କାଠରେ ସୃଜନ ସଂସାର, ନିଆରା କାରିଗରୀ

ଭୁବନେଶ୍ୱର: ପ୍ରତ୍ୟେକ ମଣିଷ ଭିତରେ ଭରିରହିଛି ସୃଜନଶୀଳତାର ଭିନ୍ନ ଭିନ୍ନ ପରିକଳ୍ପନା । କଳା ଓ କାରିଗରୀ ପ୍ରତି ସମର୍ପିତ ମନୋଭାବ,ସମାଜରେ ସ୍ବତନ୍ତ୍ର ପରିଚୟ ଦେଇଛି। ଭୁବନେଶ୍ବର ଆଇଗିଣିଆ ନିକଟରେ ରହୁଥିବା କାଠ ଖୋଦେଇ କାରିଗର ସନ୍ତୋଷ ଓଝା । କାଠରସୁନ୍ଦର ସୁନ୍ଦର ମୂର୍ତ୍ତୀ ତିଆରି ସତେଯେମିତି ନିଶା ଓ ପେଶା । ୨୦୧୩ରେ ହସ୍ତକଳା ଗବେଷଣା ପ୍ରତିଷ୍ଠାନ ତରଫରୁ ରାଜ୍ୟ ସ୍ତରୀୟ ସମ୍ମାନରେ ସମ୍ବର୍ଦ୍ଦିତ ହୋଇଥିଲେ ସନ୍ତୋଷ ।
ଏ ସୃଜନଶୀଳତାର ଯାତ୍ରା ,ଖୁବ ପୁରୁଣା । ବାପା ଦେବରାଜ ଓଝା ଥିଲେ ଜଣେ ବିଶିଷ୍ଟ ପଥର କାରିଗର। ତାଙ୍କରି ପ୍ରେରଣାରେ ଜୀବନରେ ଅନେକ କୌଶଳକୁ ହାତେଇଛନ୍ତି ସନ୍ତୋଷ । ଦଶମ ପାସ ପରେ ୧୯୯୦ ମସିହାରେ ଭୁବନେଶ୍ବର ହସ୍ତଶିଳ୍ପ ଗବେଷଣା ପ୍ରତିଷ୍ଠାନରୁ କାଠ ଖୋଦେଇରେ ଦୁଇବର୍ଷର ତାଲିମ ନେଇଥିଲେ । ପରେ ନିଜ ଉଦ୍ୟମରେ ଗଢିଛନ୍ତି ଛୋଟିଆ ଓ୍ବାର୍କସପ । ଦିନ ରାତି ଏଇଠି ତାଙ୍କର ସୃଜନ ସଂସାର। ରେଡିଓରେ ଗୀତ ଶୁଣିଶୁଣି କେତେ କଣ ତିଆରି କରିଯାଆନ୍ତି । ଭିନ୍ନ ଭିନ୍ନ ସୁଦୃଶ୍ୟ କାଠର ପ୍ରତିକୃତି,ମୁର୍ତ୍ତୀ ଓ ସୈଖୀନ ଜିନିଷ ତିଆରି ସନ୍ତୋଷ ଅନ୍ୟମାନଙ୍କ ଠାରୁ ପୁରା ଅଲଗା । ଏଥିପାଇଁ ପୌରାଣିକ କଥାବସ୍ତୁ ପଢିବା ସହ ଥିମ ସମ୍ପର୍କରେ ଯଥେଷ୍ଟ ପଢନ୍ତି . ରାଧାକୃଷ୍ଣ ଯୁଗଳ, ଅନନ୍ତ ନାରାୟଣ,ଗଣେଷ,ସରସ୍ବତୀ ଏମିତି କେତେ କଣ ତିଆରି କରିଛନ୍ତି । ନିଜ ସୌଖୀନ କାଠ ଖୋଦେଇ କାରିଗରୀକୁ ନେଇ ଦେଶ ଭିତରେ ବିଭିନ୍ନ ପ୍ରଦର୍ଶନୀରେ ଭାଗ ନିଅନ୍ତି। ହାତ ତିଆରି ଜିନିଷକୁ ନେଇ କଳାପ୍ରେମୀଙ୍କ ସ୍ବୀକୃତି ପରେ ନୂଆ ନୂଆ ଡିଜାଇନର ପରିକଳ୍ପନା କରନ୍ତି ।
ପକ୍ଷୀଙ୍କ କିଚିରିମିଚିରି ଆଉ ଟିକେ ବୁଲାବୁଲିକୁ ଭଲ ପାଆନ୍ତି ସନ୍ତୋଷ । ପ୍ରକୃତିରୁ ପ୍ରେରଣା ନିଅନ୍ତି। ସନ୍ତୋଷଙ୍କ ସୃଜନ ଶୀଳତାର ଯାତ୍ରା ଆଗକୁ ବଢୁ। ସୃଜନ ସୃଷ୍ଟିର ଉତ୍କର୍ଷତାକୁ ଛୁଇଁ ଯାଉ ତାଙ୍କର ସୃଷ୍ଟି।

https://youtu.be/YbMgmZbSr_E

ଏବେ ରାଜ୍ୟ ହସ୍ତକଳା ପରୁସ୍କାରକୁ ନେଇ ଫଳକ ତିଆରିରେ ବ୍ୟସ୍ତ ଅଛନ୍ତି ସନ୍ତୋଷ . ପ୍ରତିବର୍ଷ ଭଳି ମୁକ୍ତେଶ୍ବର ତୋରଣ ଥିମରେ ତିଆରି ହେଉଛି କାଠ ତିଆରି ତୋରଣ ପ୍ରତିକୃତି । ଦିନେ ଏଭଳି ମୁକ୍ତେଶ୍ବର ତୋରଣ ପ୍ରତିକୃତି କୁ ସେ ରାଜଯ ପୁରସ୍କାର ଭାବେ ପାଇଥିଲେ । ଏବେ ଅନ୍ୟ ଶ୍ରେଷ୍ଠ କାରିଗରଙ୍କୁ ସରକାର ଏହା ପ୍ରଦାନ କରିବେ. ଏ ନେଇ ମନରେ ନାହିଁ ନଥିବା ଖୁସି । ଏହି କଳାକାରଙ୍କ ସୃଜନଶୀଳତାକୁ ଭଲ ପାଆନ୍ତୁ,ପ୍ରୋତ୍ସାହନ ଦିଅନ୍ତୁ।

ଯୋଗାଯୋଗ କରନ୍ତୁ,9692137305। ଆପଣଙ୍କ ଟିକେ ସହଯୋଗ କଳାକାରଙ୍କୁ ସମ୍ମାନ ଦେବ।

You May Also Like

More From Author

+ There are no comments

Add yours