କରୋନାରେ ପ୍ରାଣହରାଇଥିବା କଣ୍ଡକ୍ଟରଙ୍କ ପରିବାରକୁ କୋଭିଡ୍ ସହାୟତା । ୧ କୋଟିର ସହାୟତା ଦେଲେ ଦିଲ୍ଲୀ ସରକାର ।

ଶବ୍ଦ ଓଡିଶା ବ୍ୟୁରୋ: କରୋନାରେ ପ୍ରାଣ ହରାଇଥିବା ଡିଟିସି କଣ୍ଡକ୍ଟରଙ୍କ ପରିବାରକୁ ଦିଲ୍ଲୀ ସରକାରଙ୍କ ସହାୟତା । ମନ୍ତ୍ରୀ କୈଳାଶ ଗହେଲଟ ପରିବାର ସହସ୍ୟଙ୍କୁ ୧ କୋଟିର ସହାୟତା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ କୋଟଲା ମୁବାରକପୁର ନାନକ ଚନ୍ଦ ବସ୍ତିରେ ରହୁଥିବା ରୋହିତ କୁମାରଙ୍କର କରୋନାକାଳରେ ଦେହାନ୍ତ ହୋଇଥିଲା । ଡିଟିସ ବସ କଣ୍ଡକ୍ଟର ଭାବେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ରୋହିତ କୁମାର ଆମ୍ବେଦକର ଡିପୋରେ କାମକରୁଥିଲେ । ଏହି ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଦିଲ୍ଲୀ ସରକାରଙ୍କ ପକ୍ଷରୁ ରୋହିତଙ୍କ ଦେହାନ୍ତ ପରେ କୋଭିଡ୍ ସହାୟତା ରାଶି ପ୍ରଦାନ କରିଛନ୍ତି । ମନ୍ତ୍ରୀ କୈଳାଶ ଗହେଲଟ କହିଛନ୍ତି, ମୁଁ ସ୍ୱୀକାର କରୁଛି କୌଣସି ରାଶି ରୋହିତଙ୍କ ପରିବାରର କ୍ଷତିପୂରଣ ଭରଣା କରିପାରିବ ନାହିଁ । ନିଜର ପ୍ରିୟଜନଙ୍କୁ ହରାଇବାର ଦୁଃଖ ମୁଁ ଜାଣିପାରୁଛି । ଏହା ପୂରଣ କରିବା ସମ୍ଭବ ନୁହେଁ । ସମ୍ମାନ ରାଶି ସେମାନଙ୍କ ପରିବାର ଗୋଟିଏ ମାତ୍ର ଉପାୟ ପରିବାରକୁ କିଛି ସହଯୋଗ କରିବାର । ସେ କହିଛନ୍ତି ଦିଲ୍ଲୀ ସରକାର ସମସ୍ତ କରୋନା ଯୋଦ୍ଧାମାନଙ୍କ ସହ ରହିଛନ୍ତି । ସେମାନଙ୍କ ପରିବାରକୁ ଯେଉଁଭଳି କଷ୍ଟ ନହେବ ସେନେଇ ସବୁପ୍ରକାର ଚେଷ୍ଟା ।

You May Also Like

More From Author

+ There are no comments

Add yours