ସାମ୍ପୁ ପରେ ବିପଦ ଆଣିବ କ୍ଲିନିଙ୍ଗ ପ୍ରୋଡକ୍ଟ

ଟିବି ଏବଂ ଟିଟାନସ ଭଳି ଗୁରୁତର ସଂକ୍ରମଣ ଠାରୁ ଆରମ୍ଭ କରି ଦେହର କ୍ଷତର ଆରୋଗ୍ୟ ପର୍ଯ୍ୟନ୍ତ ଜୀବାଣୁ ର ଏକ ମୁଖ୍ୟ ଭୂମିକା ରହିଛି । କୌଣସି ପୃଷ୍ଠକୁ ସ୍ପର୍ଶ କରିବା ଦ୍ୱାରା ସେଠାରେ ଉପସ୍ଥିତ ଥିବା ଜୀବାଣୁ ଆମ ଶରୀରରେ ପହଂଚିବା ଏହା ସାଧାରଣ କଥା । ସାବୁନ ଠାରୁ ଆରମ୍ଭ କରି ସଫା କରିବା ପର୍ଯ୍ୟନ୍ତ ଏପରି ଅନେକ ଉତ୍ପାଦ ଅଛି, ଯାହା ବ୍ୟାକ୍ଟେରିଆକୁ ଦ୍ୱର କରିଥାଏ । ଟରୋଂଟ ବିଶ୍ୱବିଦ୍ୟାଳୟ ସାମ୍ପ୍ରତିକ ଅନୁସନ୍ଧାନରେ ଏକ ଚିନ୍ତାଜନକ ବିଷୟ ସାମ୍ନାକୁ ଆସିଛି । ଅନୁସନ୍ଧାନକାରୀ ମାନେ କହିଛନ୍ତି ଯେ ସାବୁନ, ଟୁଥ ପେଷ୍ଟ ଏବଂ ଅନ୍ୟାନ୍ୟ ସଫେଇ ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ଆଂଟିବାୟୋଟିକ ପ୍ରତିରୋଧ ସୃଷ୍ଟି କରୁଛି । ଅଧିକାଂଶ ସାବୁନ, ଟୁଥ ପେଷ୍ଟ ଏବଂ ଅନ୍ୟାନ୍ୟ ସଫେଇ ଦ୍ରବ୍ୟ ଯାହା ବ୍ୟାକ୍ଟେରିଆ ସହିତ ଟ୍ରାଇକ୍ଲୋସାନ ନାମକ ଏକ ରାସାୟନକ ପଦାର୍ଥ ରହି ଥାଏ । ଟରୋଂଟ ବିଶ୍ୱବିଦ୍ୟାଳୟର ପ୍ରଫେସର ହୁଇ ପେଙ୍ଗ କହିଛନ୍ତି ଯେ ଟ୍ରାଇକ୍ଲୋସାନ ଆଂଟିବାୟୋଟିକ ପ୍ରତିରୋଧ ସହିତ ଜଡିତ ଥିବାର ଜଣାପଡିଛି । ଅନୁସନ୍ଧାନକାରୀ ମାନେ କହିଛନ୍ତି ଯେ ଯଦିଓ ସ୍ୱେରେଜ ପାଣିରେ ଅନେକ ଆଂଟିବାୟୋଟିକ ମିଳିଥାଏ, ସେମାନଙ୍କ ମଧ୍ୟରେ ଟ୍ରାଇକ୍ଲୋସାନ ଇ କୋଲି ଜୀବାଣୁ ପ୍ରତିରୋଧ ସହିତ ଜଡିତ ଥିବା ଜଣାପଡିଛି । ଏହି ଜୀବାଣୁ କଲେରା ପରି ମାରାତ୍ମକ ରୋଗ ସୃଷ୍ଟି କରୁଛି । କିଛି ପୂର୍ବ ଅଧ୍ୟୟନରୁ ଜଣାପଡିଛି ଯେ ଟ୍ରାଇକ୍ଲୋସାନ ବ୍ୟବହାର ଥାଇରଏଡ ହରମୋନ୍ କ୍ଷରଣକୁ ପ୍ରଭାବିତ କରିପାରେ । ପିଲାମାନଙ୍କରେ ଟ୍ରାଇକ୍ଲୋସାନର ଅତ୍ୟଧିକ ବ୍ୟବହାର ସେମାନଙ୍କୁ ଆଜମା ଏବଂ ଅନ୍ୟାନ୍ୟ ଆଲର୍ଜିରେ ଆକ୍ରାନ୍ତ ହୋଇପାରନ୍ତି । ଏହାକୁ ଧ୍ୟାନରେ ରଖି ଆମେରିକାର ଡ୍ରଗ ରେଗୁଲେଟର ଏଫଡିଏ ୨୦୧୬ରେ ସାବୁନ ଏବଂ ଅନ୍ୟାନ୍ୟ ଦ୍ରବ୍ୟରେ ଟ୍ରାଇକ୍ଲୋସାନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲା । ତଥାପି, ଅଧିକାଂଶ ଦେଶରେ ଟ୍ରାଇକ୍ଲୋସାନ ବ୍ୟବହୃତ ହୁଏ । ଭାରତରେ ମଧ୍ୟ ଏହାର ବ୍ୟବହାର ସୀମିତ ପରିମାଣରେ ଅନୁମତିପ୍ରାପ୍ତ ।

You May Also Like

More From Author

+ There are no comments

Add yours