Wed. Oct 14th, 2026

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ମିଳିଛି ପାଣିର ସନ୍ଧାନ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାର ମୁନ୍ ମିଶନରେ ବୈଜ୍ଞାନିକମାନେ ଚନ୍ଦ୍ରରେ ପର୍ଯ୍ୟାପ୍ତ ପାଣି ଥିବା ଦାବି କରିଛନ୍ତି । ଫ୍ଲାଇଙ୍ଗ ଟେଲିସ୍କୋପ ଜରିଆରେ ଚନ୍ଦ୍ରପୃଷ୍ଠର ବିଭିନ୍ନ ଅଂଶକୁ ସମୀକ୍ଷା କରିବା ପରେ ଉତ୍ତର ଓ ଦକ୍ଷିଣ ମେରୁ ନିକଟରେ ଥଣ୍ଡା ବଳୟ ପାଖରେ କାଚ କଣିକା ଭଳି ଜଳର ସନ୍ଧାନ ମିଳିଥିବା ନେଇ ସୋମବାର ଦିନ ନାସା ପକ୍ଷରୁ ପ୍ରକାଶ କରାଯାଇଛି।

ଏହାସହ ଚନ୍ଦ୍ରପୃଷ୍ଠରେ ଅଧିକ ଥଣ୍ଡା ବଳୟ ଥିବା ନେଇ ଆଉ ଏକ ବୈଜ୍ଞାନିକ ଟିମ୍ ଆକଳନ କରିଛନ୍ତି । ଏଥିରୁ ଅନୁମାନ କରାଯାଉଛି ଯେ, ଚନ୍ଦ୍ରପୃଷ୍ଠରେ ଆହୁରି ଅଧିକରୁ ଅଧିକ ଜଳ ରହିଥିବ । ତେବେ ଏନେଇ ଅଧିକ ଗବେଷଣା ଜାରି ରହିବ ବୋଲି ନାସା କହିଛି ।

ନାସାର ଏ ତଥ୍ୟ ଭବିଷ୍ୟତରେ ଚନ୍ଦ୍ର ଅଭିଯାନ ଲାଗି ଖୋରାକ ଯୋଗାଇବ । ଚନ୍ଦ୍ରପୃଷ୍ଠରେ ପାଣି ଥିବା ନେଇ ଅନୁମାନ କରାଯାଉଥିଲା । ଦଶନ୍ଧି ଦଶନ୍ଧି ଧରି ବୈଜ୍ଞାନିକମାନେ ଏନେଇ ସନ୍ଦେହ କରି ଆସୁଥିଲେ । ହେଲେ ନାସା ଏହା ସ୍ପଷ୍ଟ କରିଦେଇଛି । ପୃଥିବୀ ପୃଷ୍ଠରୁ ଦେଖାଯାଉଥିବା ଚନ୍ଦ୍ରର ବିରାଟକାୟ ଗର୍ତ୍ତ କ୍ଲାଭିୟସ କାର୍ଟର ଅଞ୍ଚଳରେ ଏହି ଜଳର ସନ୍ଧାନ ମିଳିଥିବା ଗବେଷକମାନେ ସୂଚନା ଦେଇଛନ୍ତି।

ସୂଚନାଥାଉ କି, ଏହି ଅନୁସନ୍ଧାନ ନାସାର ଷ୍ଟ୍ରାଟୋସଫିୟର ଅବ୍‌ଜରଭେଟୋରୀ ଫର ଇମ୍ଫ୍ରାରେଡ୍‌ ଏଷ୍ଟ୍ରୋନମି (ସୋଫିଆ) ପକ୍ଷରୁ କରାଯାଇଛି। ସୋଫିଆ ପକ୍ଷରୁ କୁହାଯାଇଛି ଯେ, ଚନ୍ଦ୍ରରେ ଥିବା ସବୁଠାରୁ ବିରାଟକାୟ ଗର୍ତ୍ତିରେ ଏକ କ୍ଲେଭିୟସ କ୍ରେଟରରେ  ପାଣିର ଅଣୁ (H2O) ଥିବା ଜଣାଯାଇଛି । ଏହା ପୂର୍ବରୁ ହୋଇଥିବା ଅଧ୍ୟୟନରେ ଜହ୍ନରେ ହାଇଡ୍ରୋଜେନ୍‌ର କିଛି ରୂପ ଥିବା ଜଣାପଡ଼ିଥିଲା। ହେଲେ ପାଣି କିମ୍ବା ହାଇଡ୍ରୋକ୍ଲିସ (OH) ଥିବା ଜଣା ନ ଥିଲା।

Leave a Reply

Your email address will not be published. Required fields are marked *