୨୦୩୫ ସୁଦ୍ଧା ନିଜର ସ୍ପେସ ଷ୍ଟେସନ ସ୍ଥାପନ କରିବ ଭାରତ

ନୂଆ ଯୋଜନା ରେ ଭାରତ। ୨୦୩୫ ସୁଦ୍ଧା ନିଜର ସ୍ପେସ ଷ୍ଟେସନ ସ୍ଥାପନ କରିବାକୁ ଭାରତ ଯୋଜନା ପ୍ରସ୍ତୁତ କରୁଛି । ଏଥିପାଇଁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ (ଇସ୍ରୋ) ଉଦ୍ୟୋଗ ଜଗତ ଆଗରେ ନିଜର ଯୋଜନା ରଖିଛି । ଇସ୍ରୋ ବର୍ତ୍ତମାନ ଉପଗ୍ରହକୁ ମହାକାଶରେ ସ୍ଥାପନ କରିବା ପାଇଁ ଜୋରଦାର ଉଦ୍ୟମ ଜାରିରଖିଛି । ଏଥିପାଇଁ ରକେଟ ପ୍ରସ୍ତୁତି ମଧ୍ୟ ଜାରିରହିଛି । ଏହିଭଳି ରକେଟ ଆଗାମୀ ପିଢିର ପ୍ରକ୍ଷେପଣ ଯାନ ବା ଏନଜିଏଲଭି । ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି, ଅନ୍ତରୀକ୍ଷ ଏଜେନ୍ସି ରକେଟର ଡିଜାଇନ ନେଇ କାମ କରୁଛନ୍ତି । ଏହାର ବିକାଶ ପାଇଁ ବିଭିନ୍ନ ଉଦ୍ୟୋଗରର ସହଭାଗିତାର ଆବଶ୍ୟକତା ରହିଛିା ସେ ଆହୁରି ମଧ୍ୟ କହିଛନ୍ତି, ବିକାଶ ପ୍ରକ୍ରିୟାରେ ଉଦ୍ୟୋଗ ଜଗତକୁ ସାଙ୍ଗରେ ନେବାର ଉଦ୍ୟମ ଜାରିରହିଛି । ଆମକୁ ସବୁ ଅର୍ଥ ନିବେଶ କରିବାର ଆବଶ୍ୟକତା ନାହିଁ । ଆମେ ଚାହୁଁଛୁ ଯେ ସମସ୍ତେ ରକେଟ ନିର୍ମାଣ ଉଦ୍ୟୋଗରେ ନିବେଶ କରିବା ଦରକାର । ସୋମନାଥ କହିଥିଲେ, ଧ୍ରୁବୀୟ ଉପଗ୍ରହ ପ୍ରକ୍ଷେପଣ ଯାନ (ପିଏସଏଲଭି) ୧୯୮୦ ଦଶକରେ ବିକଶିତ କରାଯାଇଥିଲା । ଏହା ସେହି ସମୟରେ ବିକଶିତ ପ୍ରଦ୍ୟୋଗିକ ଉପରେ ଆଧାରିତ । ଏହାକୁ ଭବିଷ୍ୟତରେ ଉତକ୍ଷେପଣ କରିବା ଯାଇପାରିବନାହିଁ । ଇସ୍ରୋ ଏନଜିଏଲବିର ଡିଜାଇନ ଏକ ବର୍ଷ ମଧ୍ୟରେ ପ୍ରସ୍ତୁତ କରିବା ପାଇଁ ଯୋଜନା ତିଆରି କରିଛି । ଏବଂ ୨୦୩୦ ସୁଦ୍ଧା ସମ୍ଭାବିତ ରୂପରେ ପ୍ରସ୍ତାବିତ ଏହାର ପ୍ରଥମ ପରୀକ୍ଷଣ ସହ ଉଦ୍ୟୋଗ ଜବତ ସହ ଏହାର ଉତ୍ପାଦନ ପାଇଁ ପାଇଁ କଥାବାର୍ତ୍ତା କରାଯାଉଛି । ଏନଜିଏଲବି ସବୁଜ ତୈଳରେ ସଞ୍ଚାଳିତ ତିନ ସ୍ତରର ରକେଟ ହୋଇପାରେ । ଏଥିରେ ମିଥେନ ଏବଂ ତରଳ ଅକ୍ସିଜେନ କିମ୍ବା କିରୋସିନ ଏବଂ ତରଳ ଅକ୍ସିଜେନର ବ୍ୟବହାର ହୋଇପାରେ ।

You May Also Like

More From Author

+ There are no comments

Add yours