ଇଞ୍ଜିନିୟରିଂ ଜୀବନ ଶୈଳୀ ର ଅଙ୍ଗ

ନବରଙ୍ଗପୁର: ଇଞ୍ଜିନିୟର୍ ଙ୍କ ଅବଦାନ ପୃଥିବୀରେ ଅତୁଳନୀୟ । ସଭ୍ୟତା ର ବିକାଶ ରେ ଇଞ୍ଜିନିୟର୍ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ସି.ଏମ୍.ଆର୍.ଆଇ ନିର୍ଦ୍ଦେଶକ ପ୍ରଫେସର ହରିଶ ହିରାନି ମତବ୍ୟକ୍ତ କରିଛନ୍ତି । ‘ମୁଁ ବି ସମର୍ଥ’କ୍ୟାରିୟର କ୍ୟାରିୟର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ର ୧୪ ତମ ଅଧ୍ୟାୟ ରେ ଯୋଗ ଦେଇ ସେଣ୍ଟ୍ରାଲ ମେକାନିକାଲ ଇଂଜିନିୟରିଂ ରିସର୍ଚ୍ଚ ଇନ୍ଷଟିଚ୍ୟୁଟ୍ ଦୁର୍ଗାପୁର ର ନିର୍ଦ୍ଦେଶକ ଡ଼ଃ ହିରାନି ଭାରତର ବିଭିନ୍ନ ଦେଶରୁ କୃଷି, ମହାକାଶ ଗବେଷଣା, ପ୍ରତିରକ୍ଷା ଭଳି ଅନେକ ବିଭାଗରେ ଅନେକ ଯନ୍ତ୍ରାଂଶ ଆମଦାନୀ କରିଥାଏ । ଆମ ଦେଶରେ ଏଗୁଡ଼ିକ ତିଆରି ହୋଇ ପାରିଲେ ଅନେକ କର୍ମସଂସ୍ଥାନ ମିଲିପାରିବା ସଙ୍ଗେ ସଙ୍ଗେ ଅନେକ ଖର୍ଚ୍ଚ କୁ କମ୍ କରାଯାଇପାରିବ । ମଣିଷ ଜୀବନ ରେ ଇଞ୍ଜିନିୟର୍ ବିଦ୍ୟା ର ବହୁଳ ବ୍ୟବହାର ବୃଦ୍ଧି ପାଉଥିବାରୁ ଏହାର ଚାହିଦା ସର୍ବୋପରି ରହିଛି । ଗୁଣାତ୍ମକ ଶିକ୍ଷା ଏବଂ ଅଭିରୁଚି ଦ୍ବାରା ଇଞ୍ଜିନିୟର କୁ ଅନେକ କର୍ମ ସଂସ୍ଥାନ ମିଳିପାରିବ ବୋଲି ପ୍ରଫେସର ହିରାନି ପ୍ରକାଶ କରିଛନ୍ତି ।ସି.ଏସ୍.ଆଇ.ଆର୍ ସି.ଏସ୍.ଆଇ.ଓ ଚଣ୍ଡୀଗଡ଼ ର ପ୍ରଧାନ ବୈଜ୍ଞାନିକ ଡଃ ପ୍ରଶାନ୍ତ କୁମାର ମହାପାତ୍ର ଯୋଗ ଦେଇ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରୁଥିବା ବିଦ୍ୟାର୍ଥୀ ମାନେ ଶିଳ୍ପ, ଅଧ୍ୟାପନା ସହ ମହାକାଶ ଜ୍ଞାନ ପ୍ରତିରକ୍ଷା ସଂସ୍ଥା, ଭେଷଜ ବିଜ୍ଞାନରେ ମଧ୍ଯ କ୍ୟାରିୟର୍ କରିପାରିେବ। ଏହା ଛଡା ଉଦ୍ୟୋଗି ମଧ୍ୟ ହୋଇପାରିବେ ବୋଲି CSIO ର ବୈଜ୍ଞାନିକ ଡଃ ମହାପାତ୍ର ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ରାସ୍ତା ଗବେଷଣା ସଂସ୍ଥାର ପ୍ରଧାନ ବୈଜ୍ଞାନିକ ଡଃ ଫାରହତ୍ ଆଜାଦ୍ ଯୋଗ ଦେଇ ମହିଳାମାନେ ସଂପ୍ରତି ଇଞ୍ଜିନିୟରିଂ ରେ ଅନେକ ସଫଳ ହୋଇପାରିଛନ୍ତି। ବିଜ୍ଞାନ ଓ ଔଦ୍ୟୋଗିକ ଗବେଷଣା ପରିଷଦ ଥିବା ୩୩ଟି ଅନୁଷ୍ଠାନରେ ଅନେକ ସୁଯୋଗ ରହିଛି ବୋଲି ଡଃ ଆଜାଦ୍ ମତବ୍ୟକ୍ତ କରିଥିଲେ ।
ଉତ୍ତର ପୂର୍ବ ବିଜ୍ଞାନ ତଥା ପ୍ରାଦ୍ୟୋଗିକ ସଂସ୍ଥାନ ଜୋରହାଟ ର ପ୍ରଧାନ ବୈଜ୍ଞାନିକ ସ୍ବପ୍ନାଲୀ ହାଜାରିକା ଯୋଗ ଦେଇ ରସାୟନ ଇଞ୍ଜିନିୟରିଂ ରେ ରହିଥିବା ସୁଯୋଗ ସମ୍ପର୍କରେ କହିଥିଲେ । ‘ମୁଁ ବି ସମର୍ଥ’ କାର୍ଯ୍ୟକ୍ରମ ର ସଂଯୋଜକ ଲକ୍ଷ୍ମୀ ନାରାୟଣ ବକ୍ସି ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ରାଜ୍ୟ ଏବଂ ବିଭିନ୍ନ ପ୍ରଦେଶର ଛାତ୍ରଛାତ୍ରୀ ଯୋଗ ଦେଇ ସେମାନଙ୍କ କ୍ୟାରିୟର ସମ୍ବନ୍ଧୀୟ ପ୍ରଶ୍ନ ପଚାରି ବୁଝିଥିଲେ ।

You May Also Like

More From Author

+ There are no comments

Add yours