କଳିଙ୍ଗ ସେନା ପକ୍ଷରୁ ପଠାନ ଚଳଚ୍ଚିତ୍ରକୁ ବିରୋଧ, ପ୍ରେସମିଟ କରି ଦେଲେ ଚେତାବନୀ

ଶବ୍ଦ ଓଡିଶା ବ୍ୟୁରୋ: ବିବାଦୀୟ ଅଭିନେତା ଶାହାରୁଖ ଖାନଙ୍କ ଚଳଚିତ୍ର ପଠାନକୁ ଓଡିଶା ମାଟିରେ ପ୍ରଦର୍ଶନର ସୁଯୋଗ ଦିଆଯିବ ନାହିଁ । ଯଦି କୌଣସି ପ୍ରେକ୍ଷାଳୟ ଏହାକୁ ଦେଖାଇବାକୁ ଚେଷ୍ଟା କରନ୍ତି ତେବେ କଳିଙ୍ଗ ସେନା ପକ୍ଷରୁ କଡା ବିରୋଧ କରାଯିବ ବୋଲି ସେନା ସୁପ୍ରିମୋ ହେମନ୍ତ ରଥ କହିଛନ୍ତି ।
ପ୍ରେସମିଟରେ ରଥ କହିଛନ୍ତି ଯେ, ହିନ୍ଦୀ ଚଳଚିତ୍ର ଅଶୋକାଠାରୁ ଆରମ୍ଭ କରି ପଠାନ ପର‌୍ୟ୍ୟନ୍ତ ବିଭିନ୍ନ ଚଳଚିତ୍ରରେ ଶାହାରୁଖ ଖାନ୍‍ ଭାରତର ସଂସ୍କୃତିକୁ ନଷ୍ଟ କରାଯାଉଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଅଶୋକା ଚଳଚିତ୍ରରେ ଓଡିଶା ଇତିହାସକୁ ମଧ୍ୟ ସେ ବିକୃତ କରିଥିଲେ । ଏବେ ପଠାନ ଚଳଚିତ୍ରରେ ଯେଭଳି ସେ ଭାରତୀୟ ସଂସ୍କୃତିକୁ ନଷ୍ଟ କରିଛନ୍ତି ଓ ଅଙ୍ଗ ପ୍ରଦର୍ଶନକୁ ପ୍ରାଧାନ୍ୟ ଦେଇଛନ୍ତି ତାହାକୁ ବରଦାସ୍ତ କରାଯିବ ନାହିଁ । ଏହି ଚଳଚିତ୍ର ଓଡିଶାରେ ପ୍ରଦର୍ଶିତ ହେଲେ ତାହା ସଂସ୍କୃତି ସମ୍ପନ୍ନ ରାଜ୍ୟ ଓଡିଶାରେ ଖରାପ ପ୍ରଭାବ ପକାଇବ । ଏହାଦ୍ୱାରା ରାଜ୍ୟ ତଥା ଦେଶର ଭବିଷ୍ୟତ ପୀଢି କୁପଥରେ ଯିବେ ବୋଲି ଶ୍ରୀ ରଥ କହିଛନ୍ତି।
ଏହାକୁ ଦୃଷ୍ଟିରେ ରଖି ଓଡିଶାରେ କୌଣସି ମତେ ପଠାନ ଚଳଚିତ୍ରକୁ ପ୍ରଦର୍ଶନ ସୁଯୋଗ ଦିଆଯିବ ନାହିଁ । ଏହି ଚଳଚିତ୍ରକୁ ନିଜ ନିଜ ପ୍ରେକ୍ଷାଳୟରେ ପ୍ରଦର୍ଶନ ନକରିବାପାଇଁ ସେ ଫିଲ୍ମହଲ ମାଲିକମାନଙ୍କୁ ଅନୁରୋଧ କରିଛନ୍ତି । ଏହାବାଦ୍‍ ଯଦି ଚଳଚିତ୍ରକୁ କେହି ପ୍ରଦର୍ଶନ କରନ୍ତି ତେବେ କଳିଙ୍ଗ ସୈନିକମାନେ ଏହାର ଦୃଢ ଜବାବ ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି ।

You May Also Like

More From Author

+ There are no comments

Add yours