Wed. Oct 14th, 2026


ବଡ଼ ଖୁଲାସା କରିଛନ୍ତି ପୋପ ଫ୍ରାନ୍ସିସ୍ । ବୁଧବାର ପୋପଙ୍କ ଏକ ଲିଖିତ ଭାଷଣ ପ୍ରକାଶ ପାଇଛି । ଯେଉଁଥିରେ ଲେଖା ହୋଇଥିଲା ଯେ, ଖ୍ରୀଷ୍ଟିଆନ ପାଦ୍ରୀମାନେ ପର୍ଣ୍ଣ ଭିଡିଓ ଦେଖନ୍ତି । ତେବେ ପୂରା କଥା ଟା କ’ଣ ଜାଣି ରଖନ୍ତୁ । ଭାଟିକାନ୍ ସିଟିର କ୍ୟାଥୋଲିକ୍ ଚର୍ଚ୍ଚର ସର୍ବୋଚ୍ଚ ଧର୍ମପ୍ରଚାରକ ପୋପ୍ ଫ୍ରାନ୍ସିସ୍ ଲୋକମାନଙ୍କୁ ଅନଲାଇନରେ ପର୍ଣ୍ଣ ବା ଅଶ୍ଳୀଳ ଭିଡିଓ ଦେଖିବାରୁ ବିରତ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ନନ୍ ଓ ପାଦ୍ରୀମାନେ ମଧ୍ୟ ମୋବାଇଲରେ ପର୍ଣ୍ଣ ଦେଖନ୍ତି। ସେହିପରି ଅଧିକ ସମୟ ନ୍ୟୁଜ କିମ୍ବା ସଙ୍ଗୀତ ଦେଖିଲେ ବା ଶୁଣିଲେ ମଣିଷ ନିଜ କର୍ମ କ୍ଷେତ୍ର ଉପରେ ସଠିକ୍ ଭାବେ ମନୋନିବେଶ କରିହୁଏ ନାହିଁ ତେଣୁ ଏସବୁ ଦେଖିବାର ଗୋଟିଏ ସୀମା ରହିବା ଉଚିତ। ଡ଼ିଜିଟାଲ କିମ୍ବା ସୋସିଆଲ ମିଡିଆକୁ କିଭଳି ସର୍ବୋତ୍ତମ ବ୍ୟବହାର କରାଯାଇପାରିବ ସେନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ପୋପ୍ ଫ୍ରାନ୍ସିସ୍ ଏପରି କିଛି କହିଛନ୍ତି। ପୋପ୍ ଫ୍ରାନ୍ସିସ୍ କହିଛନ୍ତି, ସୋସିଆଲ୍ ମିଡିଆକୁ ବ୍ୟବହାର କରିବା ଉଚିତ କିନ୍ତୁ ଏଥିରେ ଅଧିକ ସମୟ ନଷ୍ଟ କରିବା ଉଚିତ ନୁହେଁ। ଅନେକ ଲୋକ ଡିଜିଟାଲରେ ପର୍ଣ୍ଣ ଦେଖି ସମୟ ବିତାଉଛନ୍ତି। ସୋସିଆଲ ମିଡିଆ ଓ ଇଣ୍ଟରନେଟର ଦୁନିଆକୁ ବ୍ୟବହାର କରିବା ନିହାତି ଆବଶ୍ୟକ ବୋଲି ପୋପ୍ ଫ୍ରାନ୍ସିସ୍ କହିଛନ୍ତି, କିନ୍ତୁ ଏଥିପାଇଁ ଅଧିକ ସମୟ ନଷ୍ଟ କରନ୍ତୁ ନାହିଁ। ପରସ୍ପର ମଧ୍ୟରେ ଉତ୍ତମ ଯୋଗାଯୋଗରେ ମୋବାଇଲ ବ୍ୟବହାର କରିବା ଉଚିତ ବୋଲି ସେ କହିଛନ୍ତି। ଡ଼ିଜିଟାଲ ପର୍ଣ୍ଣୋଗ୍ରାଫି ମାଧ୍ୟମରେ ଜଣେ ଭଲ ମଣିଷର ହୃଦୟ ଦୁର୍ବଳ ହୋଇଯାଏ ବା ଆତ୍ମବିଶ୍ୱାସ କମିଯାଏ ବୋଲି କହିଛନ୍ତି। ତେଣୁ ପୋପ୍ ଫ୍ରାନ୍ସିସ୍, ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଏଭଳି ସବୁ ଜିନିଷକୁ ଫୋନ୍ରୁ ହଟାଇ ଦିଅନ୍ତୁ ବି ଡିଲିଟ୍ କରିଦେବା ଠିକ୍। ନିଜ ଅଭିଭାଷଣ ସମୟରେ ପୋପ୍ ଫ୍ରାନ୍ସିସ୍ କହିଥିଲେ ଯେ, ଯଦି କେହି ନିଜ ପାଠପଢ଼ା କିମ୍ବା କାମରେ ଅତ୍ୟଧିକ ବ୍ୟସ୍ତ ରୁହନ୍ତି ତେବେ ତାଙ୍କୁ ପୁଣି ଥରେ କାମକୁ ଯିବାକୁ ପଡ଼ିବ, ତେବେ ଏଭଳି ଲୋକଙ୍କ ସହ ସମ୍ପର୍କ ରଖିବା ନିହାତି ଜରୁରୀ। ବିଜ୍ଞାନ ଓ ବିଶ୍ୱାସର ସମ୍ପର୍କ ବିଷୟରେ ପଚରାଯିବାରୁ ପୋପ୍ ଫ୍ରାନ୍ସିସ୍ କହିଥିଲେ, ଆତ୍ମବିଶ୍ୱାସୀ ହେବାର ଅର୍ଥ ନୁହେଁ ଯେ ଆପଣଙ୍କ ପାଖରେ ସବୁକିଛିର ଉତ୍ତର ଅଛି। ପୋପ୍ ଫ୍ରାନ୍ସିସ୍ କହିଛନ୍ତି ଯେ ଜଣେ ବିଶ୍ୱାସୀ ବ୍ୟକ୍ତି ବିଜ୍ଞାନ ଉପରେ ନିଜର ମନ ଖୋଲା ରଖିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *