Thu. Oct 15th, 2026

ରାୟଗଡ଼ା: (ଅଜିତେଶ ପଟ୍ଟନାୟକ ) ଖୁବ ଆଡ଼ମ୍ୱରର ସହ ଆରମ୍ଭ ହୋଇଛି ରାୟଗଡା ଜିଲ୍ଲାର ଲୋକ ମହୋତ୍ସବ ଚଇତି । ମାଆ ମଝିଘରିଆଣି ମନ୍ଦିରରୁ ଆଜ୍ଞାମାଳ ନେଇ ଜିସିଡି ପଡିଆର ମୁଖ୍ୟ ମଞ୍ଚ ନିକଟକୁ ବାହାରି ଥିଲା ବିରାଟ ପଟୁଆର । ଢାମ୍ପ,ଢୋଲ ଓ ଆତସବାଜି ରେ କମ୍ପି ଉଠିଲା ରାୟଗଡା ସହର l ଆଜ୍ଞା ମାଳ ନେଇ ଆସୁଥିବା କଳସ ଯାତ୍ରାରେ ଜନସାଧାରଣ ସାମିଲ ହୋଇଥିଲେ । ମଞ୍ଚ ରେ ମା ଙ୍କ ଆଜ୍ଞାମାଳ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ବିଗ୍ରହ ସ୍ଥାପନ ପରେ ନିମନ୍ତ୍ରିତ ଅତିଥି ପ୍ରଦୀପ ପ୍ରଜ୍ୱଳନ କରି ପଡିଆରେ ହୋଇଥିବା ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ l ଏହାପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ l ମଞ୍ଚକୁ ପରିଚାଳନା କରିଥିଲେ ସୁନାମଧନ୍ୟ ଉପସ୍ଥାପିକା ଶ୍ରୀମତୀ ବିଦିଶା ନାୟକ ଓ  ସହଯୋଗ କରିଥିଲେ ପରିଚିତ ଉପସ୍ଥାପକ ଶୁଭମ l ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚ ନିକଟରେ ସ୍ୱାଗତ ସମ୍ବର୍ଥନା ଜଣାଇ ଆରମ୍ଭ ହୋଇଥିଲା ପ୍ରାରମ୍ଭିକ ସଂଗୀତ । ଏହାପରେ ଭୁବନେଶ୍ୱର କଳାକେନ୍ଦ୍ର ଓଡିଶୀ ନୃତ୍ୟ,ଭରିସିଂ ସରକାରୀ ବିଦ୍ୟାଳୟ(ସର୍ଗିଫୁଲ )ର ଛାତ୍ର, ଛାତ୍ରୀ ମାନେ ଲାଞ୍ଜିଆ ସୌରା ନୃତ୍ୟ,DKDA ପାର୍ସଲି ର ଡ଼ଙ୍ଗରିଆ ଲୋକ ନୃତ୍ୟ,ଆନ୍ଧ୍ରପ୍ରଦେଶ ର ଲମ୍ବାଡ଼ି ନୃତ୍ୟ,କୋରାପୁଟ ର ଆଦିବାସୀ ଦୁରୁଆ ଢେମସା ନୃତ୍ୟ,ରାଜସ୍ତାନ ର ରାଜସ୍ତାନି ଲୋକ ନୃତ୍ୟ ଘୁମର,CRPF 4ର୍ଥ ବାଟାଲିୟନ, ରାୟଗଡା ର ଭାଙ୍ଗଡ଼ା ନୃତ୍ୟ ଓ କାଶୀପୁର, ମୁନିଗୁଡା, ରାୟଗଡା  ବ୍ଲକ ରୁ ବିଭିନ୍ନ ପ୍ରକାର ସ୍ଥାନୀୟ ଲୋକ ନୃତ୍ୟ ପରିବେଷଣ କରିଥିଲେ l ରଙ୍ଗୀନ ପରଦା ର ଜଣାଶୁଣା ଅଭିନେତ୍ରୀ ତମନ୍ନା ଙ୍କୁ ଦେଖିବାକୁ ମିଳିଥଲା ଏହି ମଞ୍ଚ ଉପରେ l

ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ,ସାଂସଦ ଶ୍ରୀ ସପ୍ତଗିରି ଉଲ୍ଲାକା,ଶ୍ରୀ ସୁଧୀର କୁମାର ଦାସ, ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା,ଶ୍ରୀ ମହେଶ ପଟନାୟକ,ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ,ଶ୍ରୀମତୀ ଅନୁଶୟା ମାଝୀ,SP ଶ୍ରୀ ବିବେକା ନନ୍ଦ ଶର୍ମା ରାୟଗଡା, PD DRDA ରାୟଗଡା,ADM ରାୟଗଡ଼, ବିଭିନ୍ନ ବ୍ଲକ ର BDO ଓ ଜିଲ୍ଲାପାଳ  ଏମଏସ ସ୍ୱଦ୍ଧା ଦେବ ସିଂ ପ୍ରମୁଖ ଯୋଗଦେଇ ଥିଲେ l ଚଳିତ ବର୍ଷ ଚଇତିର ସାଜ୍ଜସଜ୍ଜା ମନୋହର ଥିଲା ।  ବିଶେଷ କରି ଭଳିକି ଭଳି ଖାଦ୍ୟ ଷ୍ଟଲ ମାନଙ୍କରେ  ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *