ଭୋଟର ତାଲିକା ସଂଶୋଧନ ଅବସରରେ ପଥ ଉତ୍ସବ ଅନୁଷ୍ଠିତ

ପୁରୀ ୨୮/୧୦ ମତଦାତାଙ୍କ ମତଦାନ ଗଣତନ୍ତ୍ର କୁ ସୁଦୃଢ କରିଥାଏ । ତେଣୁ ପ୍ରତ୍ୟେକ ସାବାଳକ ଭୋଟର ତାଲିକାରେ ନିଜ ନାମ କୁ ଅନ୍ତର୍ଭୁକ୍ତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅନୁରୋଧ କରିଛନ୍ତି। ଆଜି ପୂର୍ବାହ୍ନରେ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ୧ ଜାନୁଆରୀ ୨୦୨୪ କୁ ଯେଉଁ ମାନଙ୍କୁ ୧୮ ବର୍ଷ ବା ତଦୁର୍ଦ୍ଧ ବର୍ଷ ହେଉଛି ସେମାନେ ଭୋଟର ହେଲ୍ପ ଲାଇନ ଆପ ମାଧ୍ୟମରେ କିମ୍ବା ବି ଏଲ ଓ ଙ୍କ ମାଧ୍ୟମରେ ଭୋଟର ତାଲିକା ରେ ସାମିଲ ପାଇଁ ଫର୍ମ ନମ୍ବର ୬ରେ ଆବେଦନ କରିପାରିବେ।ସେହିପରି ମୃତ୍ୟୁ ଇତ୍ୟାଦି କ୍ଷେତ୍ରରେ ୭ ନମ୍ବର ଫର୍ମ ରେ ବାଦ,ନାମ,ତଥ୍ୟ,ଫଟୋ ଠିକଣା ଇତ୍ୟାଦି ସଂଶୋଧନ ପାଇଁ ୮ ନମ୍ବର ଫର୍ମ ରେ ଆବେଦନ କରିପାରିବେ।ପ୍ରତିଟି ଭୋଟ ମୂଲ୍ୟବାନ।ତେଣୁ ପ୍ରତ୍ୟେକ ଭୋଟର ମତଦାନ କରିବାକୁ ସେ ଅନୁରୋଧ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସ ପି ଦେବବ୍ରତ ଚକ୍ର,ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ମହାରଣା,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ପ୍ରମୁଖ ଯୋଗ ଦେଇ ଭୋଟର ତାଲିକା ସଂଶୋଧନ ର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ଭୋଟର କାର୍ଡ କେବଳ ମତଦାନ ନୁହେଁ ଅନ୍ୟାନ୍ୟ ବିବିଧ କାର୍ଯ୍ୟ ରେ ବ୍ୟବହୃତ ହେଉଥିବାରୁ ପ୍ରତ୍ୟେକ ସାବାଳକ ଭୋଟର ତାଲିକା ରେ ଅନ୍ତର୍ଭୁକ୍ତ ହେବାକୁ ଅନୁରୋଧ କରିଥିଲେ।ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଏକ ସଚେତନତା ଶୋଭାଯାତ୍ରା ମେଡ଼ିକାଲ ଛକ ଠାରୁ ବାହାରି ମୁକ୍ତାକାଶ ରଙ୍ଗମଞ୍ଚ ପର୍ଯ୍ୟନ୍ତ ପହଞ୍ଚିଥିଲା। ପିପିଲି ର ମା ଝିଲିମିଲି ଧୁଡୁକି ଚୈତାଳି ଲୋକ ନାଟ୍ୟ ଓ ସଦର ବ୍ଲକ ର ମା କ୍ଷେତ୍ରପାଳ ପାଲା ସଂସଦ ର କଳାକାର ମାନେ ଭୋଟର ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ଝୋଟି ମୁରୁଜ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା। ସୂଚନାଯୋଗ୍ୟ ଯେ ଏହି ସଂଶୋଧନ କାର୍ଯ୍ୟକ୍ରମ ଚଳିତ ମାସ ୨୭ ତାରିଖରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନଭେମ୍ବର ମାସ ୫,୧୧,୧୯ ଓ ୨୫ ତାରିଖ କୁ ସ୍ଵତନ୍ତ୍ର ପ୍ରଚାର ଦିବସ ଭାବେ ଧାର୍ଯ୍ୟ କରାଯାଇଛି।

You May Also Like

More From Author

+ There are no comments

Add yours