ବାସବାଗଲି ପାହାଡ ନିଲାମକୁ ବିରୋଧ,ବାଣପୁର ତହସିଲଦାରଙ୍କୁ ଅଭିଯୋଗ

ବାଣପୁର : ପରିବେଶ ସୁରକ୍ଷା ବଦଳରେ ସବୁଜ ପରିବେଶ ନଷ୍ଟ ପାଇଁ ଉଦ୍ୟମ । ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ତହସିଲ ଅଞ୍ଚଳର ବାସବଗଲି ପାହଡକୁ ଖଣି ଲିଜ୍ ଦିଆଯାଉଥିବା ନେଇ ଖବର ଆସିବା ପରେ ବିରୋଧ ମୁଣ୍ଡ ଟେକିଛି । ନାଚୁଣୀ ରେଭେନ୍ୟୁ ସର୍କଲର ନୀଳକଣ୍ଠେଶ୍ବର ମୌଜା ସ୍ଥିତ ବାସବାଗଲି ପାହାଡକୁ ଅଂଚଳର କିଛି ଖଣି ମାଫିଆଙ୍କୁ ଲିଜ ଦିଆଯାଇଛି । ଏ ସମ୍ପର୍କରେ ପୂର୍ବରୁ ୩ ପଞ୍ଚାୟତର ଗ୍ରାମବାସୀ ବିରୋଧ କରି ସ୍ଥାନୀୟ ତହସିଲଦାର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କିଛିଦିନ ତଳେ ଲିଖିତ ଅଭିଯୋଗ ଦେଇଥିଲେ । ତେବେ ଲିଜଧାରୀ ଏହାର ଶୁଭାରମ୍ଭ କରିବା ପରେ ଅଞ୍ଚଳର ୩ ପଂଚାୟତର ଗ୍ରାମବାସୀ ଆଲୋଚନା କରିବା ସହ ପ୍ରଶାସନ ନିକଟରେ ପ୍ରତିବାଦ ଜଣାଇଛନ୍ତି ।  

ସ୍ଥାନୀୟ ଲୋକଙ୍କ ଯୁକ୍ତି, ପାହାଡ ଲିଜ ଦେବାରେ କୌଣସି ଆବଶ୍ୟକତା ନାହିଁ ।  ଦୀର୍ଘ ବର୍ଷରୁ ବନବିଭାଗ ପ୍ରାକୃତିକ ସବୁଜିମା ଗଠନ ପାଇଁ  ପାହାଡର ଦାୟିତ୍ୱ ନେଇ ଜଙ୍ଗଲ ସୃଷ୍ଟି କରିଥିବା ବେଳେ  ପୁଣି ଏହାକୁ ଲିଜ୍ ଦେବା ଅଶୋଭନୀୟ। ଏହି ଅଞ୍ଚଳରେ ବହୁସଂଖ୍ୟକ ଶ୍ୱାସ ରୋଗୀ ଥିବା ସମୟରେ ଏହା ସ୍ଥାନୀୟ ଅଞ୍ଚଳର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ । ଅନ୍ୟପଟେ ଏହାର ଚତୁର୍ପାଶ୍ୱରେ ରବି ଓ ଖରିଫ୍ ଚାଷୀଙ୍କ ଜୀବନ ଜୀବିକା ପ୍ରଭାବିତ ହେବା ଆଶଙ୍କା ରହିଛି । ପାହାଡର ଅତି ନିକଟରେ ଜାତୀୟ ରାଜପଥ , ତେଣୁ ବହୁ ବିପଦର ସମ୍ମୁଖିନ ହେବାସହ ଜନଜୀବନ କ୍ଷୟକ୍ଷତିର ସମ୍ଭାବନା ଅଛି।

ଅଂଚଳବାସୀଙ୍କ ଅସୁବିଧାର ଅଭିଯୋଗ ପରେ ତହସିଲଦାରଙ୍କୁ ଭେଟି ଆଲୋଚନା କରିଛନ୍ତି ବିଜେପି ରାଜ୍ୟ ସଂପାଦକ ଶ୍ରୀ ପୃଥିରାଜ ହରିଚନ୍ଦନ । ବାଣପୁର ତହସିଲଦାର ନିକୁଞ୍ଜ ବିହାରୀ ବଡଜେନାଙ୍କ ସହ ଗୁରୁତ୍ୱର ସହ ସମାଧାନ ନେଇ ପ୍ରସ୍ତାବ ରଖିଥିଲେ । ଆଲୋଚନା ବେଳେ ବାଣପୁର ବ୍ଲକର ପ୍ରାୟ ସମସ୍ତ ପଂଚାୟତର ସମିତି ସଭ୍ୟ ,ସରପଂଚ, ଜିଲ୍ଲା ପରିଷଦ ସହ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂହ ଓ ଯୁବନେତା ଜିତେନ୍ଦ୍ର କୁମାର ଭୋଳ ଉପସ୍ଥିତ ଥିଲେ।

You May Also Like

More From Author

+ There are no comments

Add yours