Wed. Oct 14th, 2026

ପାଶ୍ଚାତ୍ୟ ସଭ୍ୟତାରେ ଅନ୍ୟତମ ପର୍ବ ହାଲୋୱିନ୍ । ହେଲେ ଅନ୍ୟମାନଙ୍କ ଠାରୁ ଏହି ପର୍ବ ଟିକେ ଅଲଗା । କାରଣ ଏହାକୁ ସବୁଠାରୁ ଭୟଙ୍କର ପର୍ବ ରୂପେ ବିବେଚନା କରାଯାଏ । ଯାହା ଧିରେ ଧିରେ ଅନ୍ୟ ଦେଶମାନଙ୍କୁ ବ୍ୟାପିବାରେ ଲାଗିଛି ଏହି ପରମ୍ପରା । ବର୍ତ୍ତମାନ ଏହି ପର୍ବର ଉତ୍ସବ ଅନେକ ଦେଶରେ ପାଳିବା ଆରମ୍ଭ କରିଛି । ଏହି ପର୍ବ ପ୍ରତିବର୍ଷ ୩୧ ଅକ୍ଟୋବରରେ ପାଳନ କରାଯାଏ। ବିଭିନ୍ନ ଦେଶର ଲୋକମାନେ ବିଭିନ୍ନ ପ୍ରକାରର ମେକ୍ ଅପ୍ ଏବଂ ଡ୍ରେସ୍ ସହିତ ‘ଭୂତ’ ବେଶ ହୁଅନ୍ତି । ସମସ୍ତେ ଏହି ପର୍ବକୁ ନିଜ ନିଜ ଢଙ୍ଗରେ ପାଳନ କରନ୍ତି । ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଏହାକୁ ପାଳନ କରାଯାଏ। ଅନେକ ଦେଶର ଲୋକମାନେ ଏହାକୁ ଧୁମଧାମରେ ସେଲିବ୍ରେସନ୍ କରନ୍ତି। ତେବେ ଆପଣ ଜାଣିଛନ୍ତି କି, ହାଲୋଏନ୍ କାହିଁକି ପାଳନ କରାଯାଏ? ଖ୍ରୀଷ୍ଟିଆନ ସମ୍ପ୍ରଦାୟରେ, ହାଲୋଏନ୍ ପର୍ବ ସେଲ୍ଟିକ୍ କ୍ୟାଲେଣ୍ଡରର ଶେଷ ଦିନରେ ଅର୍ଥାତ୍ ୩୧ ଅକ୍ଟୋବରରେ ପାଳନ କରାଯାଏ । ଆମେରିକା, ଇଂଲଣ୍ଡ ଏବଂ ୟୁରୋପୀୟ ଦେଶର ଅନେକ ରାଜ୍ୟରେ ଏହା ନୂତନ ବର୍ଷର ଆରମ୍ଭ ଭାବରେ ପାଳନ କରାଯାଏ । ଏବେ ଧୀରେ ଧୀରେ ଭାରତରେ ମଧ୍ୟ ଏହାର କ୍ରେଜ ବୃଦ୍ଧି ପାଉଛି । ହାଲୋଏନ୍ ପ୍ରଥମେ ଆୟର୍ଲାଣ୍ଡ ଏବଂ ସ୍କଟଲ୍ୟାଣ୍ଡରେ ଉତ୍ପନ୍ନ ହୋଇଥିଲା ଯାହା ଶତାବ୍ଦୀ ଧରି ପାଳନ କରାଯାଇଥିଲା । ଏହା ଗ୍ରୀଷ୍ମର ଶେଷ ଏବଂ ଶୀତର ଆରମ୍ଭ ହୋଇଥିଲା। ଏହି ପରମ୍ପରା ପରେ ପୋମୋନା ଏବଂ ଫେରେଲିଆର ରୋମାନ୍ ପର୍ବ ସହିତ ଜଡିତ ହେଲା। ଯେତେବେଳେ ଇଂରେଜ ଏବଂ ବ୍ରିଟିଶ ପ୍ରବାସୀ ଆଟଲାଣ୍ଟିକ୍ ପାର ହୋଇଗଲେ। ଯାହା ପରେ ଆମେରିକାରେ ହାଲୋଏନ୍ ମଧ୍ୟ ପାଳନ ହେବାକୁ ଲାଗିଲା । ତେବେ ଆପଣ ଜାଣିଛନ୍ତି କି କିପରି କରାଯାଏ ଏହି ଉତ୍ସବ? ହାଲୋଏନରେ, ଲୋକମାନେ ଭୂତ ପୋଷାକ ସହ ଭୂତିଆ ମେକ୍ଅପ୍ ନିଅନ୍ତି। ଏହା ସହ ଲୋକଙ୍କ ଘରକୁ ଯାଇ ଉପହାର ସ୍ୱରୂପ କ୍ୟାଣ୍ଡି ଦିଅନ୍ତି। ଇଂରେଜ ଲୋକଙ୍କ କଥା ଅନୁଯାୟୀ, ଏହି ଦିନ ଜ୍ୟାକ୍ ଓ-ଲାଣ୍ଟର୍ ତିଆରି କରିବା ପ୍ରଥା ରହିଛି । ଏହି ଦିନ ଲୋକମାନେ ଏକ ଖୋଲା କଖାରୁ ନିଅନ୍ତି, ଯେଉଁଥିରେ ସେମାନେ ଆଖି, ନାକ ଏବଂ ପାଟି ତିଆରି କରନ୍ତି । ଏହା ଭିତରେ ଏକ ମହମବତୀ ରଖାଯାଏ । ଏବଂ ଶେଷରେ ଏହାକୁ ସମାଧି ଦିଆଯାଏ।

Leave a Reply

Your email address will not be published. Required fields are marked *