ପୂର୍ଣ୍ଣମୀରେ ଲାଗିବ ଗ୍ରହଣ; କେବେ ଭସାଇବେ ଡଙ୍ଗା?


ସୂର୍ଯ୍ୟପରାଗ ପରେ ପୁଣି ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । କାରଣ କିଛି ଦିନ ପରେ ହେବାକୁ ଯାଉଛି ଚନ୍ଦ୍ରଗ୍ରହଣ । ନଭେମ୍ବର ୮ ତାରିଖ ଦିନ କାର୍ତିକ ପୂର୍ଣ୍ଣମୀରେ ପଡୁଛି ଚନ୍ଦ୍ର ଗ୍ରହଣ । ଚନ୍ଦ୍ର ଉଦୟ ପୂର୍ବରୁ ଚନ୍ଦ୍ର ଗ୍ରହଣ ଲାଗୁଛି । ସେଥିପାଇଁ ଏହାକୁ ଗ୍ରସ୍ତଦୋୟ ଚନ୍ଦ୍ରଗ୍ରହଣ କୁହାଯାଉଛି । ପୂର୍ଣ୍ଣମୀ ଦିନ ଏହି ଗ୍ରହଣ ୨ ଟା ୩୯ ମିନିଟ ୧୪ ସେକେଣ୍ଡରେ ସ୍ପର୍ଶ କରିବ । ସେହିପରି ଅପରାହ୍ନ ୪ଟା ୨୯ ମିନିଟ ୧୨ ସେକେଣ୍ଡରେ ଗ୍ରହଣ ମଧ୍ୟ ହେବ । ସେହିପରି ଭାବେ ସଂଧ୍ୟ ୬ଟା ୧୯ ମିନିଟ ୫ ସେକେଣ୍ଡରେ ଛାଡିବ ଏହି ଗ୍ରହଣ । ପୁରାୀ ସମେତ ଓଡ଼ିଶାର ଅଧିକାଂଶ ଅଂଚଳରେ ଦୃଶ୍ୟମାନେ ହେବ ଏହି ଦୃଶ୍ୟ । ଏହି ଦୃଶ୍ୟକୁ ୫ଟା ୬ ମିନିଟ ୨୯ ସେକେଣ୍ଡରେ ଦେଖିହେବ । ତେବେ ଅସଲିୀ ଖଡିରତ୍ନ ପଂଜିକାର ବିଶିଷ୍ଟ ଗଣନାକାର, ଇଂଜିନିୟର ଦେବଦର୍ଷିୀ ଖଡିରତ୍ନକୁ ଆକଳନରେ ଆସନ୍ତା ନଭେମ୍ବର ୮ ତାରିଖ ଅର୍ଥାତ କାର୍ତିକ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଛି । ତେବେ ଏହାର ୯ ଘଂଟା ପୂର୍ବରୁ ଅର୍ଥାତ ମଙ୍ଗଳବାର ଭୋର ୫ଟା ୩୯ ମିନିଟରୁ ପାକତ୍ୟାଗ, ଦେବନୀତି, ଭୋଜନ ଆଦି ନୀତି ବିଧି ନିଷେଧ କରାଯିବ । ସେଥିପାଇଁ କାର୍ତିକ ପୂର୍ଣ୍ଣମୀ ପାଇଁ ଡଙ୍ଗା ଭସା କରାଯିବ କି ନାହିଁ ଏନେଇ ଦ୍ୱନ୍ଦ୍ୱରେ ରାଜ୍ୟବାସୀ । ତେବେ ପୂର୍ଣ୍ଣମୀ ଦିନ ଭୋର ୫ଟା ୩୯ ମିନିଟ ପୂର୍ବରୁ ଦେବନୀତି, ଡଙ୍ଗାଭଷା, ଅନ୍ନଭୋଜନ ଆଦି କରିହେବ । ଏହା ସହ ପୂର୍ଣ୍ଣମୀ ଦିନ ଭୋର ୫ଟା ୩୯ ମିନିଟରୁ ସଂଧ୍ୟା ୬ଟା ୧୯ ମିନିଟ ୫ ସେକେଣ୍ଡ ଭିତରେ ଦେବନୀତି, ଡଙ୍ଗାଭଷା, ଅନ୍ନଭୋଜନ, କିମ୍ବା ପାକବିଧି କରାଯିବ ନାହିଁ । ଏହା ପରେ ଗ୍ରହଣ ସର୍ବମୋକ୍ଷ ହେବା ପରେ ସ୍ନାନ କାର୍ଯ୍ୟ, ଦେବନୀତି, ପାକବିଧି ଆଦି କାର୍ଯ୍ୟ କରାଯିବ । ତେବେ ଆପଣଙ୍କୁ କହିରଖୁଛୁ ଯେ, ସୂର୍ଯ୍ୟପରାଗ ପରେ ଚନ୍ଦ୍ରଗ୍ରହଣ ହେଉଛି ଏବର୍ଷର ଶେଷ ଚନ୍ଦ୍ରଗ୍ରହଣ । ରାଜ୍ୟ ତଥା ଭାରତ ସମେତ ଏହି ଗ୍ରହଣ ଏସୀୟ ଦେଶ, ଦକ୍ଷିଣ ଓ ପୂର୍ବ ୟୁରୋପ, ଅଷ୍ଟ୍ରେଲିଆ, ଉତର ଓ ଦକ୍ଷିଣ ଆମେରିକା ପରି ଦେଶରେ ଦେଖାଯିବ ।

You May Also Like

More From Author

+ There are no comments

Add yours