ବଡ଼ଭାଇକୁ ହରାଇବାକୁ ସାନଭାଇର ଷଡଯନ୍ତ୍ର

ସାନଭାଇ ବିଜେଡି ବିଧାୟକ । ବଡ଼ଭାଇ ବିଜେପିର ଜିଲ୍ଲାପରିଷଦ ସଭ୍ୟ ପାଇଁ କରୁଛନ୍ତି ପ୍ରତିଦ୍ୱନ୍ଦ୍ୱିତା । କେନ୍ଦୁଝର ଜିଲ୍ଲା ପାଟଣାର ବିଜେଡି ବିଧାୟକ ଜଗନ୍ନାଥ ନାଏକଙ୍କ ବଡ଼ଭାଇ ସତ୍ୟବ୍ରତ ନାଏକ ୨୧ନମ୍ବର ଜିଲ୍ଲା ପରିଷଦ ଜୋନ୍ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ଦୁଇଭାଇଙ୍କର ଦଳ ଅଲଗା । ଆଦର୍ଶ ମଧ୍ୟ ଅଲଗା । ହେଲେ, ଘରେ ସେ ମୋର ସ୍ନେହର ସାନଭାଇ, କିନ୍ତୁ ନିଜେ ସତ୍ୟବ୍ରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା କହିଛନ୍ତି ବିଧାୟକ । ଏଥିସହିତ ୨୧ନମ୍ବର ଜୋନରୁ ନିଶ୍ଚିତ ବିଜୟଲାଭ କରିବେ ବୋଲି ଦୃଢତାର ସହିତ କହିଛନ୍ତି ସତ୍ୟବ୍ରତ । ସେ କହିଛନ୍ତି, ଜଗନ୍ନାଥ ତାଙ୍କ ସ୍ନେହର ସାନଭାଇ । ତାଙ୍କରି ଉଦମରେ ଜଗନ୍ନାଥ ବିଧାୟକ ହୋଇଛନ୍ତି । ବିଜେଡି ଦୟାଳରେ ସେ ବିଧାୟକ ହୋଇ ନାହାନ୍ତି । ମାତ୍ର ତା’ ଦଳ ପାଇଁ ସେ ଆନୁଗତ, ମୋ’ ଦଳ ପାଇଁ ମୁଁ ଅନୁଗତ ବୋଲି ସତବ୍ରତ କହିଛନ୍ତି । ନିଜ ବଡଭାଇ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ସୁଦ୍ଧା ୨୧ ନମ୍ବର ଜୋନ୍ ରୁ ବିଜେଡି ପ୍ରାର୍ଥୀ ଏକତରଫା ବିଜୟୀ ହେବେ ବୋଲି କହିଛନ୍ତି ପାଟଣାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଜଗନ୍ନାଥ ନାଏକ ।

You May Also Like

More From Author

+ There are no comments

Add yours