ସରିଲା ଧାମନଗର ବ୍ୟାଟେଲ

ସରିଲା ଭୋଟ । ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ନିର୍ବଚନ ପ୍ରକ୍ରିୟା । ମତ ସାବ୍ୟସ୍ତ କଲେ ଧାମନଗରବାସୀ । ଉପନିର୍ବାଚନରେ ମୋଟ ୬୦%ରୁ ଉର୍ଦ୍ଧ୍ବ ହେଲା ମତଦାନ । ନୂଆ ବିଧାୟକଙ୍କୁ ନିଜର ମତଦାନ ଦେଇଛନ୍ତି ଅଂଚଳବାସୀ । ସକାଳ ୭ଟାରୁ ଆରମ୍ଭ ହୋଇଥିଲା ଭୋଟିଂ । ଭୋଟର ପରିଚୟ ପତ୍ର ଛଡା ୧୨ଟି ଅନ୍ୟ ଡକ୍ୟୁମେଂଟ ଦେଖାଇ ଭୋଟ ଦେଇଛନ୍ତି ମତଦାତା । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା ମତଦାନ । ଦାମନଗରର ମୋଟ ଭୋଟର ସଂଖ୍ୟା ୨ଲକ୍ଷ ୩୮ହଜାର ୪୧୭ । ୨୫୨ଟି ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ଧାମନଗରବାସୀ । ସେଥିମଧ୍ୟରୁ ୧୨୬ଟି ବୁଥରେ ହୋଇଥିଲା ୱେବକାଷ୍ଟିଂ । କାଁ ଭାଁ କେତୋଟି ବୁଥରେ ସୃଷ୍ଟି ହୋଇଥିଲା ଉତେଜନା । ଆଉ କିଛି ସ୍ଥାନରେ ଇଭିଏମରେ ତୃଟି ଯୋଗୁଁ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା ମତଦାନ । ହେଲେ ପରେ ସୁରୁଖୁରୁରେ ଚାଲିଥିଲା ଭୋଟିଂ । ସୁଦଶାବ୍ରତ କରି ଭୋଟ ଦେଇଥିଲେ ବିଜେଡି ପ୍ରାର୍ଥୀ ଅବନ୍ତି ଦାସ । ସେହିପରି ବିଜେପି ପ୍ରର୍ଥୀ ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ବି ନିଜ ନିଜ ଅଂଚଳର ବୁଥରେ କରିଥିଲେ ମତଦାନ । ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଧାମନଗର ଉପନିର୍ବାଚନ ୩ଦଳ ପାଇଁ ଅଗ୍ନି ପରୀକ୍ଷା । ସେଥିପାଇଁ ଚାଲିଥିଲା ଜୋରଦାର କସରତ । ମୈଦାନକୁ ଓହ୍ଲାଇଥିଲେ ହେଭିୱଟଙ୍କ ସହ ଷ୍ଟାର କ୍ୟାମ୍ପେନର । ଡୋର ଟୁ ଡୋର ସହ ବିଶାଳ ରାଲି କରି ଭୋଟ ଭିକ୍ଷରା କରିଥିଲେ ସମସ୍ତ ପ୍ରାର୍ଥୀ । ସେପଟେ ସବୁଠୁ ରୋଚକ ଭୂମିକା ନେଇଛନ୍ତି ପୂର୍ବତନ ବିଜେଡି ବିଧାୟକ ତଥା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓରଫ ରାଜୁ ଦାସ । ତେବେ କଣ ହେବ ଧାମନଗରର ଫଳାଫଳ । ବିଜେପିକୁ ଅନୁକମ୍ପା ଭୋଟ ମିଳିବା ସହ ଆସନ ବଜାୟ ରଖିବାରେ ସଫଳ ହେବ ନାଁ ବିଜେଡି ଖାତାକୁ ଯିବ ଆସନ ନା କଂଗ୍ରେସ ଏଠାରେ ଖାତା ଖୋଲିବ ନାଁ ରାଜୁ ଦାସ ସମସ୍ତଙ୍କୁ ମାତ ଦେଇ ଧାମନଗରର ବାଜିଗର ହେବେ । ଏହାକୁ ନେଇ ଏବେ ସମସ୍ତଙ୍କ ଭିତରେ ରହିଛି ଉକ୍ରଣ୍ଠା । ତେବେ ଆସନ୍ତା ୬ତାରିଖରେ ବାହାରିବ ଫଳାଫଳ । ସେହି ଦିନ ହିଁ ଜଣାପଡିବ କିଏ ପିନ୍ଧିବ ବିଜୟ ମୁକୁଟ ଏବଂ କାହାର ହେବ ଧାମନଗର ଆସନ?

You May Also Like

More From Author

+ There are no comments

Add yours