ଆସୁଛି ଖରାଦିନ; କିପରି ରଖିବେ ନିଜକୁ ସୁରକ୍ଷିତ?

ଆସୁଛି ଗ୍ରୀଷ୍ମ ଋତୁ । ଚଳିତ ବର୍ଷ ଫେବୃଆରୀରେ ଦେଶର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ତାପମାତ୍ରା ବୃଦ୍ଧିକୁ ଦେଖି ଅନୁମାନ କରାଯାଉଛି ଯେ ଆସନ୍ତା ମାସରେ ପ୍ରବଳ ଗରମ ଅନୁଭବ ହେବ । କେବଳ ଗରମ ନୁହେଁ ଝାଞ୍ଝି ପବନ ମଧ୍ୟ ସୃଷ୍ଟି ହୋଇପାରେ । କାରଣ ଫେବୃଆରୀରେ ଯେଉଁଭଳି ଗରମ ଅନୂଭୁତ ହୋଇଥିଲା, ମାର୍ଚ୍ଚ ମାସରେ ତା ଠାରୁ ଅଧିକ ଗରମ ଅନୂଭୁତ ହେବ ବୋଲି ଆକଳନ କରାଯାଉଛି । ତେବେ ମେ-ଜୁନରେ କେତେ ଭୟଙ୍କର ଅବସ୍ଥା ହେବ ତାହା ଏବେଠୁ ବେଶ ଅନୁମେୟ । ପ୍ରବଳ ଉତାପରେ ହିଟ୍ ୱେଭ୍ରୁ କିପରି ରକ୍ଷା ପାଇବେ ସେ ସମ୍ବନ୍ଧରେ ପରାମର୍ଶଦାତା ପରାମର୍ଶ ଜାରି କରିଛନ୍ତି । ଯାହାଦ୍ୱାରା ଲୋକମାନେ ନିଜକୁ ଗରମରୁ ସୁରକ୍ଷିତ ରଖିପାରିବେ । ତେବେ ଏହତ ବଢୁଥିବା ତାପମାତ୍ରାର ପ୍ରଭାବରେ ନିଜକୁ କିପରି କରିହେବ ସୁରକ୍ଷିତ? 

– ଗ୍ରୀଷ୍ମ ଋତୁରେ ଉଚ୍ଚ ପ୍ରୋଟିନ୍ ଖାଦ୍ୟ ଖାଇବା ଏବଂ ରାନ୍ଧିବା ଠାରୁ ଦୂରେଇ ରୁହନ୍ତୁ ।

– କାକୁଡି, ତରଭୁଜ, ଲେମ୍ବୁ, କମଳା ପରି ତାଜା ଫଳ ଖାଇବା ଉଚିତ, ଯେଉଁଥିରେ ଭରପୁର ଜଳୀୟ ଅଂଶ ରହିଥିବ ।

– ଗରମ ଦିନରେ ଅଧିକ ପାଣି ପିଇବା ଆବଶ୍ୟକ ।

– ଏହି ଋତୁରେ ଅଧିକ ସମୟ ଜଳୀୟଅଂଶ ହ୍ରାସ ପାଇଥାଏ । ଲେମ୍ବୁ, କଦଳୀ, ଲସି, ବଟରମିଲ୍କ ଏବଂ ଫଳ ରସ ପିଇବା ଦ୍ୱାରା ଡିହାଇଡ୍ରେସନକୁ ରୋକା ଯାଇପାରିବ ।

– ଶକ୍ତିଶାଳୀ ସୂର୍ଯ୍ୟ କିରଣରେ ଘରୁ ବାହାରକୁ ଯିବାରୁ ଦୂରେଇ ରୁହନ୍ତୁ । ବିଶେଷ କରି ମଧ୍ୟାହ୍ନ ୧୨ଟାରୁ ୩ଟା ମଧ୍ୟରେ ଘରେ ରହିବାକୁ ଚେଷ୍ଟା କଲେ ସୂର୍ଯ୍ୟଙ୍କ ଉତ୍ତାପରୁ ନିଜକୁ ଦୂରେଇ ରଖିହେବ ।

– ହାଲୁକା ରଙ୍ଗ ବା ଧଳା ରଙ୍ଗର କଟନ ପୋଷାକ ପିନ୍ଧିବା ଉଚିତ ।

– ଖରାରେ ବାହାରିବା ପୂର୍ବରୁ ସନ୍ ସ୍କ୍ରିନ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ ଏବଂ ଏହାକୁ ନିୟମିତ ପ୍ରୟୋଗ କରନ୍ତୁ । 

– ମୁଣ୍ଡ ବୁଲାଇବା, ବାନ୍ତି, ମୁଣ୍ଡ ବିନ୍ଧା, ଅତ୍ୟଧିକ ତୃଷ୍ଣା, ଗାଢ ହଳଦିଆ ପରିସ୍ରା, ଶ୍ୱାସକ୍ରିୟା ବୃଦ୍ଧି ଉତ୍ତାପ ଚାପର ଲକ୍ଷଣ ଗୁଡିକ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

– ଖାଲି ପାଦରେ ଯିବା ଠାରୁ ଦୂରେଇ ରୁହନ୍ତୁ । ବାହାରକୁ ଯିବା ସମୟରେ କିମ୍ବା ଖୋଲା ସୂର୍ଯ୍ୟକିରଣରେ ଯିବା ସମୟରେ ଛତା, କ୍ୟାପ, ଟାୱେଲ କିମ୍ବା କୌଣସି ଜିନିଷ ସହିତ ମୁଣ୍ଡକୁ ଢାଙ୍କନ୍ତୁ ।

ଏହି ପରି ଭାବେ ଖରାଦିନେ ନିଜକୁ ସୂର୍ଯ୍ୟଙ୍କ ପ୍ରଖର ଉତ୍ତାପରୁ ସୁରକ୍ଷିତ ରଖିହେବ ।

You May Also Like

More From Author

+ There are no comments

Add yours