ରାଜଭବନରେ ଚୋରି

ଚଳଚ୍ଚିତ୍ରରେ ଚନ୍ଦନ କାଠ ତସ୍କରିର ଦୃଶ୍ୟ ବେଶ ରୋଚକ । ହେଲେ ରାଜଧାନୀର ଛାତି ଉପରେ ହିଁ ହୋଇଛି ଚନ୍ଦକାଠ ଚୋରି । ରାଜଭବନରୁ ଚୋରି ହୋଇଛି ଚନ୍ଦନ କାଠ । ରାଜ୍ୟପାଳଙ୍କ ବାସଭବନରେ ଥିବା ବଗିଚାରୁ ଚନ୍ଦନ କାଠ ଚୋରି ହୋଇଛି । ପ୍ରଶ୍ନ ଉଠୁଛି ରାଜଭବନରେ କିଏ ସେହି ପୁଷ୍ପା? ଯିଏ ଚନ୍ଦନ କାଠ ତସ୍କରି କରିଛି । କଡା ସୁରକ୍ଷା ବଳୟରେ ରହିଥାଏ ରାଜଭବନ । ବନ୍ଧୁକ ଧାରୀ ପୁଲିସ ଚାରିଆଡୁ ଜଗିଛନ୍ତି । ବଡ଼ ବଡ଼ ପାଚେରୀ ସହ ତାରବାଡ ବୁଲାଯାଇଛି । ଏହାକୁ କେମିତି ଅତିକ୍ରମ କଲା ପୁଷ୍ପା । କିଏ ସେହି ଚନ୍ଦନକାଠ ଚୋର? ଘଟଣା ସାମ୍ନାକୁ ଆସିବା ପରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତ ରାଜଭବନର ସିକ୍ୟୁରିଟି ଅଫିସର । ମିଳିଥିବା ସୂଚନା ଅନୁସାରେ ରାଜଭବନରେ ରାଜ୍ୟପାଳ ନଥିବା ବେଳେ ଏହି ଘଟଣା ଘଟିଛି । କିଛି ଦୁର୍ବୃତ ରାଜଭବନ ବଗିଚାରୁ ଚନ୍ଦନ କାଠ କାଟି ଚୋରି କରିଥିବା ଅଭିଯୋଗ ହୋଇଛି । ତିନିଟି ଚନ୍ଦନ ଗଛ ଚୋରି ହୋଇଥିବା ନେଇ ଏତଲା ଦିଆଯାଇଛି । ହେଲେ ଆହୁରି ଅଧିକ ଚନ୍ଦନ ଗଛ କଟାଯାଇଥିବା ସନ୍ଦେହ କରାଯାଉଛି । ରାଜଭବନରେ ସିସିଟିଭ ସର୍ଭିଲାନ୍ସରେ ରହିଛି । ଏଣୁ କିଏ ରୀାଜଭବନକୁ ପ୍ରବେଶ କରିଛି? କିଏ ଚନ୍ଦନ ଗଛ କାଟିଛି । କାଠ କେମିତି ଯାଇଛି ତାହା ସିସିଟିଭିରେ କଏଦ ହେବାର ସମ୍ଭାବନା ଯଥେଷ୍ଟ ଅଧିକ? କିନ୍ତୁ ରାଜଭବନରୁ ଏହି ଚୋରି ଘଟଣା ସମସ୍ତଙ୍କୁ ତାଜୁବ କରିଛି । ବିଶେଷ କରି ରାଜଭବନର ସୁରକ୍ଷାକୁ ନେଇ ବଡ଼ ସନ୍ଦେହ ସୃଷ୍ଟି କରିଛି । ରାଜ୍ୟପାଳଙ୍କ ସୁରକ୍ଷା ତ୍ରୁଟି ନେଇ ବି ପ୍ରଶ୍ନ ଛିଡା ହେଉଛି । ଯଦି ରାଜ୍ୟର ପ୍ରଥମ ନାଗରିକଙ୍କ ବାସଭବନରୁ ଚୋରି ହେଉଛି, ତେବେ ସାଧାରଣ ଲୋକ କେତେ ସୁରକ୍ଷିତ ସେନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।

You May Also Like

More From Author

+ There are no comments

Add yours