ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌ରେ ଗୋଟିଏ ପରିବାରର ୪୨ ମୃତ

ଇସ୍ରାଏଲ ଯୁଦ୍ଧ ଯେତିକି ଆଗେଇ ଚାଲୁଛି, ସେତିକି ଭୟାନକ ଚିତ୍ର ଓ ଖବର ସାମନାକୁ ଆସୁଛି। ଯୁଦ୍ଧର କଳାବାଦଲରେ ଶେଷ ହୋଇଯାଇଛି ଗୋଟିଏ ପରିବାରର ତିନି ପିଢି। ଗାଜା ଷ୍ଟ୍ରିପରେ ଇସ୍ରାଏଲ ସେନା ଘନଘନ ବୋମା ମାଡରେ ଗୋଟିଏ ପରିବାରର ୪୨ ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଛି।

ଇସ୍ରାଏଲ-ହମାସ ଯୁଦ୍ଧକୁ ୨୫ ଦିନ ବିତିସାରିଛି।

ଆମେରିକାରେ ରହୁଥିବା ଏକ ପାଲେଷ୍ଟାଇନ୍ ପରିବାର ଦାବି କରିଛି ଯେ, ଇସ୍ରାଏଲ ପଟୁ ହେଉଥିବା ଆକ୍ରମଣରେ ଗାଜାରେ ଥିବା ସେମାନଙ୍କ ପରିବାରର ୩ ପିଢ଼ି ଶେଷ ହୋଇଯାଇଛି । ସେହି ପରିବାରର ସମ୍ପର୍କୀୟ ତାରିକ୍ ହମୁଦା ଏବଂ ତାଙ୍କ ପତ୍ନୀ ମନାଲ ଏକଥା କହିଛନ୍ତି। ଅକ୍ଟୋବର ୧୯ରେ ସେମାନଙ୍କ ଘର ଉପରେ ଦୁଇ ଦୁଇଟି ବୋମା ମାଡ ହେବା ପରେ ମନାଲଙ୍କ ସଂପର୍କୀୟଙ୍କ ଦୁଃଖଦ ମୃତ୍ୟୁ ହୋଇଛି ।

ଇସ୍ରାଏଲ-ହମାସ ଯୁଦ୍ଧରେ ତାଙ୍କର ୪୨ ଜଣ ସଂପର୍କୀୟଙ୍କ ମୃତ୍ୟୁ ହୋଇସାରିଛି ବୋଲି ହମୁଦା ଏବଂ ମନାଲ କହିଛନ୍ତି । ତେବେ ଅକ୍ଟୋବର ୧୯ରେ ଇସ୍ରାଏଲ କରିଥିବା ଏକ ଏୟାର ଷ୍ଟ୍ରାଇକରେ ହିଁ ଏମାନେ ମୃତ୍ୟୁବରଣ କରିଥିବା ନେଇ ସେମାନେ ଦାବି କରିଛନ୍ତି । ପରିବାରର ୪୨ ସଦସ୍ୟଙ୍କୁ ହରାଇ ଇଆଦ ନିଜର କୋହ ସମ୍ଭାଳି ପାରୁନାହାନ୍ତି । ମୃତକଙ୍କ ମଧ୍ୟରେ ୩ ମାସରୁ ୭୭ ବର୍ଷର ସଦସ୍ୟ ଅଛନ୍ତି କହିଛନ୍ତି।

ହମୁଦା କହିଛନ୍ତି ଯେ ତାଙ୍କ ପତ୍ନୀ ମନାଲଙ୍କ ୪ ଭାଇ, ଜଣେ ଭଉଣୀ ଏବଂ ସେମାନଙ୍କ ପିଲାଙ୍କ ମୃତ୍ୟୁ ହୋଇଛି । ତେବେ ମନାଲ ତାଙ୍କ ପରିବାରର ପ୍ରତିଟି ସଦସ୍ୟଙ୍କୁ ବହୁତ ଭଲ ପାଉଥିଲେ । ପ୍ରକୃତରେ ସ୍ବାମୀ ସ୍ତ୍ରୀ ଗାଜାର ଗୋଟିଏ ପ୍ରାନ୍ତର ବାସିନ୍ଦା ହୋଇଥିବା ବେଳେ ସେମାନେ ୨୦୦୪ରୁ ଆମେରିକାରେ ରହୁଛନ୍ତି ବୋଲି ହମୁଦା ସିଏନଏନକୁ କହିଛନ୍ତି । ଜୀବିତଙ୍କ ପାଇଁ ଚିନ୍ତା ହେଉଥିବାରୁ ମୃତକଙ୍କ ଲାଗି ଶୋକ ବି କରିପାରିଲୁ ନାହିଁ ବୋଲି ସେ କହିଛନ୍ତି ।

You May Also Like

More From Author

+ There are no comments

Add yours