Thu. Oct 15th, 2026

ବିଷ ପାଲଟିଛି କଫ୍ ସିରଫ। ନେଉଛି ଛୋଟପିଲାଙ୍କ ଜୀବନ। ଆଫ୍ରିକୀୟ ଦେଶ ଗାମ୍ବିଆରେ ଅନେକ ପିଲାଙ୍କ ମୃତ୍ୟୁ ଏବଂ କିଡନୀ ସହ ଜଡ଼ିତ ସମସ୍ୟା ସାମ୍ନାକୁ ଆସିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଭାରତରେ ତିଆରି ହୋଇଥିବା ୪ କଫ୍ ସିରପକୁ ନେଇ ସତର୍କତା ଜାରି କରିଛି । ହୁ ଅନୁଯାୟୀ, ଲାବ୍ ଆନାଲିସିସରେ ଏହି ଚାରି କଫ୍ ସିରପ୍ ରେ ଡାଇଥିଲୀନ ଗ୍ଲାୟକୋଲ ଏବଂ ହଥିଲୀନ ଗ୍ଲାୟକୋଲର ମାତ୍ରା ଆବଶ୍ୟକତାରୁ ଅଧିକ ରହିଛି ।

ହୁ ଯେଉଁ ଚାରି କଫ୍ ସିରପ୍ କୁ ନେଇ ସତର୍କତା ଜାରି କରିଛି ତାହାକୁ ଭାରତର ମେଡେନ ଫାର୍ମାସ୍ୟୁଟିକାଲ ପ୍ରସ୍ତୁତ କରିଛି । “ହୁ’ ପ୍ରୋମିଥେଜୀନ ଓରାଲ ସଲ୍ୟୁସନ, କୋଫେକ୍ସମୈଲିନ ବେବୀ କଫ୍ ସିରପ, ମେକଅଫ୍ ବେବି କଫ୍ ସିରପ ଏବଂ ମେଗରିପ ଏନ କୋଲ୍ଡ ସିରପକୁ ବିପଜ୍ଜନକ କହିଛନ୍ତି । “ହୁ’ ର କହିବା ଅନୂଯାୟୀ ଏହି କୋଲ୍ଡ-କଫ୍ ସିରଫ ଏପର୍ଯ୍ୟନ୍ତ ଗାମ୍ବିଆରେ ମିଳିଛ । କିନ୍ତୁ ବଜାରରୁ ଅନ୍ୟ ଦେଶରେ ମଧ୍ୟ ପହଞ୍ଚିବାର ସମ୍ଭାବନା ମଧ୍ୟ ରହିଛି । “ହୁ’ ଏକ କଫ୍ ସିରଫର ବିକ୍ରି ଉପରେ ତୁରନ୍ତ ରୋକ୍ ଲଗାଇବାକୁ ପରାମର୍ଶ ଦେଇଛି । ଏହାପରେ ଏବେ ଭାରତରେ ମେଡେନ ଫାର୍ମାସ୍ୟୁଟିକାଲ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଯାଇଛି ।

ପ୍ରକୃତରେ ଆଫ୍ରିକୀୟ ଦେଶ ଗାମ୍ବିଆର ମେଡିକାଲ ଅଧିକାରୀ ଜୁଲାଇରେ ସତର୍କ ସୂଚନା ଜାରିକରିଥିଲେ, ଯେତେବେଳେ ସେଠାରେ କିଡନୀ ସମସ୍ୟା ଯୋଗୁଁ ଅନେକ ପିଲା ରୋଗରେ ପଡ଼ିଥିଲେ । କିଛି ପିଲାଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଏପର୍ଯ୍ୟନ୍ତ ସେଠାରେ ୬୬ ଶିଶୁଙ୍କ ମୃତ୍ୟୁ ହୋଇସାରିଛି । ଏହି ମୃତ୍ୟୁ ସମାନ ଢ଼ଙ୍ଗରେ ହୋଇଥିଲା । ଏମାନେ ସମସ୍ତେ ୫ ବର୍ଷରୁ କମ୍ ବୟସର ଥିଲେ ଏବଂ ଏହି କଫ୍ ସିରପ୍ ଖାଇବାର ୩ ରୁ ୫ ଦିନ ପରେ ରୋଗାକ୍ରାନ୍ତ ହେଉଥିଲେ ।

ତେବେ “ହୁ’ ଏକ ପ୍ରେସ ରିଲିଜ୍ ଜାରି କରି କହିଛି ଯେ ଏହି ଚାରି କଫ୍ ସିରପ୍ ରେ ଡାଇଥିଲୀନ ଗ୍ଲାୟକୋଲ ଏବଂ ଇଥିଲୀନ ଗ୍ଲାୟକୋଲ୍ ମାତ୍ରା ଆବଶ୍ୟକତାରୁ ଅଧିକ ମିଳିଛି । ଡାଇଥିଲୀନ ଗ୍ଲାୟକୋଲ ଏବଂ ଇଥିଲୀନ ଗ୍ଲାୟକୋଲ୍ ର ମାତ୍ରାଧିକ ବ୍ୟବହାର ମନୁଷ୍ୟଙ୍କ ପାଇଁ ବିଷ ସଦୃଶ । ଯାହା ମାରାତ୍ମକ ହୋଇପାରେ । ଏହା କାରଣରୁ ପେଟ କାଟିବା, ବାନ୍ତି, ମାନସିକ ସ୍ଥିତିରେ ପରିବର୍ତ୍ତନ ଭଳି ଗମ୍ଭୀର କିଡନୀ ରୋଗ ହୋଇପାରେ, ଯେଉଁ କାରଣରୁ ମୃତ୍ୟୁ ମଧ୍ୟ ହୋଇପାରେ ।

“ହୁ’ କହିଛି ଯେ ଏହ ଚାରି କଫ୍ ସିରପ କୁ ସେ ପର୍ଯ୍ୟନ୍ତ ଅସୁରକ୍ଷିତ କୁହାଯିବ ଯେପର୍ଯ୍ୟନ୍ତ ଭାରତର ରେଗୁଲେଟୋରୀ ଅଥରିଟି ଏହାର ନୀରିକ୍ଷଣ କରିନାହିଁ । “ହୁ’ ଏହାର ବିକ୍ରି ଉପରେ ରୋକ୍ ଲଗାଇବାକୁ କହିଛି । ଏହା ସହ କହିଛି ଯେ ଏହା ପିଲାଙ୍କ ପାଇଁ ବିପଜ୍ଜନକ ଏବଂ ସେମାନଙ୍କ ମୃତ୍ୟୁ ହୋଇପାରେ । ସେପଟେ “ହୁ’ ର ସତର୍କତା ପରେ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ମେଡେନ ଫାର୍ମାସ୍ୟୁଟିକାଲ୍ସ ବିରୋଧରେ ଯାଞ୍ଚ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *