମିତି ହେଲେ ବାହାଘର ହେବ ହିଁ ହେବ , ବର କନ୍ୟାଙ୍କୁ କେହି ରୋକି ପାରିବେ ନାହିଁ । ବାହାଘରକୁନେଇ ଏବେ ଏମିତି ଏକ ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯାହାକୁ ଯିଏ ଦେଖିବ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ୍ । ରାଜସ୍ଥାନ ବାରାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ବିବାହ ଦିନ କନିଆଁ କରୋନା ପଜିଟିଭ୍ ଚିହ୍ନଟ ହେଲେ , କିନ୍ତୁ ଅଟକିଲାନି ବାହାଘର । କୋଭିଡ ସେଣ୍ଟରରେ ହିଁ ପିପିଇ କିଟ୍ ପିନ୍ଧି ବର କନିଆଁ ହେଲେ ବାହା ।ତେବେ ବର କନିଆଁଙ୍କ ସମେତ ଏହି ବିବାହରେ ପୂଜାରୀ ଏବଂ କନିଆଁଙ୍କ ବାପା ମାଆ ମଧ୍ୟ ପିପିଇ କିଟ୍ ପିନ୍ଧି ଉପସ୍ଥିତ ଥିଲେ । ଏହି ଭିଡିଓକୁ ଏବେ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେଉଛି ।
ଆପଣ ଦେଖିପାରୁଥିବେ ନୀଳ ରଙ୍ଗର ପିପିଇ କିଟ୍ ପିନ୍ଧି ବର କନିଆଁ ମଣ୍ଡପ ଉପରେ ବସି ସାତ ଫେରା ନେଉଛନ୍ତି । ପାଖରେ କନ୍ୟାଦାନ କରିବା ପାଇଁ କନିଆଁର ବାପା ମାଆ ଧଳା ରଙ୍ଗର ପିପିଇ କିଟ୍ ପିନ୍ଧି ବସିଛନ୍ତି । ଆଉ କିଛି ଦୁରରେ ପୂଜାରୀ ମନ୍ତ୍ର ଉଚ୍ଚାରଣ କରୁଛନ୍ତି ।

You May Also Like

More From Author

+ There are no comments

Add yours