ଫେରିଲା ମହାଭାରତ ଯୁଗର ଗ୍ରହଣ!

ଗୋଟିଏ ପକ୍ଷରେ ଦୁଇଟି ଗ୍ରହଣ । ଅର୍ଥାତ ୧୫ ଦିନ ଭିତରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ । ଯାହାକୁ ଅଶୁଭ କହୁଛନ୍ତି ଜ୍ୟୋତିର୍ବିଦ । ଜ୍ୟୋତିର୍ବିଦ୍ ଙ୍କ ମତନୁସାରେ ଗୋଟିଏ ପକ୍ଷରେ ଦୁଇଟି ଗ୍ରହଣ ନକରାତ୍ମକ ହୋଇଥାଏ । କାରଣ ପୂର୍ବରୁ ଏହି ପକ୍ଷରେ ହିଁ ଦୀପାବଳି ରେ ପଡିଥିଲା ସୂର୍ଯ୍ୟପରାଗ । ଆଉ ନଭ୍ୱେର ୮ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମାରେ ହେବ ଚନ୍ଦ୍ର ଗ୍ରହଣ । ଏଭଳି ହେଲେ ଭୂମିକମ୍ପ, ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ଥିବା ନେଇ କିଛି ଲୋକ ବିଶ୍ୱାସ କରନ୍ତି । ଜ୍ୟୋର୍ତିବିଦ୍ ଆଚାର୍ଯ୍ୟ ଦୈବ୍ୟଜ୍ଞ କୃଷ୍ଣ ଶାସ୍ତ୍ରୀ କହିଛନ୍ତି ଯେ, ମହାଭାରତ ଯୁଦ୍ଧ ପୂର୍ବରୁ କାର୍ତ୍ତିକ ମାସରେ ଏଭଳି ଦୁଇଟି ଗ୍ରହଣ ୧୫ ଦିନ ଭିତରେ ହୋଇଥିଲା । ସେ ତ ଥିଲା ଦ୍ୱାପର ଯୁଗର କଥା । କଳି ଯୁଗରେ ଏଭଳି ଘଟଣା ପ୍ରଥମ ବୋଲି କିଛି କିିଛି ଶାସ୍ତ୍ର ବିଷାରଦ କହିଛନ୍ତି । ଆଉ ଏକ ଥା ହେଲା ଏହି ପରାଗ ଓ ଗ୍ରଂହଣ ବି କାର୍ତ୍ତିକ ମାସରେ ହୋଇଛି । ଏହା ବେଶ ଅଶୁଭ ବୋଲି ଜ୍ୟୋତିର୍ବିଦ ମତ ରଖିଛନ୍ତି । । ଯାହାର ପ୍ରଭାବରେ ଗ୍ରହ ପରିବର୍ତନ ହେବାର ସମ୍ଭାବନା ରହିଛି । ଏଥିରେ ମଙ୍ଗଳ, ଶନି, ସୂର୍ଯ୍ୟ ଏବଂ ରାହୁ ମୁହାଁମୁହିଁ ହେବେ । ଭାରତୀୟ କୁଣ୍ଡଳୀ ଅନୁସାରେ ତୁଳା ରାଶି ସହ ସୂର୍ଯ୍ୟ, ଚନ୍ଦ୍ର, ବୁଧ ଓ ଶୁକ୍ରର ମିଳନ ହୋଇପାରେ । ଏହା ସହ ଶନି, କୁମ୍ଭ ରାଶିର ପଂଚମ ଘରେ ରହିବେ ଓ ମିଥୁନ ରାଶିର ନବମ ଘରେ ରହିବ, ଯାହା ମଙ୍ଗଳ ଗ୍ରହ ସହ ମିଳନ ହେବେ । ଯାହ ଭବିଷ୍ୟତରେ ଅସୁବିଧା ଆଣିପାରେ ବୋଲି ଜ୍ୟୋର୍ତିବିତ ମତ ବାଢିଛନ୍ତି । ବର୍ଷର ଏହି ଶେଷ ଚନ୍ଦ୍ରଗହଣ ମେଷ ରାଶିରେ ଲାଗିବ । ତେଣୁ ଏହି ରାଶିର ଲୋକମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ । ତେବେ ଓଡ଼ିଶା କଥା କହିଲେ ନଭେମ୍ବର ୮ ତାରିଖ ଦିନ କାର୍ତିକ ପୂର୍ଣ୍ଣମୀରେ ପଡୁଛି ଚନ୍ଦ୍ର ଗ୍ରହଣ । ଚନ୍ଦ୍ର ଉଦୟ ପୂର୍ବରୁ ଲାଗୁଛି ଚନ୍ଦ୍ର ଗ୍ରହଣ । ସେଥିପାଇଁ ଏହାକୁ ଗ୍ରସ୍ତଦୋୟ ଚନ୍ଦ୍ରଗ୍ରହଣ କୁହାଯାଉଛି । ପୂର୍ଣ୍ଣମୀ ଦିନ ଏହି ଗ୍ରହଣ ୨ ଟା ୩୯ ମିନିଟ ୧୪ ସେକେଣ୍ଡରେ ସ୍ପର୍ଶ କରିବ । ସେହିପରି ଭାବେ ସଂଧ୍ୟ ୬ଟା ୧୯ ମିନିଟ ୫ ସେକେଣ୍ଡରେ ଛାଡିବ ଏହି ଗ୍ରହଣ । ପୁରାୀ ସମେତ ଓଡ଼ିଶାର ଅଧିକାଂଶ ଅଂଚଳରେ ଦୃଶ୍ୟମାନେ ହେବ ଏହି ଦୃଶ୍ୟ । ଏହି ଦୃଶ୍ୟକୁ ୫ଟା ୬ ମିନିଟ ୨୯ ସେକେଣ୍ଡରେ ଦେଖିହେବ । ସେଥିପାଇଁ କାର୍ତିକ ପୂର୍ଣ୍ଣମୀ ପାଇଁ ଡଙ୍ଗା ଭସା କରାଯିବ କି ନାହିଁ ଏନେଇ ଦ୍ୱନ୍ଦ୍ୱରେ ରାଜ୍ୟବାସୀ । ତେବେ ପୂର୍ଣ୍ଣମୀ ଦିନ ଭୋର ୫ଟା ୩୯ ମିନିଟ ପୂର୍ବରୁ ଦେବନୀତି, ଡଙ୍ଗାଭଷା, ଅନ୍ନଭୋଜନ ଆଦି କରିହେବ । ତେବେ ଆପଣଙ୍କୁ କହିରଖୁଛୁ ଯେ, ସୂର୍ଯ୍ୟପରାଗ ପରେ ଚନ୍ଦ୍ରଗ୍ରହଣ ହେଉଛି ଏବର୍ଷର ଶେଷ ଚନ୍ଦ୍ରଗ୍ରହଣ । ରାଜ୍ୟ ତଥା ଭାରତ ସମେତ ଏହି ଗ୍ରହଣ ଏସୀୟ ଦେଶ, ଦକ୍ଷିଣ ଓ ପୂର୍ବ ୟୁରୋପ, ଅଷ୍ଟ୍ରେଲିଆ, ଉତର ଓ ଦକ୍ଷିଣ ଆମେରିକା ପରି ଦେଶରେ ଦେଖାଯିବ ।

You May Also Like

More From Author

+ There are no comments

Add yours