କଲରାପତରିଆ ବାଘ ଛାଲ ଜବତ, ୩ ବେପାରୀ ଗିରଫ

ଶବ୍ଦ ଓଡିଶା ବ୍ୟୁରୋ: ମାଲକାନଗିରି ବନ ବିଭାଗକୁ ବଡ଼ ସଫଳତା । ଗୋଟିଏ କଲରାପତରିଆ ବାଘ ଛାଲ ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ବନ କର୍ମଚାରୀ । ମୋଟୁ ରେଞ୍ଜ ଅନ୍ତର୍ଗତ ପୋଟେରୁ କେନାଲ ରାସ୍ତାରୁ ବାଘ ଛାଲ ବନ ବିଭାଗ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ମୋଟୁ ଥାନା ଅନ୍ତର୍ଗତ ମାଂଗିପାଲି ଗାଁର ବୋଲି ଜଣାପଡ଼ିଛି । ବାଘ ଛାଲ ଚାଲାଣ ବେଳେ ମୋଟୁ ରେଞ୍ଜର ବନ କର୍ମଚାରୀ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

You May Also Like

More From Author

+ There are no comments

Add yours