Wed. Oct 14th, 2026

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ଗ୍ରାମପଞ୍ଚାୟତ ସଦର ମହକୁମା ଭତରା ସାହି କାଜୁ ବାଡ଼ ନିକଟସ୍ତ ଏକ ଖୋଲାରେ ନିଆଁ ଲାଗି ଧାନ ଗଦା ପାଉଁଶ ହୋଇଯାଇଛି।
ସୂଚନା ଅନୁଯାୟୀ ଚନ୍ଦ୍ରପୁର ଗ୍ରାମର ଯଦୁ ମାଝୀ ଚଳିତ ବର୍ଷ 4 ଏକର ଜମିରେ ଧାନ ଚାଷ କରିଥିଲେ। ଗତ କିଛି ତଳେ ସେ ଧାନ କାଟି ଚନ୍ଦ୍ରପୁର ଭତରା ସାହି କାଜୁବାଡ଼ ନିକଟସ୍ଥ ଏକ ଖଲାରେ ଗଦା କରି ରଖିଥିଲେ। ତେବେ ବିଳମ୍ବିତ ରାତ୍ରରେ କୌଣସି କାରଣରୁ ଧାନ ଗଦାରେ ନିଆଁ ଲାଗିଯାଇଥିଲା। ସକାଳ ୪ଟା ସମୟରେ ଏହା ଦେଖିବା ପରେ ସ୍ଥାନୀୟ ଲୋକ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହ ଯଦୁ ମାଝୀ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

କିଛି ସମୟ ପରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ଇତି ମଧ୍ୟରେ ନିଆଁ ଲାଗି ଧାନ ଗଦା ସମ୍ପୂର୍ଣ ଭାବେ ପୋଡ଼ି ନଷ୍ଟ ହୋଇ ଯାଇଥିଲା। ଯଦୁ କ୍ଷୁଦ୍ର ଚାଷି ହୋଇଥିବା ବେଳେ ଧାନରେ ନିଆଁ ଲାଗି ନଷ୍ଟ ହୋଇଯିବାରୁ ପରିବାର ଚଲେଇବା ନେଇ ଚିନ୍ତାରେ ପଡିଛନ୍ତି। ସେ ଋଣ କରି ଚାଷ କରିଥିବାରୁ ଋଣ କିଭଳି ପରିଶୋଧ ହେବ ବୋଲି ଯଦୁ ଚିନ୍ତାରେ ପଡ଼ିଛନ୍ତି। ନିଆଁ ଲାଗି 1.60 ଲକ୍ଷ ଟଙ୍କାରୁ ଅଧିକ ଧାନ ପୋଡ଼ି ଯାଇଥିବା ଜଣାପଡିଛି। ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନ କରାଯାଇ ଯଦୁକୁ କ୍ଷତିପୂରଣ ଯୋଗେଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ରୁ ନିର୍ମଳ ବିଷୋୟୀ

Leave a Reply

Your email address will not be published. Required fields are marked *