Wed. Oct 14th, 2026

ଚଳିତ ଆଇପିଏଲ୍‌ର ୫୦ ତମ ମ୍ୟାଚ୍‌ରେ ଆଜି କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଟସ୍‌ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେଣୁ କେଏଲ ରାହୁଲଙ୍କ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା।

ଗେଲ୍‌ଙ୍କ ଦମଦାର ୯୯ ରନ୍‌ ବଳରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୧୮୪ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ରାଜସ୍ଥାନ ୧୮୬ ରନ୍‌ର ଟାର୍ଗେଟର ଅନୁସରଣ କରିବ।ଦଳ ପକ୍ଷରୁ ଗେଲ୍‌ ୬୩ ବଲ୍‌ ଖେଳି ସର୍ବାଧିକ ୯୯ ରନ୍‌ କରିଥିବା ବେଳେ ରାହୁଲ ୪୧ ବଲ୍‌ରେ ୪୬ ରନ୍‌କରି ଷ୍ଟୋକ୍ସଙ୍କ ବଲ୍‌ରେ ଆଉଟ୍‌ ହୋଇ ପାଭିଲିୟନ୍‌କୁ ଫେରିଥିଲେ। ସେହିପରି ପୁରାନ ୧୦ ବଲ୍‌ ଖେଲି ୨୨ ରନ୍‌ କରିଥିବା ବେଳେ ମ୍ୟାକ୍ସୱେଲ୍ ୬ ରନ୍‌ କରି ଅପରାଜିତ ଥିଲେ।

Leave a Reply

Your email address will not be published. Required fields are marked *