ଇମ୍ରାନଙ୍କୁ ଗୁଳି; ମୋଟ ୫ ଜଣ ଆହତ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳିମାଡ । ଆଜି ଇମ୍ରାନ ଆଜାଦୀ ମାର୍ଚ୍ଚରେ ଯୋଗ ଦେବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଇମ୍ରାନଙ୍କ ଗୋଡରେ ବାଜିଛି ଗୁଳି । ଏଥିରେ ତାଙ୍କ ସହ ଆଉ ୪ ଜଣ ଆହତ ହୋଇଛନ୍ତି । ଏହି ଗୁଳିକାଣ୍ଡ ୱଜିରାବାଦ ଆଲ୍ଲା ହୋ ଚୌକ ନିକଟରେ ହୋଇଛି । ସୂଚନାନୁସାରେ ହଠାତ ଆତତାୟୀ ମାନେ ତାଙ୍କ କଟେଂନର ଉପରକୁ ଧୁଆଁଧାର ଗୁଳି ମାଡ କରିଥିଲେ । ଆକ୍ରମଣରୁ ସେ ଅଳ୍ପକେ ବର୍ତି ଯାଇଛନ୍ତି କିନ୍ତୁ ଆହତ ହୋଇଥିବା କୁହାଯାଇଛି । ଇମ୍ରାନଙ୍କ ସହ ଆଉ କିଛି ସହଯୋଗୀ ବି ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି । ମାମଲାରେ ପୋଲିସ ଜଣକୁ ଅଟକ ରଖିଥିବା ଜଣାପଡିଛି । ଆଜି ପିଟିଆଇର ଆଜାଦୀ ମାର୍ଚ୍ଚ ସପ୍ତମ ଦିନରେ ପହଚିଂଛି । ରାଲି ଚାଲିଥିବା ବେଳେ ତାଙ୍କ ଗାଡି ଉପରକୁ ଗୁଳି ମାଡ ହୋଇଥିଲା । ଇମ୍ରାନଙ୍କ ଡାହାଣ ଗୋଡରେ ଗୁଳି ବାଜିଥିବା ଜାଗାରେ ବ୍ୟାଣ୍ଡେଜ ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା । ଉଲ୍ଲେଖ ଯୋଗ୍ୟ ଯେ ଇମ୍ରାନ ସରକାରଙ୍କ ବିରୋଧରେ ଲାହୋରରୁ ଇସ୍ଲାମାବାଦ ଆଜାଦୀ ମାର୍ଚ୍ଚରେ କରିଥିଲେ । ସେ ଯେଉଁ ଗାଡିରେ ରାଲି କରି ଯାତ୍ରା କରୁଥିଲେ ସେହି ଯାଗାରେ ଗୁଳିକାଣ୍ଡ ହୋଇଥିଲା । ଗୁଳିକାଣ୍ଡ ପରେ ଲୋକ ସବୁ ଡରି ଧାଁଦଉଡ କରିଥିଲେ । । ସେହି ସମୟରେ କଟେଂ÷ନରରୁ ଇମ୍ରାନଙ୍କୁ ତଳକୁ ଆଣି କାରରେ ହସ୍ପିଟାଲ ନିଆଯାଇଥିଲା । ସୂଚନାନୁସାରେ ଆକ୍ରମଣକାରୀଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି । ଏହି ଆକ୍ରମଶର କାରଣ କଣ ଜଣାପଡି ନାହିଁ । ଇମ୍ରାପଙ୍କ ଗାଡି ଉପରକୁ ଏକେ ୪୭ରୁ ଗୁଳି କରାଯାଇଥିଲା । ତାଙ୍କ ଡାହାଣ ଗୋଡରେ ଆଘାତ ଲାଗିଥିବା ଦେଖାଯାଇଥିବା ବେଳେ ତାଙ୍କ ସହ ଥିବା ଆଉ ୪ଜଣ ଆହତ ହୋଇଛନ୍ତି ।ଏହି ଗୁଳିକାଣ୍ଡ ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ବ୍ୟକ୍ତି ହାତରେ ଏକେ ୪୭ ଧରି ଗାଡି ଉପରକୁ ଗୁଳି ଚଳାଉଥିବା ଦେଖାଯାଇଛି । ଆତଙ୍କି ଦେଶରେ ପୂବ;ତନ ପ୍ରଧାନମନ୍ତ୍ରୀଙ୍କୁ ଆକମ୍ରଣ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆଣିଛି । ଯେଉଁ ଦେଶ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଛି, ସେଠିକାର ନେତାଙ୍କୁ ଆତତାୟୀ ଆକ୍ରମଣ କରୁଛନ୍ତି । ଏଥିରୁ ଜଣାପଡ଼ୁଛି କେମିତି ପାକିସ୍ତାନର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି ।

You May Also Like

More From Author

+ There are no comments

Add yours