ଭାରତୀୟ କଫସିରଫରେ ବିଷ: ହୁ

ବିଷ ପାଲଟିଛି କଫ୍ ସିରଫ। ନେଉଛି ଛୋଟପିଲାଙ୍କ ଜୀବନ। ଆଫ୍ରିକୀୟ ଦେଶ ଗାମ୍ବିଆରେ ଅନେକ ପିଲାଙ୍କ ମୃତ୍ୟୁ ଏବଂ କିଡନୀ ସହ ଜଡ଼ିତ ସମସ୍ୟା ସାମ୍ନାକୁ ଆସିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଭାରତରେ ତିଆରି ହୋଇଥିବା ୪ କଫ୍ ସିରପକୁ ନେଇ ସତର୍କତା ଜାରି କରିଛି । ହୁ ଅନୁଯାୟୀ, ଲାବ୍ ଆନାଲିସିସରେ ଏହି ଚାରି କଫ୍ ସିରପ୍ ରେ ଡାଇଥିଲୀନ ଗ୍ଲାୟକୋଲ ଏବଂ ହଥିଲୀନ ଗ୍ଲାୟକୋଲର ମାତ୍ରା ଆବଶ୍ୟକତାରୁ ଅଧିକ ରହିଛି ।

ହୁ ଯେଉଁ ଚାରି କଫ୍ ସିରପ୍ କୁ ନେଇ ସତର୍କତା ଜାରି କରିଛି ତାହାକୁ ଭାରତର ମେଡେନ ଫାର୍ମାସ୍ୟୁଟିକାଲ ପ୍ରସ୍ତୁତ କରିଛି । “ହୁ’ ପ୍ରୋମିଥେଜୀନ ଓରାଲ ସଲ୍ୟୁସନ, କୋଫେକ୍ସମୈଲିନ ବେବୀ କଫ୍ ସିରପ, ମେକଅଫ୍ ବେବି କଫ୍ ସିରପ ଏବଂ ମେଗରିପ ଏନ କୋଲ୍ଡ ସିରପକୁ ବିପଜ୍ଜନକ କହିଛନ୍ତି । “ହୁ’ ର କହିବା ଅନୂଯାୟୀ ଏହି କୋଲ୍ଡ-କଫ୍ ସିରଫ ଏପର୍ଯ୍ୟନ୍ତ ଗାମ୍ବିଆରେ ମିଳିଛ । କିନ୍ତୁ ବଜାରରୁ ଅନ୍ୟ ଦେଶରେ ମଧ୍ୟ ପହଞ୍ଚିବାର ସମ୍ଭାବନା ମଧ୍ୟ ରହିଛି । “ହୁ’ ଏକ କଫ୍ ସିରଫର ବିକ୍ରି ଉପରେ ତୁରନ୍ତ ରୋକ୍ ଲଗାଇବାକୁ ପରାମର୍ଶ ଦେଇଛି । ଏହାପରେ ଏବେ ଭାରତରେ ମେଡେନ ଫାର୍ମାସ୍ୟୁଟିକାଲ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଯାଇଛି ।

ପ୍ରକୃତରେ ଆଫ୍ରିକୀୟ ଦେଶ ଗାମ୍ବିଆର ମେଡିକାଲ ଅଧିକାରୀ ଜୁଲାଇରେ ସତର୍କ ସୂଚନା ଜାରିକରିଥିଲେ, ଯେତେବେଳେ ସେଠାରେ କିଡନୀ ସମସ୍ୟା ଯୋଗୁଁ ଅନେକ ପିଲା ରୋଗରେ ପଡ଼ିଥିଲେ । କିଛି ପିଲାଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଏପର୍ଯ୍ୟନ୍ତ ସେଠାରେ ୬୬ ଶିଶୁଙ୍କ ମୃତ୍ୟୁ ହୋଇସାରିଛି । ଏହି ମୃତ୍ୟୁ ସମାନ ଢ଼ଙ୍ଗରେ ହୋଇଥିଲା । ଏମାନେ ସମସ୍ତେ ୫ ବର୍ଷରୁ କମ୍ ବୟସର ଥିଲେ ଏବଂ ଏହି କଫ୍ ସିରପ୍ ଖାଇବାର ୩ ରୁ ୫ ଦିନ ପରେ ରୋଗାକ୍ରାନ୍ତ ହେଉଥିଲେ ।

ତେବେ “ହୁ’ ଏକ ପ୍ରେସ ରିଲିଜ୍ ଜାରି କରି କହିଛି ଯେ ଏହି ଚାରି କଫ୍ ସିରପ୍ ରେ ଡାଇଥିଲୀନ ଗ୍ଲାୟକୋଲ ଏବଂ ଇଥିଲୀନ ଗ୍ଲାୟକୋଲ୍ ମାତ୍ରା ଆବଶ୍ୟକତାରୁ ଅଧିକ ମିଳିଛି । ଡାଇଥିଲୀନ ଗ୍ଲାୟକୋଲ ଏବଂ ଇଥିଲୀନ ଗ୍ଲାୟକୋଲ୍ ର ମାତ୍ରାଧିକ ବ୍ୟବହାର ମନୁଷ୍ୟଙ୍କ ପାଇଁ ବିଷ ସଦୃଶ । ଯାହା ମାରାତ୍ମକ ହୋଇପାରେ । ଏହା କାରଣରୁ ପେଟ କାଟିବା, ବାନ୍ତି, ମାନସିକ ସ୍ଥିତିରେ ପରିବର୍ତ୍ତନ ଭଳି ଗମ୍ଭୀର କିଡନୀ ରୋଗ ହୋଇପାରେ, ଯେଉଁ କାରଣରୁ ମୃତ୍ୟୁ ମଧ୍ୟ ହୋଇପାରେ ।

“ହୁ’ କହିଛି ଯେ ଏହ ଚାରି କଫ୍ ସିରପ କୁ ସେ ପର୍ଯ୍ୟନ୍ତ ଅସୁରକ୍ଷିତ କୁହାଯିବ ଯେପର୍ଯ୍ୟନ୍ତ ଭାରତର ରେଗୁଲେଟୋରୀ ଅଥରିଟି ଏହାର ନୀରିକ୍ଷଣ କରିନାହିଁ । “ହୁ’ ଏହାର ବିକ୍ରି ଉପରେ ରୋକ୍ ଲଗାଇବାକୁ କହିଛି । ଏହା ସହ କହିଛି ଯେ ଏହା ପିଲାଙ୍କ ପାଇଁ ବିପଜ୍ଜନକ ଏବଂ ସେମାନଙ୍କ ମୃତ୍ୟୁ ହୋଇପାରେ । ସେପଟେ “ହୁ’ ର ସତର୍କତା ପରେ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ମେଡେନ ଫାର୍ମାସ୍ୟୁଟିକାଲ୍ସ ବିରୋଧରେ ଯାଞ୍ଚ ଆରମ୍ଭ କରିଛି ।

You May Also Like

More From Author

+ There are no comments

Add yours