ଓଡିଶାରୁ ଦିଲ୍ଲୀ ଗଞ୍ଜେଇ କାରବାର ନେଟୱର୍କ, ସ୍ୱାମୀସ୍ତ୍ରୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ ।

ଶବ୍ଦ ଓଡିଶା ବ୍ୟୁରୋ: ଦକ୍ଷିଣ ଦିଲ୍ଲୀରେ ଗଞ୍ଜେଇ କାରବାର କରୁଥିବା ଦମ୍ପତ୍ତିଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୨୦୫.୬୮ କିଲୋ ଗଞ୍ଜେଇ ଜବତ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ସୁମିତ ଶର୍ମା ଏବଂ ତାଙ୍କ ପତ୍ନୀ । ପୋଲିସ ଉଭୟଙ୍କୁ ସ୍ଥାନୀୟ ଆମ୍ବେଦକର ନଗର ଥାନାରେ ରଖି ଅଧିକ ତଦନ୍ତ ଜାରିରଖିଛି ।
ସାଉଥ ଜୋନ ଡିସିପି ଚନ୍ଦନ ଚୌଧୁରୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ଜାନୁଆରୀ ୧୭ରେ ସ୍ପେଶାଲ ଟାସ୍କ ଫୋର୍ସଙ୍କୁ ଅଭିଯୁକ୍ତଙ୍କ ବାବଦରେ ସୂଚନା ମିଳିଥିଲା । ଅଭିଯୁକ୍ତ ମହିଳାଙ୍କ ସହ ମିଶି ବିଆରଟି ରୋଡ ଦେଇ ସଙ୍ଗମ ବିହାର ଅଞ୍ଚଳକୁ ଯାଉଛି । ଏସିପି ରାଜେଶ ବମନିଆଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପୁଷ୍ପା ଭବନ ନିକଟରେ ଧରିଥିଲା । ତେବେ ଯେଉଁ ଗାଡିରେ ଏହି ନିଶାଦ୍ରବ୍ୟ ନିଆଯାଉଥିଲା ପୋଲିସକୁ ଦେଖି ଖସିଯିବାକୁ ଉଦ୍ୟମ ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା । କାରକୁ ଯାଞ୍ଚ ବେଳେ ସେଥିରୁ ବିପୂଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି ।
ପଚରା ଉଚରା ବେଳେ ଜଣାପଡିଛି ଯେ ଏହି ଗଞ୍ଜେଇ ଓଡିଶାରୁ ଆଣି ଏନସିଆର ଅଞ୍ଚଳରେ ବିକ୍ରି କରାଯାଉଥିଲା । କିଲୋପ୍ରତି ଏହାକୁ ପାଖପାଖି ୨୦ହଜାର ଟଙ୍କାରେ ବିକ୍ରି କରାଯାଉଥିଲା । ବର୍ତ୍ତମାନ ଉଭୟକୁ ପୋଲିସ ନିଜ ହେପାଜତରେ ରଖିଛି ।

You May Also Like

More From Author

+ There are no comments

Add yours