Wed. Oct 14th, 2026

ଆଦିବାସୀ ଅଧ୍ୟୁଷିତ ପାହାଡିଆ ଅଞ୍ଚଳରେ ନିଆରା ପରମ୍ପରାର ଅଶିଣ ପର୍ବ । ଏହାକୁ ମହା ଆଡମ୍ବରରେ ଗ୍ରାମ୍ୟ ଦେବି କୁରେଇଶୁଣୀ ମନ୍ଦିର ରେ ସମ୍ପୁର୍ଣ୍ଣ ରୀତି ନୀତିରେ ପୂଜାର୍ଚ୍ଚନା କରାଯାଏ ହେଲେ ଏଠି କୌଣସି ଝିଲମିଲ ଆଲୁଅ ରେ ସାଜ ସଜା ଦେଖିବାକୁ ମିଳେନାହିଁ କିମ୍ବା କୌଣସି ଜୀବ ବଳିର ବିଧି ବ୍ୟବସ୍ଥା ନାହିଁ । ଗ୍ରାମରେ ସମ୍ପୁର୍ଣ୍ଣ ନିଶାକୁ ବାରଣ କରାଯାଇଥିବା ବେଳେ ଗ୍ରାମର ପିଲାଠାରୁ ବୟସ୍କ କାନ୍ଧ କୁ କାନ୍ଧ ମିଶାଇ ଆଦିବାସୀ ଙ୍କ ପାରମ୍ପରିକ ବାଜାର ତାଳେ ତାଳେ ନାଚି ଭାବ ଭକ୍ତିରେ ପୁରା ମସଗୁଲ ହୋଇଥାନ୍ତି ‌। ଏଭଳି ନିଆଁରା ପର୍ବ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୁଆଁଗଡ ବ୍ଳକର ଟାଙ୍ଗୀଲି ପଞ୍ଚାୟତ ର ବାଙ୍ଗସିଙ୍ଗସାହି ଗ୍ରାମରେ ।

ପାହାଡ଼ ର ଶୀର୍ଷ ରେ ଅବସ୍ଥିତ ଏହି ଗ୍ରାମଟି ବହୁ ପୁରାତନ ହୋଇଥିବା ବେଳେ ଏବେ ଘର ସଂଖ୍ୟା ୪୦ । ଅତି ଛୋଟିଆ ଗ୍ରାମରେ ଅଧିକାଂଶ ଲୋକେ ସରକାରୀ ଚାକିରିଆ। ପାଠପଢା ପ୍ରତି ସମସ୍ତ ଙ୍କ ବେଶ ଆଗ୍ରହୀ । ହେଲେ ଆଶ୍ୱିନ ମାସ ଦଶହରା ଛୁଟି ହେଲେ ଯିଏ ଯେଉଁଠି ଥିଲେ ମଧ୍ୟ ଗ୍ରାମକୁ ଚାଲିଆସନ୍ତି ପର୍ବ ପାଳନ ପାଇଁ । ପରମ୍ପରା ଅନୁଯାୟୀ ବର୍ଷ ଆରମ୍ଭରେ ବାଡ଼ପାହାଡରେ ଚାଷ ହୋଇଥିବା କୁଣ୍ଡ ଧାନ,କମଳା,ନାରଙ୍ଗୀ ଆଦି ସମସ୍ତ ଉତ୍ପାଦିତ ଶସ୍ୟ ଓ ଫଳ କୁ ରିତି ନିତି ପରମ୍ପରାରେ ଗ୍ରାମରେ ବିଜେ ମାଁ କୁରେଇଶୁଣୀ ଦେବି ଙ୍କୁ ସମର୍ପଣ କରିଥାଆନ୍ତି। ତାପରେ ବ୍ୟବହାର କରାଯାଇଥାଏ।

କେଉଁ ପୁରାତନ କାଳରୁ ଏହି ପୁର୍ବ ପାଳନ ହେଉଥିବା ବେଳେ ଢୋଲ, ମାଦଳ, ଚାଙ୍ଗୁ, ଆଦିରେ ବାଜା ବଜାଇ ଖୁବ୍ ମଜା ମଜଲିସରେ ପାଳନ ହୁଏ ପର୍ବ । ପୂର୍ବରୁ ଦେବୀମାଁ ଙ୍କ ଠାରେ ଜୀବଜନ୍ତୁ ହତ୍ୟା କରି ବଳି ପକାଯାଉଥିଲା ହେଲେ ସମୟ ଅନୁକ୍ରମରେ ଅନେକ ବର୍ଷ ହେଲାଣି ବଳି କୁ ସମ୍ପୁନ୍ନ ବନ୍ଦ କରାଯାଇ କେବଳ ପଞ୍ଚାମୃତ ସିଞ୍ଚନ କରାଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗ୍ରାମରେ ମାଦକ ଦ୍ରବ୍ୟ ବା କୁ ନିଶାପାଣି ସମ୍ପୁର୍ଣ୍ଣ ବାରଣ କରାଯାଇଥିବା ବେଳେ ମାଁ ଙ୍କ ପୁଜା ଅର୍ଚ୍ଚନା ଅତି ନିଷ୍ଠାର ସହ ପାଳନ କରିଲେ ଆଗକୁ ଫସଲ ଭଲ ହେବା ସହ ଗ୍ରାମବାସୀଙ୍କ ଉନ୍ନତି ହେବ ନେଇ ରହିଛି ଧାର୍ମିକ ବିଶ୍ଵାସ।

ସରକାର ଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ବାଗସିଙ୍ଗସାହି ଗ୍ରାମ , ଗ୍ରାମରେ ଅନେକ ସମସ୍ୟା ଲାଗି ରହିଛି, ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଛି , ସରକାରଙ୍କ ଦୃଷ୍ଟି ଦେଇ ଭିତି ଭୂମିର ବିକାଶ କଲେ ଗ୍ରାମ୍ୟ ମନ୍ଦିର ର ଉନ୍ନତି ସହ ଗ୍ରାମବାସୀଙ୍କ ଉନ୍ନତି ହୋଇପାରିବ ।

Leave a Reply

Your email address will not be published. Required fields are marked *