Thu. Oct 15th, 2026

ଜାମ୍ମୁ କାଶ୍ମୀର ପୋଲିସର ମହା ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଓଡ଼ିଆ ପୁଅ ରଶ୍ମୀ ରଞ୍ଜନ ସ୍ବାଇଁ । ଦିଲବାଗ ସିଂଙ୍କ ସ୍ଥାନରେ ଶ୍ରୀ ସ୍ବାଇଁ ଡିଜିପି ଭାବେ ଦାୟିତ୍ବ ନେଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସ ମୁଖ୍ୟାଳୟରେ ଆୟୋଜିତ ସମାରୋହରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। 1991 ବ୍ୟାଚର ଆଇପିଏସ୍ ରଶ୍ମୀ ରଞ୍ଜନ ସ୍ବାଇଁ ଏହା ପୂର୍ବରୁ ଶ୍ରୀନଗର ଓ ଜାମ୍ମୁରେ ବରିଷ୍ଠ ପୋଲିସ ଅଧୀକ୍ଷକ ବା ଏସଏସପି ଦାୟିତ୍ବ ତୁଲାଇଛନ୍ତି।

2001ରୁ2003 ଯାଏଁ ସେ ଶ୍ରୀନଗରରେ ଏବଂ 2003ରୁ 2004 ଯାଏଁ ଜମ୍ମୁରେ ଏସଏସପି ରହିଥିଲେ। ଏହାଛଡ଼ା ସେ ରାମବନ, କାରଗିଲ, ପୁଞ୍ଛ ଆଦି ଜିଲ୍ଲାରେ ଏସପି ଦାୟିତ୍ବ ତୁଲାଇଥିଲେ।

ସେ ଭିଜିଲାନ୍ସ ଡିଆଇଜି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। 2006 ମସିହାରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ବହୁ ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରିଥିଲେ। 2020ରେ ସେ ପୁଣି ସିଆଇଡି ପ୍ରମୁଖ ଭାବେ ଜାମ୍ମୁ-କାଶ୍ମୀର ପୋଲିସରେ ସାମିଲ ହୋଇଥିଲେ, ଆଉ ଏବେ ତାଙ୍କୁ ମିଳିଛି କେନ୍ଦ୍ରଶାସିତ ଅଞ୍ଚଳରେ ପୋଲିସର ବିଭାଗର ସର୍ବୋଚ୍ଚ ପଦ। ଜାମ୍ମୁ-କାଶ୍ମୀରରେ ପ୍ରାୟ 10 ବର୍ଷ ଧରି କାମ କରିଥିବା ଶ୍ରୀ ସ୍ବାଇଁଙ୍କୁ ଘାଟିର କମାଣ୍ଡୋ ବି କୁହାଯାଏ।

Leave a Reply

Your email address will not be published. Required fields are marked *