Wed. Oct 14th, 2026

ଦେଶରେ ଆଉ ସହଜ ଉପାୟରେ ମଳିବନି ମୋବାଇଲ ସିମ କାର୍ଡ। ବିିଭିନ୍ନ ପ୍ରକାର ଜାଲିଆତିକୁ ରୋକିବା ପାଇଁ କେନ୍ଦ୍ର ସରକାର ଏବେ ସିମ କାର୍ଡକୁ କିଣିବାରେ ଥିବା ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବର୍ତ୍ତମାନ ସମୟରେ ଥିବା ନିୟମ ଅନୁସାରେ ଯେକୌଣସି ବ୍ୟକ୍ତି ୨୧ ପ୍ରକାର ଡକ୍ୟୁମେଣ୍ଟ ମଧ୍ୟରୁ ଯେକୌଣସି ଗୋଟିଏ ଦେଇ ନୂଆ ସିମ କାର୍ଡ ହାସଲ କରିପାରୁଛନ୍ତି। କିନ୍ତୁ ସରକାର ଏବେ ଏହି ଡକ୍ୟୁମେଣ୍ଟ ସଂଖ୍ୟାକୁ ୨୧ ରୁ ୫ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିୟମ ଶୀଘ୍ର ଲାଗୁ ହେବାକୁ ଯାଉଛି।

ସିଏନବିସିର ରିପୋର୍ଟ ଅନୁସାରେ, ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ମିଛ ଦସ୍ତାବିଜ ଜରିଆରେ ସିମ କାର୍ଡ ହାସଲ କରିବା ସମ୍ଭବ ହେବ ନାହିଁ। ସୂଚନା ଅନୁସାରେ, କେୱାଇସି ପ୍ରକ୍ରିୟାକୁ କଡାକଡି କରିବାକୁ ସରକାର ସ୍ଥିର କରିଛନ୍ତି। ନୂଆ ନିୟମ ଆସନ୍ତା ୧୦ରୁ ୧୫ ଦିନ ଭିତରେ ଲାଗୁ ହୋଇପାରେ ବୋଲି କୁହାଯାଉଛି।

ଦେଶରେ ବର୍ତ୍ତମାନ ସମୟରେ ସିମ୍ ପାଇଁ ୨୧ଟି ଦସ୍ତାବିଜ ମଧ୍ୟରୁ କୌଣସି ଗୋଟିଏର ବ୍ୟବହାର କରାଯାଉଥିବା ବେଳେ ଏଥିରେ ଆଧାର କାର୍ଡ, ଭୋଟର କାର୍ଡ, ପାସପୋର୍ଟ, ରାଶନ କାର୍ଡ, ବିଜୁଳି ବିଲ, ଆର୍ମଡ ଲାଇଲେନ୍ସ, ଡ୍ରାଇଭିଂ ଲାଇସେନ୍ସ, ପାନ କାର୍ଡ, ରାସନ କାର୍ଡ, ଏମପି କିମ୍ୱା ଏମଏଲଏଙ୍କ ଚିଠି, ପେନସନର କାର୍ଡ, ଫ୍ରିଡମ ଫାଇଟର କାର୍ଡ ପରି ଦସ୍ତାବିଜ ଦେଇ ସିମ କାର୍ଡ ଆଣିହେଉଛି। କିନ୍ତୁ ଏବେ ନିୟମରେ ପରିବର୍ତ୍ତନ କରାଯାଇ ବ୍ୟକ୍ତି କେବଳ ଆଧାର କାର୍ଡ, ଭୋଟର କାର୍ଡ, ପାସପୋର୍ଟ, ରାଶନ କାର୍ଡ ଏବଂ ବିଜୁଳି ବିଲ ଦେଇ ସିମ କାର୍ଡ ନେଇପାରିବେ। ଏଭଳି ନିଷ୍ପତ୍ତି ଦ୍ବାରା ମାତ୍ରାଧିକ ସିମ୍‌ କିଣି ବିଭିନ୍ନ ପ୍ରକାର ଠାକାମୀ ବା ବାଚଳାମୀ କରୁଥିବା ବ୍ୟକ୍ତି ବା ଯୁବପିଢ଼ୀଙ୍କ କାର୍ଯ୍ୟକଳାପ ଉପରେ ଲଗାମ ଲାଗିବ ବୋଲି କୁହାଯାଇଛି

Leave a Reply

Your email address will not be published. Required fields are marked *