ଦଳାଚକଟାରେ ୧୫୧ ଲୋକଙ୍କ ମୃତ୍ୟୁ

ଦକ୍ଷିଣ ଆଫ୍ରିକାରେ ଘଟିଛି ବଡ଼ ଧରଣର ଅଘଟଣ । ଏକ ସାଙ୍ଗେ ଯାଇଛି ୧୫୧ ଲୋକଙ୍କ ଜୀବନ । ଏହି ଅଘଟଣ ଦଳାଚକଟା ଯୋଗୁଁ ଯାଇଛି । ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଶନିବାର ଚାଲିଥିଲା ହେଲୋୱିନ ଉତ୍ସବ । ଉତ୍ସବରେ ପ୍ରବଳ ଭିଡ଼ ସମୟରେ କେତେକ ସେଲିବ୍ରିଟି ପହଞ୍ଚିବା ନେଇ ଘୋଷଣା ଯୋଗୁଁ ଅଚାନକ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ଲୋକେ ଏକ ସଂକୀର୍ଣ୍ଣ ପଥ ଦେଇ ବାହାରିବାକୁ ଚେଷ୍ଟା କରିଥିଲେ। ଭୀଷଣ ଦଳାଚକଟା ଯୋଗୁଁ ଘଟଣା ସ୍ଥଳରେ ହିଁ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଅନେକ ହୃଦଘାତରେ ମଧ୍ୟ ପ୍ରାଣ ହରାଇଛନ୍ତି।୫୦ରୁ ଅଧିକ ଶ୍ୱାସରୁଦ୍ଧରୁ ପ୍ରାଣ ହରାଇଛନ୍ତି । ପ୍ରାୟ ୧୫୦ ଗୁରୁତର ହୋଇପଡିଥିବା ସୂଚନା ରହିଛି । ଏହି ସଂଖ୍ୟା ଆଗକୁ ଆହୁରି ବଢିପାରେ । ୩୦୦ଅଧିକ ଲୋକଙ୍କ ପତ୍ତା ମିଳୁନାହିଁ । ପ୍ରାୟ ୪୦୦ କର୍ମଚାରୀ ଗୁରୁତରମାନଙ୍କୁ ଉଦ୍ଧାର କରିବା କାମରେ ନିୟୋଜିତ ହୋଇଥିଲେ । ସିଓଲର ୟଙ୍ଗସାନ ଅଗ୍ନିଶମ ବିଭାଗର ମୁଖ୍ୟ ଚୋଇ ସେଙ୍ଗ ବମ କହିଛନ୍ତି ଯେ, ସିଓଲର ରାଜରାସ୍ତାରେ ଏହି ପାର୍ଟିକୁ ସ୍ୱାଗତ କରିବା ପାଇଁ ଲୋକେ ଧାଡିରେ ଆସୁଥିଲେ । ତେବେ ହାମିଲଟନ ହୋଟେଲ ନିକଟରେ ଲୋକ ପହଞ୍ଚିବା ପରେ ଗହଳି ବଢ଼ିବା ସହିତ ରାସ୍ତା ସଂକୀର୍ଣ୍ଣ ଥିବାରୁ ଦଳାଚକଟା ହୋଇଯାଇଥିଲା । ଫଳରେ ଅନେକ ଲୋକ ତଳେ ପଡିଯାଇଥିଲେ । ପରେ ସେମାନେ ମୃତ ବୋଲି ଜଣାପଡିଥିଲା ।ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ ସୁକ ଇଓଲ ଘଟଣାରେ ଦୁଃଖ ପ୍ରକାଶ କରି କିଭଳି ନିରାପଦରେ ପାଳନ କରାଯିବ ଓ ଗୁରୁତରମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଠିକାର ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ, ଇଟାଓନ ଷ୍ଟ୍ରିଟରେ ପାର୍ଟି ପାଳନ ଅବସରରେ ରାଲିରେ ପ୍ରାୟ ୧ ଲକ୍ଷ ଲୋକ ଆସୁଥିଲେ । ଅଧିକ ଗହଳି ଯୋଗୁ ଦଳାଚକଟା ସହ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । କୋଭିଡ୍ ପାଇଁ ହାଲୋୱିନ ପାର୍ଟି ଦୁଇ ବର୍ଷ ହେବ ବନ୍ଦ ରହିଥିଲା । ଆଉ ଏବେ ଦୁଇ ବର୍ଷ ପରେ କୌଣସି କଟକଣା ନଥାଇ ହାଲୋୱିନ ପାର୍ଟିର ଆୟୋଜନ ହୋଇଥିଲା । ଯାହା ବର୍ତମାନ ପାଖାପାଖି ୧୫୧ରୁ ଉର୍ଦ୍ଧ୍ୱ ଲୋକଙ୍କର ଚୀବନ ନେଇଛି ।

You May Also Like

More From Author

+ There are no comments

Add yours