ଚର୍ଚ୍ଚାରେ ବାହୁବଳୀ ସିଙ୍ଗଡା


ଛୋଟରୁ ବଡ ଯାଏ ସିଙ୍ଗଡା ଖାଇବାକୁ କାହାକୁ ବା ନାପସନ୍ଦ । ବର୍ଷାପାଗକୁ ସିଙ୍ଗଡା ମିଳିଗଲେ ଏହାର ମଜା ଆହୁରି ବଢିଯାଏ । ଗରମ ଗରମ ସିଙ୍ଗଡାକୁ କପେ ଚାହା ମିଳିଗଲେ ତା ମଜା ହିଁ ଅଲଗା । ଯଦି ଆପଣ ସିଙ୍ଗଡା ପ୍ରେମୀ,ତେବେ ଏହି ଖବର ଆପଣଙ୍କ ପାଇଁ । ତେବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ସିଙ୍ଗଡା ଏତେ ବଡ ଯେ ଆପଣ ଦେଖିଲେ ଆଶ୍ଟର୍ଯ୍ୟ ହୋଇଯିବେ, ଭାଇରାଲ ହେବାରେ ଲାଗିଛି ବାହୁବଳୀ ସିଙ୍ଗଡା ଆଜି ଯାହାର ସ୍ୱାଦ ଆପଣଙ୍କୁ ପାଗଳ କରିବା ସହିତ ଧନୀ ମଧ୍ୟ କରିପାରେ । ଏହି ବିରାଟ ବାହୁବଳୀ ଶିଙ୍ଗଡାର ଭିଡିଓ ସୋସିଆଲ ମିଡିଆରେ ବ୍ୟବସାୟୀ ହର୍ଷ ଗୋଏଙ୍କା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ସହିତ ସେୟାର କରିଛନ୍ତି । ଯେଉଁଥିରେ ୮କିଲୋଗ୍ରାମ ଓଜନର ସମୋସା ଦେଖିବାକୁ ମିଳିଛି । ଯାହାର ସ୍ୱାଦ ଲୋକଙ୍କୁ ଦିୱାନା କରିଦେଉଛି । ଏହି ସିଙ୍ଗଡା ପ୍ରଥମଥର ପାଇଁ ଜୁଲାଇରେ ଉତ୍ତରପ୍ରଦେଶର ମେରଟ ସ୍ଥିତ ଏକ ମିଠା ଦୋକାନରେ ପ୍ରସ୍ତୁତ କରାଯାଇଥିଲା । ଯାହାର ଓଜନ ପ୍ରାୟତଃ ୮କିଲୋ । ଯେଉଁଥିରେ ଆଳୁ ଏବଂ ପନିର ଭରପୁର ପୂର ଭିତରେ ଦିଆଯାଉଛି । ସିଙ୍ଗଡା ଟିକୁ ଦେଖିଲେ ଆପଣମାନେ ମଧ୍ୟ ଖାଇବାକୁ ଇଚ୍ଛା କରିବେ । ଏହି ବାହୁବଳୀ ସିଙ୍ଗଡାର ଭିଡିଓ ସୋସିଆଲ ମିଡିଆରେ ଦେଖିବା ପରେ ଏହାର ଚାହିଦା ବଢିବାରେ ଲାଗିଛି । ଏହି ସିଙ୍ଗଡାର ମୂଲ୍ୟ ୧୧୦୦ଟଙ୍କା । ଏପରି ବି କୁହାଯାଉଛି ଯେ ଯଦି ଆପଣ ଏହି ସିଙ୍ଗଡାକୁ ପୁରା ଖାଇ ଦେବେ ତେବେ ଆପଣଙ୍କୁ ୫୧ହଜାର ଟଙ୍କା ପୁରସ୍କାର ରୂପେ ଦିଆଯିବ । ଏହି ସିଙ୍ଗଡାର ଭିଡିଓ ପୁଣି ଥରେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ବ୍ୟବସାୟୀ ହର୍ଷ ଗୋଏଙ୍କା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲଡରୁ ସେୟାର କରିଥିଲେ ।

You May Also Like

More From Author

+ There are no comments

Add yours