ମହାବାତ୍ୟାକୁ ପୂରିଛି ୨୩ ବର୍ଷ


୨୫ ଅକ୍ଟୋବର ୧୯୯୯ ମସିହା । ଥାଇଲାଣ୍ଡ ପାଖ ସମୁଦ୍ରରେ ସୃଷ୍ଟି ହୋଇଥିଲା ଅବପାତ । ଧିରେ ଧିରେ ଏହା ଶକ୍ତିଶାଳୀ ହୋଇ ସାମୁଦ୍ରିକ ଝଡ଼ର ରୂପ ନେଇଥିଲା । ୨୯ ଅକ୍ଟୋବର ୧୯୯୯ ସଂଧ୍ୟା ଦିନ ଥିଲା ଯେତେବେଳେ ଜଳବନ୍ଦୀ ହୋଇଥିଲେ ଲୋକ । ମୁଣ୍ଡ ଉପରେ ନଥିଲା ଛପର । ଅନ୍ଧକାରରେ ଡିବିରି ଆଲୁଅ ଜାଳି ବିତଉଥିଲେ ରାତି । ଆମେ କହୁଛୁ ୧୯୯୯ ମସିହା ମହାବାତ୍ୟା କଥା । ଆଜି ବି ଜୀବନ୍ତ ହୋଇଯାଉଛି ସେହି ଦୃଶ୍ୟ । ଯେତେବେଳେ ପେଟକୁ ଦାନା ଦେବା ପାଇଁ ଡହଳ ବିକଳ ହେଉଥିଲେ ଲୋକେ । ଆଜି ସେହି ମହାବାତ୍ୟାକୁ ପୂରିଛି ୨୩ ବର୍ଷ । ଉତର ଭାରତ ସହାସାଗରରେ ସବୁଠାରୁ ତୀବ୍ର ରେକର୍ଡ ସୃଷ୍ଟି କରିତିଲା ଏହି ବାତ୍ୟା । ଅକ୍ଟୋବର ୨୫ରେ ଏହି ଟ୍ରପିକାଲ ଡିପ୍ରେସନ ଧିରେ ଧିରେ ଦୃଢିଭୁତ ହୋଇ ବାତ୍ୟାର ରୂପ ନେଇଥିଲା । ଅକ୍ଟୋବର ୨୯ରେ ଓଡ଼ିଶାରେ ଲ୍ୟାଣ୍ଡଫଲ କରିଥିଲା ଏହି ସୁପର ସାଇକ୍ଲୋନ । ଧିରେ ଧିରେ ଏହାର ପ୍ରଭାବରେ ସାରା ଓଡ଼ିଶା ପ୍ରଭାବିତ ହୋଇଥିଲା । ଏହି ପରେ ଆରମ୍ଭ ହୋଇଥିଲା ବାତ୍ୟା ବିଭୀଷିକାର କାୟା ବିସ୍ତାର । ରାଜ୍ୟର ଅଧିକାଂଶ ଅଂଚଳ ଜଳମଗ୍ନ ହୋଇଯାଇଥିଲା । ଖାଇବାକୁ ଡହଳ ବିକଳ ହେଉଥିଲେ ବାତ୍ୟା ପ୍ରଭାବିତ ଅଂଚଳର ଲୋକେ । ରିଲିଫ ସହାୟତା ରେ କଟୁଥିଲା ଦିନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ସମୟରେ ପ୍ରଭାବିତ ଅଂଚଳ ବୁଲି ଲୋକଙ୍କୁ ଆଶ୍ୱାସନା ଦେଇଥିଲେ । ସେନା ତଥା ଉଦ୍ଧାରକାରୀ ଦଳ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଲଗାତାର ଚେଷ୍ଟା କରୁଥିଲେ । ଅନ୍ୟ ଅର୍ଥରେ କହି ପାରିବା ଯେ, ବିଂଶ ଶତାବ୍ଦିରେ ଏହି ମହାବାତ୍ୟା ଥିଲା ସବୁଠାରୁ ବଡ଼ ଭୟଙ୍କର ବାତ୍ୟା । ଆଜି ମଧ୍ୟ ସେ କଥା ମନେ ପକାଇଲେ ଡରରେ ଥରି ଯାଆନ୍ତି ଅଙ୍ଗେ ନିଭେଇଥିବା ଲୋକେ । ବିସ୍ତୃତରେ କହିବାକୁ ଗଲେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଅଂଚଳ ମଧ୍ୟରେ ରହିଥିଲା ଏରସମା ଓ କୁଜଙ୍ଗ । କିନ୍ତୁ ବର୍ତମାନର କଥା ଦେଖିଲେ ଏହି ମହାବାତ୍ୟାକୁ ପୂରି ଯାଇଛି ୨୩ ବର୍ଷ । କିନ୍ତୁ ଆଜି ବି କେଉଁଠି ନା କେଉଁଠି ଏହି ଦୃଶ୍ୟ ଲୋକଙ୍କ ମନରୁ ଲିଭିନି । ଏହା ପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯାଗାରେ ବାତ୍ୟା ତଥାବ ବନ୍ୟାର ମୁକାବିଲା କରିବା ପାଇଁ ତିଆରି ହୋଇଛି ଆଶ୍ରୟସ୍ଥଳୀ । ଓଡ଼ିଶାକୁ ବାତ୍ୟା ଆସିବା ଏକ ସାଧାରଣ କଥା ବାଲଟି ଗଲାଣି । ରାଜ୍ୟରେ ବାତ୍ୟା ଇତିହାସ ଉଠାଇ ଦେଖିଲେ ବହୁ ବାତ୍ୟାର ସମ୍ମୁଖୀନ ହୋଇଛନ୍ତି ରାଜ୍ୟବାସୀ । ଫନି, ହୁଡହୁଡ, ତିତଲୀ, ୟାଶ ପରି ଅନେକ ବାତ୍ୟା ୟା ଭିତରେ ରଚିସାରିଲେଣି ତାଣ୍ଡବ । ତେବେ ୧୯୯୯ ମସିହାରେ ହୋଇଥିବା ମହାବାତ୍ୟାକୁ ଲୋକ ଆଜି ବି ଭୁଲି ପାରିନାହାନ୍ତି ।

You May Also Like

More From Author

+ There are no comments

Add yours