ପୁଣି ଶ୍ରୀମନ୍ଦିରରୁ ଖସିଲା ପଥର


ପୁଣି ଘଟିଛି ଅଘଟଣ । ଶ୍ରୀମନ୍ଦିରରୁ ପୁଣି ଖସିଛି ପଥର । କେତେ ବେଳେ ରତ୍ନ ଭଣ୍ଡାର ଚାବି ହଜିବା ତ ଆଉ କେତେ ବେଳେ ସିଂହଦ୍ୱାରା ଗୁମୁଟରୁ ଡେଇଁ କିନ୍ନରଙ୍କ ଆତ୍ମହତ୍ୟା ଘଟଣା । ସମୟେ ସମୟେ ଅନେକ ନୀତିକାନ୍ତିରେ ତ୍ରୁଟିକୁ ନେଇ ମଧ୍ୟ ଖବର ଆସିଛି । ହେଲେ ବର୍ତ୍ତମାନ ଶ୍ରୀମନ୍ଦିରରୁ ଅଘଟଣର ଯେଉଁ ଖବର ଆସିଛି ତାହା ସମସ୍ତଙ୍କୁ ବିଚଳିତ କରିଛି । କାହିଁକି ନା ବଡ଼ଦେଉଳର ସୁରକ୍ଷାକୁ ନେଇ ଉଠିଛି ସବୁଠୁ ବଡ଼ ପ୍ରଶ୍ନ । ଶ୍ରୀମନ୍ଦିରରୁ ଖସିଛି ପ୍ରାୟ ଦେଢ଼ ଫୁଟର ପଥର । ରତ୍ନବେଦୀ ପଛ ପାଶ୍ୱୁ ଚୂନ ଖସିବାର କିଛି ଦିନରେ ଏକ ବଡ଼ ପଥର ଖସିଛି । ଶ୍ରୀମନ୍ଦିର ମୁଦୁଲି ଦ୍ୱାର ପାଶ୍ୱର୍ର ନାଟମଣ୍ଡପରୁ ଏହି ପଥର ଖସିଛି ବୋଲି କୁହାଯାଉଛି । ପଥରଟି ଆକାର ରହିଛି ଦେଢ ଫୁଟ । ଯାହାର ଓଜନ ପ୍ରାୟ ୩ କେଜି ହେବ । ତେବେ ଏହି ଅଘଟଣ ଘଟିବା ବେଳେ ସେହି ସ୍ଥାରେ କେହି ନଥିଲେ । ଫଳରେ କୌଣସି ଧନଜୀବନର କ୍ଷତି ହୋଇନି । ଏହି ପଥରକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ନତତ୍ୱ ବିଭାଗକୁ ହସ୍ତାନ୍ତର କରିଛନ୍ତି । ସେପଟେ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣକୁ ନେଇ ସାଧାରଣରେ ପ୍ରଶ୍ନ କରାଯାଉଛି । ତେବେ ଏହି ଘଟଣାକୁ ଚାରି ଦିନ ବିତି ଯାଇଥିଲେ ବି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ସେପଟେ ଏଏସଆଇ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ପରିଦର୍ଶନ ମଧ୍ୟ କରିନାହାନ୍ତି । ଏସବୁକୁ ନେଇ ସେବାୟତମାନେ ପ୍ରତ୍ନତତ୍ୱ ବିଭାଗକୁ ଦାୟୀ କରିଛନ୍ତି । ଖାଲି ଏତିକି ନୁହେଁ, ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଅନ୍ୟପକ୍ଷେ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଯାହା କୁହାଯାଇଛି ଯେ କେଉଁ ସ୍ଥାନରୁ ପକ୍ଷରୁ ଖସିଛି ତାହା ଜଣା ପଡିନାହିଁ । ଶ୍ରୀମନ୍ଦିର ଶହଶହ ବର୍ଷ ତଳେ ନିର୍ମିତ । ସେଥିପାଇଁ ଏହି ପଥର ଗୁଡିକ ଦୁର୍ବଳ ହୋଇପଡିଲାଣି । ଏହା ସହ ପୁରୀରେ ମାଙ୍କଡ ଗୁଡିକ ମନ୍ଦିର ଉପରେ ଡିଆଁ ଡିଆଁ କରୁଥିବାରୁ ପଥର ଖସିବା ଅନୁମାନ କରାଯାଉଛି । ତେବେ ଏ କଥା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏହି ସମାନ କଥା ଦେଖିବାକୁ ମିଳିଛି । ୨୦୦୪ ମସିହାରେ ମଧ୍ୟ ବଡ଼ ଦେଉଳରୁ ପଥର ଖସିବା କଥା ସାମ୍ନାକୁ ଆସିଛି । ଏବଂ ନିକଟ ଅତୀତରେ ମଧ୍ୟ ଶ୍ରୀମନ୍ଦିର ବିପଦରେ ଥିବା କଥାକୁ ନେଇ ବହୁ ଖବର ଶୁଣିବାକୁ ମିଳିଛି । ତେବେ ଘଟଣାକୁ ରାଜ୍ୟ ସରକାରଙ୍କ ସହ ପ୍ରତ୍ନତତ୍ତ୍ୱ ବିଭାଗ ଗୁରୁତ୍ୱର ସହ ସମୀକ୍ଷା କରିବା ଉଚିତ । ଏହାସହ ଶ୍ରୀମନ୍ଦିରର ସୁରକ୍ଷାକୁ ବି ସୁନିଶ୍ଚିତ କରନ୍ତୁ ସରକାର ବୋଲି ଚାରିଆଡେ ସ୍ୱର ଉଠୁଛି ।

You May Also Like

More From Author

+ There are no comments

Add yours