Wed. Oct 14th, 2026

ଭୁବନେଶ୍ବର : ପାଞ୍ଚ ଦିନ ନାମାନଙ୍କ ପତ୍ର ଦାଖଲ ପରେ ବି ଖାଲି ପଡିଛି ପ୍ରାର୍ଥୀପତ୍ର ଦାଖଲ ସ୍ଥାନ । ନାମାଙ୍କନ ଦାଖଲ ପ୍ରାର୍ଥୀଙ୍କୁ ମିଳିଛି ଆଉ ଏକ ସୁଯୋଗ । ଜାନୁଆରୀ ୨୭ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ 29ରୁ 31 ପର୍ଯ୍ୟନ୍ତ ନାମାଙ୍କନ ଦାଖଲ। ଫେବୃଆରୀ ୧ ରେ ପ୍ରାର୍ଥୀପତ୍ର ଯାଞ୍ଚ, ଫେବୃୟୀରେ ୪ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର । ତେବେ ରାଜ୍ୟର ୪ ହଜାରରୁ ଅଧିକ ସ୍ଥାନରେ ନାମାଙ୍କନ ଶୂନ । ଏହାପରେ ବି ଯଦି ଉକ୍ତ ସ୍ଥାନରେ ନାମାଙ୍କନ ଖାଲି ରୁହେ ତେବେ ସେଠାରେ ନିର୍ବାଚନ ହେବନାହିଁ । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ।

 ପଞ୍ଚାୟତ ନିର୍ବାଚନ ବେଳେ ଯେଉଁଠି ପ୍ରାର୍ଥୀପତ୍ର କେହି ଦାଖଲ କରିନାହାନ୍ତି ବା ଯେଉଁ ଜାଗାରେ ସମସ୍ତ ପ୍ରାର୍ଥୀପତ୍ର ନାକଚ ହୋଇ ଯାଇଛି ସେଠି ଆଉଥରେ ନାମାଙ୍କନ ଦାଖଲ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହିକ୍ରମରେ ୨୯ ତାରିଖରୁ ଫେବୃଆରୀ ୪ ତାରିଖ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ। ୪ ହଜାରରୁ ଅଧିକ ୱାର୍ଡ ମେମ୍ବର, ୭ ସରପଞ୍ଚ ଓ ୬ ସମିତିସଭ୍ୟ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ। ରାଜ୍ୟର କୋଭିଡ ସ୍ଥିତି ଉପରେ ନଜର ରଖାଯାଇଛି। ବିଭିନ୍ନ ଦିଗକୁ ତର୍ଜମା କରି ପ୍ରଚାର ପାଇଁ କଟକଣା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ 

ଆଜି ଜିଲ୍ଲାଗୁଡିକରେ ଚୂଡାନ୍ତ ପାର୍ଥୀପତ୍ର ତାଲିକା ପ୍ରକାଶ ପାଇବ । ସେପଟେ ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଅପରାହ୍ନ ୩ଟା ଯାଏଁ ନାମାଙ୍କନ ପ୍ରତ୍ୟାହାର କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ଜାନୁଆରୀ ୧୭ ରୁ ୨୧ ଯାଏଁ ନାମାଙ୍କନ ଦାଖଲ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ୨୪ରୁ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରାର୍ଥୀପତ୍ର ଯାଞ୍ଚ ପରେ ୫୫୪୪ ଜଣେ ୱାର୍ଡ ମେମ୍ବର, ୧୧୧୯ ପଞ୍ଚାୟତ ସମିତି, ୧୭୫୩ ସରପଞ୍ଚ ୨୩୨ ଜିଲ୍ଲା ପରିଷଦଙ୍କ ପ୍ରାର୍ଥୀଙ୍କ ମନୋନୟନ ପତ୍ର ନାକଚ ହୋଇଛି । ଶେଷରେ ୧,୫୬,୭୫୩ ୱାର୍ଡ ମେମ୍ବର, ୩୨,୮୬୦ ସରପଞ୍ଚ, ୨୭,୦୩୪ ସମିତି ସଭ୍ୟ, ୩୭୬୭ ଜିଲ୍ଲା ପରିଷଦ ପ୍ରାର୍ଥୀପତ୍ର କାଏମ ରହିଛି ।

Leave a Reply

Your email address will not be published. Required fields are marked *