Wed. Oct 14th, 2026

ଫାସ୍‌ଟ୍ୟାଗ୍‌ର ବଦଳିଲା ନିୟମ ଏଣିକି ବର୍ଷକ ପାଇଁ କରିବେ ପାସ୍‌ ।  ବଢ଼ିଆ ଅଫର୍‌, ଥରେ ରିଚାର୍ଜ କଲେ ଅନେକ ସୁବିଧା ପାଇବେ
ରାସ୍ତାରେ ଯିବା ବେଳେ ଆପଣ ପ୍ରତି ୬୦ କିଲୋମିଟର ବ୍ୟବଧାନରେ ଗୋଟିଏ ଗୋଟିଏ ଟୋଲ୍‌ଗେଟ୍‌ ଦେଖିଥିବେ । ଏହି ଟୋଲ୍‌ରେ ଆପଣ ନିର୍ଦ୍ଧାରିତ ଟଙ୍କା ଦେବା ପରେ ଆପଣ ଆଗକୁ ବଢ଼ିପାରିବେ । ତେବେ ପ୍ରତି ଗେଟ୍‌ରେ ଟଙ୍କା ଦେବାରେ ଅନେକ ସମୟରେ ବିରକ୍ତ ଲାଗେ । ଅବଶ୍ୟ ଏବେ ଅନଲାଇନ୍‌ ପେମେଣ୍ଟ ହୋଇଯାଇଥିବାରୁ ଅଟୋମେଟିକ୍‌ ଟଙ୍କା କଟୁଛି । ହେଲେ ରିଚାର୍ଜ କେହି କେହି ମାସକୁ କିମ୍ବା କିଛି ଟଙ୍କାରେ କରୁଛନ୍ତି । ଯାହାଦ୍ବାରା କେତେବେଳେ ଯେ ଟଙ୍କା ସରିଯାଇଥିବ ଏବଂ ଗେଟ୍‌ରେ ହଇରାଣ ହେବେ ଆପଣ ତାହା କହିବା ମୁସ୍କିଲ୍‌ । ସେଇଥି ଲାଗି କେନ୍ଦ୍ର ସରକାର ବାର୍ଷିକ ଟୋଲ୍‌ଗେଟ୍‌ର ବ୍ୟବସ୍ଥା କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା । 

ବାର୍ଷିକ ଫାସ୍‌ଟ୍ୟାଗ

ବାର୍ଷିକ ଫାସ୍‌ଟ୍ୟାଗ୍‌କୁ ନେଇ ଏବେ ଭାରି ଚର୍ଚ୍ଚା । ସାଧାରଣ ଲୋକଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ବାର୍ଷିକ ଫାସ୍‌ଟ୍ୟାଗ୍‌ କଣ । ତେବେ ବାର୍ଷିକ ଫାସ୍‌ଟ୍ୟାଗ୍‌ ହେଉଛି ଏକ ପ୍ରିପେଡ୍ ସେବା । ଯେଉଁଥିରେ ଗାଡ଼ି ମାଲିକମାନେ ଥରକେ ଏକ ନିର୍ଦ୍ଦିଷ୍ଟ ଅର୍ଥ ଦେଇ ବର୍ଷକ ପାଇଁ ଟୋଲ୍‌ଗେଟ୍‌ ଦେଇ ଯାତ୍ରା କରିପାରିବେ । ବଡ଼ ଗାଡ଼ି ଗୁଡ଼ିକ ବର୍ଷକୁ ୩ହଜାର ଟଙ୍କା ଦେଇ ଟୋଲ୍‌ଗେଟ୍‌ରେ ଯିବାଆସିବା କରିପାରିବେ । ବାର୍ଷିକ ଟୋଲ୍‌ ରିଚାର୍ଜ କରିବା ପରେ ୨୦୦ ଟୋଲ୍‌ଗେଟ୍‌ କିମ୍ବା ଏକବର୍ଷ ପର୍ଯ୍ୟନ୍ତ ଆଉ ଟୋଲ୍‌ଗେଟ୍‌ରେ ଟଙ୍କା ଦେବାକୁ ପଡ଼ିବ ନାହିଁ । 

ଏହି ପାସ୍‌ରେ ଆପଣ କେଉଁଠି କେଉଁଠି ଯାଇପାରିବେ?

ବର୍ଷିକିୟା ପାସ୍ କେବଳ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏବଂ MoRTH ଦ୍ୱାରା ପରିଚାଳିତ ଜାତୀୟ ରାଜପଥ (NH) ଏବଂ ଜାତୀୟ ଏକ୍ସପ୍ରେସୱେ (NE) ଟୋଲ୍ ପ୍ଲାଜାରେ ହିଁ ବୈଧ ହେବ । ଏହା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ରାଜ୍ୟ ରାଜପଥ କିମ୍ବା ବେସରକାରୀ ଟୋଲ୍ ରାସ୍ତାରେ କାର୍ଯ୍ୟକାରୀ ହୋଇପାରିବ ନାହିଁ ।

କେମିତି ପାଇବେ ବାର୍ଷିକ ପାସ୍ ?

ଏହି ବାର୍ଷିକ ପାସ୍‌ ପାଇଁ ନୂଆ ଫାସ୍‌ଟ୍ୟାଗ୍‌ କିଣିବାକୁ ପଡ଼ିବ ନାହିଁ । ଆପଣ ନେଇଥିବା ପୁରୁଣା ଫାସ୍‌ଟ୍ୟାଗ୍‌ରେ ହିଁ ଏହାକୁ ଆକ୍ଟିଭ୍‌ କରିପାରିବେ । ଅନଲାନଇନ୍‌ରେ ଆପଣ ରିଚାର୍ଜ କରି ଏହାକୁ ଆକ୍ଟିଭ୍‌ କରିପାରିବେ । 

କେମିତି ଅନଲାଇନ୍‌ରେ ରିଚାର୍ଜ କରିବେ ଆପଣ ?

ରାଜମାର୍ଗ ଯାତ୍ରା ମୋବାଇଲ୍ ଆପ୍ଲିକେସନ୍ କିମ୍ବା NHAI/MoRTH ର ଅଫିସିଆଲ୍ ୱେବସାଇଟକୁ ଯିବାକୁ ପଡ଼ିବ ।

ପରେ ପରେ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବର କିମ୍ବା ଗାଡ଼ିର ପଞ୍ଜୀକରଣ ନମ୍ବର ଏବଂ ଫାସଟ୍ୟାଗ୍ ଆଇଡି ବ୍ୟବହାର କରି ଲଗ୍ ଇନ୍ କରିବାକୁ ପଡ଼ିବ । ଲଗ୍ ଇନ୍ କରିବା ପରେ, ସିଷ୍ଟମ୍ ଆପଣଙ୍କ ଫାସଟ୍ୟାଗର ଯୋଗ୍ୟତା ଯାଞ୍ଚ କରିବ । ଏଥିପାଇଁ ଆପଣଙ୍କ ଫାସଟ୍ୟାଗ୍ ସକ୍ରିୟ ଥିବା, ଗାଡ଼ିର ୱିଣ୍ଡସିଲ୍ଡରେ ଠିକ୍ ଭାବରେ ଲାଗିଥିବା ଏବଂ ଗାଡ଼ିର ପଞ୍ଜୀକରଣ ନମ୍ବର (VRN) ସହିତ ସଠିକ୍ ଭାବେ ରହିଥିବା ଆବଶ୍ୟକ । ଯଦି ଆପଣଙ୍କ ଫାସଟ୍ୟାଗ୍ କେବଳ ଚେସିସ୍ ନମ୍ବର ସହିତ ପଞ୍ଜୀକୃତ ହୋଇଥାଏ, ତେବେ ଏହି ସୁବିଧା ଆପଣଙ୍କୁ ମିଳିବ ନାହିଁ । ଏହାପରେ ୩,୦୦୦ ଟଙ୍କାର ବାର୍ଷିକ ପାସ୍ ବିକଳ୍ପ ଚୟନ କରିବାକୁ ହେବ । ଏହାପରେ ୟୁପିଆଇ (UPI), ଡେବିଟ୍/କ୍ରେଡିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଅନଲାଇନରେ ପେମେଣ୍ଟ୍ କରିବାକୁ ପଡ଼ିବ । ପେମେଣ୍ଟ ହେବା ପରେ ଆପଣଙ୍କ ରେଜିଷ୍ଟର ମୋାବାଇଲ୍‌ ନମ୍ବରକୁ ଏକ ମେସେଜ୍‌ ଆସିବ । ତେବେ ବାର୍ଷିକ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ ନୁହେଁ । ଯଦି ଆପଣ ଚାହିବେ କରିବେ ନହେଲେ ପୂର୍ବପରି ଯିବାଆସିବା କରିପାରିବେ । 

Leave a Reply

Your email address will not be published. Required fields are marked *