ଡିସେମ୍ବର ୬ରେ ସିଏଏ ଶୁଣାଣି

ନାଗରିକତା ସଂଶୋଧନ ଆଇନ ବା ସିଏଏ ରେ ଆସିଛି ନୂଆ ନିଷ୍ପତି । ଡିସେମ୍ବର ୬ରେ ହେବ ଶୁଣାଣି । ଯାହାର ଶୁଣାଣି କରିବେ ପ୍ରଧାନ ବିଚାରପତି ୟୁ ୟୁ ଲଲିତ । ପୂର୍ବରୁ ସିଏଏ-୨୦୧୯ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଅନେକ ମାମାଲା ଦାୟର କରାଯାଇଥିଲା । ତେବେ ଡିସେମ୍ବର ୬ରେ ଏହାର ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି ସୁପ୍ରିମ କୋର୍ଟ । କୋର୍ଟ ଦୁଇ ଜଣ ଓକିଲଙ୍କ ସମସ୍ତ ଆବଶ୍ୟକ ତଥ୍ୟ ଓ ଦଲିଲ ଏକତ୍ରିତ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି । କୋର୍ଟ ଆସାମ ଓ ତ୍ରିପୁରା ସରକାରଙ୍କୁ ମଧ୍ୟ ଦୁଇ ସପ୍ତାହ ଭିତରେ ସମ୍ପୃକ୍ତ ପ୍ରସଙ୍ଗରେ ଆକଶ୍ୟକ ତଥ୍ୟ ପ୍ରଦାନ କରିବାକୁ କହିଛନ୍ତି । ଏହା ସହ ଅଲ ଆସାମ ଷ୍ଟୁଡେଂଟସ୍ ୟୁନିଅନ ଓ ଅନ୍ୟମାନେ ସିଏଏର ବୈଧତାକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ । ଯେଉଁଥିରେ ସିଜେଆଇ ୟୁୟୁ ଲଲିତ, ଜଷ୍ଟିସ୍ ଏସ ରବୀନ୍ଦ୍ର ଭଟ୍ଟ ଓ ଜଷ୍ଟିସ୍ ବେଲା ଏମ ତ୍ରିବେଦୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ରାୟ ଦେଇଥିଲେ । ସେପଟେ ମାମଲାର ଶୁଣାଣି ଡିସେମ୍ବର ୬ରେ ହେବ ବୋଲି ରାୟ ପ୍ରକାଶ କରାଯାଇଛି । ସେପଟେ ଗୁଜୁରାଟ ନିର୍ବାଚନର ଠିକ କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଅନ୍ୟ ଦେଶରରୁ ଆସିଥିବା ଲୋକ ମାନଙ୍କୁ ମିଳିବ ଭାରତର ନାଗରିକତ୍ୱ । ସେ ପାକିସ୍ତାନୀ ହୁଅନ୍ତୁ ବା ଆଫଗାନିସ୍ତାନ ଅବା ହୁଅନ୍ତୁ ବାଂଲାଦେଶୀ । ସେମାନେ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିଆନ ଧର୍ମର ଲୋକମାନଙ୍କୁ ଏହି ନିଷ୍ପତିରେ ଅନ୍ତର୍ଭୁକ୍ତ କରାଯିବ । ଏହି ନିଷ୍ପତି ଅନୁସାରେ ଗୁଜୁରାଟରେ ରହୁଥିବା ସଂଖ୍ୟାଲଘୁଙ୍କୁ ମିଳିବ ଭାରତୀୟ ନାଗରିକତା । ଏହି ନିଷ୍ପତି ନାଗରିକତା ଆଇନ, ୧୯୫୫ ଆଧାରରେ ଲାଗୁ କରାଯାଇଛି । ବିବାଦୀୟ ନାଗରିକତା ସଂଶୋଧନ ଅଧିନିୟମ, ୨୦୧୯ ବଦଳରେ ନାଗରିକତା ଅଧିନିୟମ ୧୯୫୫ ଅନୁଯାୟୀ ନାଗରିକତା ପ୍ରଦାନ କରାଯିବ । କେନ୍ଦ୍ର ଗୃହ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଗୁଜୁରାଟର ଆଣନ୍ଦ ଓ ମେହସାଣା ଜିଲ୍ଲାରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିଆନଙ୍କୁ ଭାରତର ନାଗରିକ ଭାବେ ପଂଜିକରଣ ପାଇଁ ଅନୁମତି ପ୍ରଦାନ କରାଯିବ । ଏହା ସହ ତାଙ୍କୁ ସାର୍ଟିଫିକେଟ ମଧ୍ୟ ଦିଆଯିବ । କିନ୍ତୁ ଦେଶେ;ର ଏଯାଏଁ, ସିଏଏ ଲାଗୁ ହୋଇନାହିଁ । ତେଣୁ ୧୯୫୫ ଅନୁଯାୟୀ ନାଗରିକତା ପ୍ରଦାନ କରାଯାଉଛି ।

You May Also Like

More From Author

+ There are no comments

Add yours