Wed. Oct 14th, 2026

ଆଜିକାଲି ପ୍ରାୟ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ। ମଧୁମେହ ପାଇଁ ରକ୍ତରେ ସୁଗାର ସ୍ତର ଅନିୟନ୍ତ୍ରିତ ହୋଇଯାଏ, ଯାହାକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ | ତେବେ ଏହାର ସମାଧାନ ରହିଛି ଆପଣଙ୍କ ରୋଷେଇ ଘରେ। ଆଜି ଜାଣିବା ଆମେ ପ୍ରତିଦିନ ବ୍ୟବହାର କରୁଥିବା ସେହି ଗୋଟିଏ ସାମଗ୍ରୀ ବିଷୟରେ ଯାହାର ଅନେକ ଗୁଣବତ୍ତା ରହିଛି। ଆପଣ ଏହି ଘରୋଇ ଉପଚାରକୁ ବ୍ୟବହାର କରି ରକ୍ତରେ ସୁଗାରର ମାତ୍ରା ନିୟନ୍ତ୍ରଣ କରିପାରିବେ।

ଅନେକ ରୋଗର ଉପଶମ ହଳଦୀ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାଠାରୁ ଆରମ୍ଭ କରି ଖାଦ୍ୟର ରୁଚି ବଢ଼ାଇବା ପର୍ଯ୍ୟନ୍ତ ସମସ୍ତ ଗୁଣର ଅଧିକାରୀ ହେଉଛି ହଳଦୀ। ଏଣୁ ଭାରତୀୟ ଖାଦ୍ୟ ପ୍ରଣାଳୀରେ କାହିଁ ଆବାହମାନ କାଳରୁ ହଳଦୀର ବ୍ୟବହାର ରହିଆସିଛି। ତେବେ ଏହା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ବେଶ ଉପକାରୀ। ଖାଦ୍ୟରେ ଅଧିକ ହଳଦୀ ସାମିଲ କରିବା ଦ୍ୱାରା ଏହା ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ।

Leave a Reply

Your email address will not be published. Required fields are marked *