ବଦଳିବ ଟ୍ୱିଟର

ପୁଣି ଚର୍ଚ୍ଚାରେ ଟ୍ୱିଟର । ଖୁବ ଶୀଘ୍ର ହେବ ପରିବର୍ତନ । ଏଲନ ମସ୍କ ଟ୍ୱିଟରର ମାଲିକ ହେବା ପରେ ହିଂସା ଉସୁକାଇବା ପାଇଁ ବ୍ୟାନ ହୋଇଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ପୁଣି ସକ୍ରିୟ ହୋଇଯାଇଛି । ଆକାଉଣ୍ଟ ସକ୍ରିୟ ହେବା ପରେ ଖୁସି ବ୍ୟକ୍ତ କରିବା ସହ ମସ୍କଙ୍କୁ ଧନ୍ୟବାଦ ଜଣାଇଛନ୍ତି ଟ୍ରମ୍ପ । ସମସ୍ତ ବିରୋଧୀ ଏବଂ ପରାଜିତମାନେ ତାଙ୍କୁ ମନେପକାଇବେ ବୋଲି ଟୁଇଟ୍ କରି କହିଛନ୍ତି ଟ୍ରମ୍ପ । ଆଉ ଟ୍ରମ୍ପଙ୍କ ଆକଉଂଟର ବ୍ୟାନ ହଟିବା ପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ରଦ୍ଦ ଆକାଉଂଟ ପୁଣି ଥରେ ସକ୍ରିୟ ହେବ ବୋଲି କୁହାଯାଉଛି । ଟ୍ୱିଟରର ମାଲିକ ପରିବର୍ତ୍ତନ ହେବା ପରେ ଟ୍ୱିଟରର ପୁରୁଣା ଟିମ୍ ଉପରେ ବର୍ଷିଥିଲେ ଡୋନାଲ୍ଡ ଟ୍ରମ୍ପ । ଉଗ୍ର, ପାଗଳ ବାମପନ୍ଥୀଙ୍କ ହାତରେ ଥିବା ଟ୍ୱିଟରର ଏବେ ସୁସ୍ଥ ଏବଂ ସ୍ଥିର ହାତରେ ଥିବା କହିଥିଲେ ଟ୍ରମ୍ପ । ଆଉ ଏହାର କିଛି ସମୟ ପରେ ଟମ୍ପଙ୍କ ଆକାଉଂଟ ସକ୍ରିୟ ହୋଇଯାଇଛି । ବହୁ ବାଦ ବିବାଦ ପରେ ଶେଷରେ ବିଶ୍ୱର ସବୁଠୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ କିଣିଛନ୍ତି ବିଶ୍ୱର ସବୁଠୁ ଧନୀ ଏଲନ ମସ୍କ । ପୂର୍ବରୁ ଟ୍ୱିଟରରେ ପରିବର୍ତ୍ତନ କରିବାକୁ ଇସାରା ଦେଇଥିବା ମସ୍କ । ହେଲେ ଟ୍ୱିଟରରେ କ’ଣ ପରିବର୍ତନ କରୁଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଆପଣ ଜାଣିଛନ୍ତି କି, କ’ଣ ହେବ ଏହି ପରିବର୍ତନ । ଟ୍ୱିଟରରେ ଏବେ ସର୍ବାଧିକ ୨୮୦ ଶବ୍ଦରେ ଟ୍ୱିଟ କରିବା ଧାର‌୍ୟ୍ୟ କରାଯାଇଥିବା ବେଳେ ଏଥିରେ ଅଧିକ ଶବ୍ଦର ବ୍ୟବହାର ପାଇଁ ଅନୁମତି ମିଳିପାରେ । ଘୃଣା ଏବଂ ଉତେଜିତ ଭାଷଣ ପାଇଁ ବ୍ୟାନ ହୋଇଥିବା ଟ୍ୱିଟର ଆକାଉଂଟ ବ୍ୟବହାର କରିବାକୁ ପୁଣି ଅନୁମତି ଦିଆଯାଇପାରେ ଶୁଣାଯାଉଛି । ଏହା ସହ ମେସେଜିଙ୍ଗ୍ ଆପ୍ ଉଇ ଚାଟ୍ ଭଳି ଟ୍ୱିଟରରେ ବିଶେଷକରି ଭିଡିଓ କ୍ଷେତ୍ରରେ ପରିବର୍ତନ ହେବାର ସମ୍ଭାବନା ରହିଛି । କେବଳ ଏତିକି ନୁହେଁ ଫଲୋଅର୍ସକୁ ନେଇ ସବୁବେଳେ ବିବାଦୀୟ ରହିଆସିଥିବା ଟ୍ୱିଟରରେ ହଟାଯାଇପାରେ ଫେକ୍ ଆକାଉଂଟ । ଟ୍ରମ୍ପଙ୍କ ଆକାଉଂଟ ଫେରିବା ପରେ ୨୦୨୧ରେ ପଶ୍ଚିମବଙ୍ଗ ଦଙ୍ଗାକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ବ୍ୟାନ ହୋଇଥିବା କଙ୍ଗନାଙ୍କ ଆକାଉଂଟ ମଧ୍ୟ ଖୋଲିପାରେ ବୋଲି କୁହାଯାଉଛି ।

You May Also Like

More From Author

+ There are no comments

Add yours