କାର୍ତ୍ତିକରେ କାହିଁକି ଖାଆନ୍ତି ହବିଷ ଡାଲମା?


ସାଧାରଣତଃ ଓଡ଼ିଆ ଘରେ କାର୍ତିକ ମାସରେ ହବିଷ ବ୍ରତ କରାଯାଇଥାଏ । ଏଥିରେ କିଛି ନିର୍ଦ୍ଦିଷ୍ଟ ପରିବାକୁ ବାରଣ କରାଯାଇଥିାଏ । ତେବେ କ’ଣ ଆପଣ ଜାଣିଛନ୍ତି କି? ଏଥିରେ କ’ଣ କ’ଣ ବ୍ୟବହାର ହୋଇଥାଏ? କିପରି ପ୍ରସ୍ତୁତ ହୋଇଥାଏ ଏହି ଡାଲମା । ଏବଂ ଏହା ଆମ ସ୍ୱାସ୍ଥ୍ୟ ପାଇଁ କେତେ ହିତକର? ଆମେ ଜଣେଇବୁ ଏହି ରିପୋର୍ଟରେ । ହବିଷ ଡାଲମାରେ ସାଧାରଣତଃ କଂଚାକଦଳୀ, ସାରୁ, ଓଉ ଓ ନଡିଆ ବ୍ୟବାହାର କରାଯାଇଥିାଏ । କିଛି କିଛି ଯାଗାରେ ଏଥିରେ ପାଳୁଅ ଓ କନ୍ଦମୁଳ ମଧ୍ୟ ପକାଯାଏ । ସବୁଠାରୁ ବଡ଼ କଥା ହେଉଛି ଏଥିରେ ଅନ୍ୟ କୌଣସି ଡାଲି ବଦଳରେ କେବଳ ମୁଗ ଡାଲି ହିଁ ବ୍ୟବହାର କରାଯାଏ । କାରଣ ବିଶ୍‌ବାସ କରାଯାଏ ଯେ, ମୁଗ ଡାଲି ହେଉଛି ସବୁ ଡାଲି ଭିତରୁ ଶ୍ରେଷ୍ଠ । ମୁଗ ଡାଲିରେ ସ୍ୱାଦ ରେ ସାମାନ୍ୟ ମିଠା ଲାଗେ । ଏହା ସହ ଏଥିରେ ଥିବା ଗୁଣ ଆମ ଶରୀର ପାଇଁ ଲାଭଦାୟକ । ଯାହା ଆମ ଶରୀରକୁ ଶୀତରୁ ରକ୍ଷା କରିଥାଏ । ଶୀତ ଦିନେ ସାଧାରଣତଃ ଥଣ୍ଡା ହେବାର ଆଶଙ୍କା ଥାଏ । ଏହି ଭୋଜନ ଦ୍ୱାରା କାଶ ତଥା କଫରୁ ଦୂରେଇ ରଖିଥାଏ । ଏହା ସହ ଖାଦ୍ୟ ମଧ୍ୟ ଜଲଦି ହଜମ ହୋଇଥାଏ । କେବଳ ଏତିକି ନୁହେଁ, ଏହି ପୁଷ୍ଟିକର ଖାଦ୍ୟରୁ ଶରୀରକୁ ବଳ ମଧ୍ୟ ମିଳିଥିାଏ । ଏଥିରେ ପ୍ରଚୁର ପରିମାଣର ପୁଷ୍ଟିସାର ଓ ବିବିଧ ଜୀବସାର ଥାଏ । କଂଚା କଦଳୀ ସାମାନ୍ୟ ତିକ୍ତ ସହ କଷା ମଧ୍ୟ ଥାଏ । କିନ୍ତୁ ଏଥିରେ ଥିବା ପୁଷ୍ଟିସାର ଆମ ଶରୀର ପାଇଁ ଖୁବ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଏଥିରେ ଥିବା ଉପଯୁକ୍ତ ଜଳୀୟଅଂଶ ଶୋଷ କରାଏନି । ଏହା ସହ ରକ୍ତ ସଂଚାଳନ, ପେଟ, ଆଖି ପାଇଁ ଭଲ ସାବ୍ୟସ୍ତ୍ୟ ହୋଇଥାଏ । କାରଣ ଏଥେିର ଅଛି ସ୍ନେହସାର, ପୁଷ୍ଟିସାର, ଜୀବସାର ତଥଶ ଅନ୍ୟ ସାର ଓ ଖଣିଜଲବଣମାନ ମଧ୍ୟ ରହିଥାଏ । ମହିଳାମାନେ କାର୍ତିକ ମାସରେ କାର୍ତିକ ବ୍ରତ କରିଥାନ୍ତି ଯେଉଁଥିରେ, ସେମାନେ ଗୋଟିଏ ଥର ଖାଦ୍ୟ ଖାଇଥାନ୍ତି । ଏହି ହବିଷ ଦ୍ୱାରା ସେମାନଙ୍କୁ ଉପଯୁକ୍ତ ପ୍ରୋଟିନ ମିଳେ ଯାହା ତାଙ୍କୁ କମ୍ ଖାଇବା ଖାଇବା ପରେ ବି ଦୁର୍ବଳ କରିନଥାଏ । କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ଏହି ହବିଷାନ୍ୟ ଦୂରେଇ ରଖିଥାଏ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ ଯେ, ଏହି ଡାଲମାକୁ ବଘରା ଯାଏ ନାହିଁ । ଏହାକୁ ଅଣବଘରା କରି ଖାଇବାର ପରମ୍ପରା ରହିଛି । ନଡିଆ ରସ ଥିବାରୁ ଛୁଙ୍କ ସମୟରେ ବ୍ୟବହାର ହେଉଥିବା ତେଲ ବା ଘିଅର ଆବଶ୍ୟକ ପଡେ ନାହିଁ । ତେଣୁ ତେଲରୁ ମିଳୁଥିବା ସ୍ନେହସାର ନଡିଆ ରସରୁ ମିଳିଯାଏ । ଏହା ସହ ଏଥିରେ ଲଙ୍କା ମଧ୍ୟ ପଡେ ନାହିଁ । ଯାହାର ଯାଗା ନେଇଯାଏ ତିକ୍ତ ରସଯୁକ୍ତ ଅଦା । ମୋଟାମୋଟି ଭାବେ କହିବାମକୁ ଗଲେ ଏହି ହବିଷ ଡାଲମା ସମ୍ପୂର୍ଣ୍ଣ ଆୟୁର୍ବେଦୀୟ ଗୁଣରେ ପରିପୂର୍ଣ୍ଣ । ଯାହା କେବଳ ସ୍ୱାଦ ନୁହେଁ ଶୀତ ଦିନରେ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ ।

You May Also Like

More From Author

+ There are no comments

Add yours