Thu. Oct 15th, 2026
A voting official marks the finger of a voter inside a polling booth during the second phase of state elections, in Azamgarh town in the northern Indian state of Uttar Pradesh February 11, 2012. Uttar Pradesh, with 200 million people, is an unruly state that stretches southeast from New Delhi, divided along its length by the Ganges River. To avoid violence, voting is staggered over seven days. Results from a total of five state elections are to be announced on March 6. REUTERS/Pawan Kumar (INDIA - Tags: POLITICS ELECTIONS)

ଆଜି 6 ରାଜ୍ୟର 7 ବିଧାନସଭା ଆସନରେ ମତଦାନ । ଦେଶର 6 ରାଜ୍ୟର 7ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ତେଲେଙ୍ଗାନାର ମୁନୁଗୋଡେ, ମହାରାଷ୍ଟ୍ରର ମୁମ୍ବାଇ-ଇଷ୍ଟ, ହରିୟାଣାର ଆଦାମପୁର, ଉତ୍ତର ପ୍ରଦେଶର ଗୋଲା ଗୋରଖନାଥ, ଓଡିଶାର ଧାମନଗର ଓ ବିହାରର ଦୁଇ ବିଧାନସଭା ଆସନ ମୋକାମା ଓ ଗୋପାଳଗଞ୍ଜ ମତଦାନ ହେଉଛି (Bypolls voting in seven seats )।

ଏହି 7ଟି ଆସନ ମଧ୍ୟରୁ ବିଜେପି ଓ କଂଗ୍ରେସ ଦୁଇଟି ଲେଖାଏଁ ଆସନରେ କ୍ଷମତାରେ ଥିଲା ବେଳେ ଜେଡିୟୁ, ଶିବସେନା ଓ ଆରଜେଡି ଗୋଟିଏ ଲେଖାଏଁ ଆସନରେ କ୍ଷମତାରେ ରହିଥିଲେ । ତେବେ ଏହି ଉପନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତି ଅଙ୍କରେ କୌଣସି ପ୍ରଭାବ ରଖୁ ନଥିଲେ ସୁଦ୍ଧା ହେଭିଓ୍ବେଟଙ୍କ ପ୍ରଚାର ଓ ଦଳର ଆଧିପତ୍ୟ ଲଢେଇ ନେଇ ବେଶ ଚର୍ଚ୍ଚାରେ ରହିଆସିଛି ।ଆଜି ଭୋଟିଂ ଥିବାବେଳେ 6 ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ (Bypolls voting in seven seats ) । ତେବେ କେଉଁ ଆସନରେ କ’ଣ ରହିଛି ରାଜନୈତିକ ସମୀକରଣ । କଣ କହୁଛି ରାଜନୈତିକ ଅଙ୍କ । କେଉଁ ଦଳ ଓ ପ୍ରାର୍ଥୀଙ୍କ ମଧ୍ୟରେ ହେଉଛି ମୁଖ୍ୟ ପ୍ରତିନ୍ଦ୍ବନ୍ଦିତା ,ଆସନ୍ତୁ ଜାଣିବା ।

ମୁମ୍ବାଇ-ଇଷ୍ଟ ( ମହାରାଷ୍ଟ୍ର):-ମହାରାଷ୍ଟ୍ର ରାଜନୀତିରେ ହାଇ ଭୋଲଟେଜ ଡ୍ରାମାରେ କ୍ଷମତା ପରିବର୍ତ୍ତନ ହେବା ପରେ ରାଜ୍ୟ ରାଜନୀତି ପାଣିପାଗ ମଧ୍ୟ ସମ୍ପୂର୍ଣ୍ଣ ବଦଳିଛି । ଏହାରି ମଧ୍ୟରେ ଶିବସେନାକୁ ଚେକମେଟ ଦେବା ପାଇଁ ପ୍ରସ୍ତୁତି କରିଛି ଭାରତୀୟ ଜନତା ପାର୍ଟି । ଶିବେସେନା ବିଧାୟକ ରମେଶ ଲାଟକେ (MLA Ramesh Latke)ଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଦିବଙ୍ଗତ ବିଧାୟକ ରମେଶଙ୍କ ପତ୍ନୀ ରୁତୁଜା ଲାଟକେଙ୍କୁ ପ୍ରାର୍ଥୀ କରି ସମବେଦନାମୂଳକ ଭୋଟ ହାତେଇବାକୁ ପ୍ରୟାସ କରିଛି ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀ ।

ମୁନୁଗୋଡେ (ତେଲେଙ୍ଗାନା ) :-ଉପନିର୍ବାଚନ ପାଇଁ ଜାତୀୟ ସ୍ତରରେ ଚର୍ଚ୍ଚାରେ ଅଛି ତେଲେଙ୍ଗାନା । ଏହି ଆସନରେ କଂଗ୍ରେସ ବିଧାୟକ ଥିବା କୋମାତିରେଡ୍ଡୀ ରାଜଗୋପାଳ ରେଡ୍ଡୀ (MLA Komatireddy Rajgopal Reddy)ଙ୍କ ଇସ୍ତଫା ପରେ ଉପନିର୍ବାଚନ ହେଉଛି । ରାଜଗୋପାଳ ରେଡ୍ଡୀ ବିଧାୟକ ପଦ ଓ କଂଗ୍ରେସରୁ ଇସ୍ତଫା ଦେବା ପରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ତେବେ ଏହି ଆସନ ହାତେଇବା ପାଇଁ ତେଲେଙ୍ଗାନରେ କ୍ଷମତାରେ ଥିବା ଟିଆରଏସ ସମସ୍ତ ବଳ ଲଗାଇଥିବା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ନିଜେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ।

ବିଜେପି ଟିକେଟରେ ପୁନଃ ନିର୍ବାଚନ ଲଢୁଥିବା ପୂର୍ବତନ ବିଧାୟକ ରେଡ୍ଡୀ, ଟିଆରଏସ ପୂର୍ବତନ ବିଧାୟକ କୁସୁକୁନ୍ତଲା ପ୍ରଭାକର ରେଡ୍ଡୀ ଏବଂ କଂଗ୍ରେସର ପଲ୍ଲବାଇ ଶ୍ରୀବନ୍ତିଙ୍କ ମଧ୍ୟରେ ପ୍ରମୁଖ ତଥା ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି । ଅନ୍ୟପଟେ ରାଜ୍ୟରେ ବିଧାୟକ କିଣିବାକୁ ପ୍ରୟାସ ନେଇ ଜାରି ରହିଥିବା ମାମଲା ମଧ୍ୟ କୋର୍ଟରେ ପହଞ୍ଚିଛି ।ଗୋପାଳଗଞ୍ଜ ଓ ମୋକାମା (ବିହାର) :-

ବିହାରର ଦୁଇ ବିଧାନସଭା ଆସନ ମୋକାମା ଓ ଗୋପାଳଗଞ୍ଜରେ କ୍ଷମତାରେ ଥିବା ନୀତିଶ-ତେଜସ୍ବୀ (JD(U)-RJD) ନେତୃତ୍ବାଧୀନ ସରକାରଙ୍କ ପ୍ରଥମ ଚ୍ୟାଲେଞ୍ଜ ହେବାକୁ ଯାଉଛି । ଅନନ୍ତ ସିଂଙ୍କ ସଭ୍ୟପଦ ରଦ୍ଦ ପରେ ଏହି ମୋକାମା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବା ନେଇ ଘୋଷଣା ହୋଇଥିଲା । ଏହି ଆସନରୁ ବିଧାୟକ ଥିବା ତତ୍କାଳୀନ ଅନନ୍ତ ସିଂଙ୍କ ଘରୁ ମାରଣାସ୍ତ୍ର ଜବତ ହେବା ଘଟଣାରେ ଦୋଷୀ ସାବ୍ୟସ୍ତ ପରେ ତାଙ୍କ ବିଧାୟକ ପଦ ରଦ୍ଦ ହୋଇଥିଲା । ଆରଜେଡି ଅନନ୍ତଙ୍କ ପତ୍ନୀ ନୀଲମ ଦେବୀଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିଜେପି ସୋନମ ଦେବୀଙ୍କୁ ପ୍ରାର୍ଥୀ ଭାବେ ମୈଦାକୁ ଓହ୍ଲାଇଛି ।ଗୋପାଳଗଞ୍ଜ

ସେହିପରି ଗୋପାଳଗଞ୍ଜ ଆସନରେ ବିଜେପି ବିଧାୟକ ସୁଭାଷ ସିଂଙ୍କ ଦେହାନ୍ତ ପରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଦିବଙ୍ଗତ ବିଧାୟକ ସୁଭାଷ ସିଂଙ୍କ ପତ୍ନୀ କୁସୁମ ଦେବୀଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ଏଠାରେ ମଧ୍ୟ ବିଜେପି ଓ ଆରଜେଡି ମଧ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ ।ଗୋଲା, ଗୋରଖନାଥ (ଉତ୍ତର ପ୍ରଦେଶ)

ଉତ୍ତର ପ୍ରଦେଶ ବିଜେପି ବିଧାୟକ ଅରବିନ୍ଦ ଗିରିଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ବିଜେପି ଓ ବିରୋଧୀ ସମାଜବାଦୀ ପାର୍ଟି ମଧ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବାକୁ ଯାଉଛି । ବିଜେପି ପକ୍ଷରୁ ଦିବଙ୍ଗତ ବିଧାୟକ ଅରବିନ୍ଦ ଗିରିଙ୍କ ପୁଅ ଅମନ ଗିରିଙ୍କୁ ପ୍ରାର୍ଥୀ କରାଯାଇଛି । ତାଙ୍କ ବିରୋଧରେ ସମାଜବାଦୀ ପାର୍ଟିରୁ ପୂର୍ବତନ ବିଧାୟକ ବିନୟ ତିଓ୍ବାରୀ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ।ଆଦାମପୁର (ହରିୟାଣା)

ଏହି ଆସନରେ ପୂର୍ବତନ କଂଗ୍ରେସ ବିଧାୟକ କୁଳଦୀପ ବିଷ୍ଣୋଇଙ୍କ ଇସ୍ତଫା ଦେବା ପରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ ନାତିଙ୍କ ସମେତ ମୋଟ 22ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି । ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଏହି ଉପନିର୍ବାଚନରେ ବେଶ ସକ୍ରିୟ ନଜର ଆସିଥିବା ଦେଖିବାକୁ ମିଳିଥିଲା ।ଏହି ଆସନରେ ବିଧାୟକ ଥିବା କୁଳଦୀପ ବିଷ୍ଣୋଇ ଚଳିତ ଅଗଷ୍ଟରେ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ତେବେ ବାପାଙ୍କ ପରିବର୍ତ୍ତେ କୁଳଦୀପ ବିଷ୍ଣୋଇଙ୍କ ପୁଅ ଭବ୍ୟ ବିଜେପିରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଏହି ଆସନରେ ​​ବିଜେପି, କଂଗ୍ରେସ, ଆପ ପ୍ରମୁଖ ପ୍ରତିଦ୍ବନ୍ଦୀ ଦଳ ଭାବେ ନିର୍ବାଚନ ଲଢୁଛନ୍ତି ।

ଧାମନଗର (ଓଡିଶା)ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ପ୍ରତିଦ୍ବନ୍ଦ୍ବିତା ମଧ୍ୟ ବେଶ ତୀବ୍ର ରହିଛି । ଦିବଙ୍ଗତ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜେପି ପ୍ରାର୍ଥୀ କରିଛି । ରାଜ୍ୟରେ ଶାସନରେ ଥିବା ବିଜୁ ଜନତା ଦଳ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛି । ଶାସକ ଦଳ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ସେହିପରି ବିଜେପି ପ୍ରାର୍ଥୀଙ୍କ ପାଇଁ ରାଜ୍ୟ ବିଜେପିର ନେତାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରୋଡ ସୋ’ କରି ଭୋଟ ଭିକ୍ଷା କରିଛନ୍ତି । ଏହି ଆସନରେ ବିଜେପି, ବିଜେଡି, କଂଗ୍ରେସ ଓ ସ୍ବାଧୀନଙ୍କ ସମେତ ମୋଟ 5 ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେଉଛି

Leave a Reply

Your email address will not be published. Required fields are marked *