ଓଡ଼ିଶା ସଭିଲ ସର୍ଭିସରେ ସଫଳତା,ସୂର୍ଯ୍ୟଶଙ୍କରଙ୍କ ସହ କଥାବାର୍ତ୍ତା

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଲା ପରେ ସବୁଠି ଦେଖାଦେଇଛି ଖୁସିର ମାହୋଲ। ସଫଳ ପରୀକ୍ଷାର୍ଥୀଙ୍କ ସହ ଅଭିଭାବକ ମହଲରେ ଖୁସି ଖେଳିଯାଇଛି। ୩୧ତମ ସ୍ଥାନରେ ସଫଳ ହୋଇଥିବା ସୂର୍ଯ୍ୟ ଶଙ୍କର ଦାଶଙ୍କ ସହ କଥାବାର୍ତ୍ତା ହୋଇଥିଲେ ଶବ୍ଦ ଓଡିଶା ଟିମ ତରଫରୁ ନୀହାରିକା ମହାନ୍ତି ।

ନୀହାରିକା : ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩୧ତମ ରାଙ୍କ । ଏ ସଫଳତାକୁ ନେଇ କେତେ ଖୁସି ।

ସୂର୍ଯ୍ୟ ଶଙ୍କର :  ନିଶ୍ଚିତ ଭାବେ ବହୁତ ଖୁସି । ପାଠପଢା ଓ ଏକ ଜାତୀୟ କରଣ ବ୍ୟାଙ୍କରେ  ଚାକିରୀ ସହ ନିଜକୁ ପ୍ରସ୍ତୁତ କରୁଥିଲି । ବୃତ୍ତିଗତ ଜୀବନ ଭିତରେ ପଢାପଢିକୁ ସବୁବେଳେ ଗୁରୁତ୍ୱ ଦେଉଥିଲି । ନିଜ ପରିଶ୍ରମ , ଇଚ୍ଛାଶକ୍ତି ଓ ଇଶ୍ୱରଙ୍କ ଆର୍ଶିବାଦ ପାଇଁ ସଫଳ ହେଲି ।

ନୀହାରିକା : ଆପଣ ଓ ଆପଣଙ୍କ ପରିବାର ସମ୍ପର୍କରେ କିଛି କଥା ଜାଣିବାକୁ ଚାହିଁବୁ ?

ସୂର୍ଯ୍ୟ ଶଙ୍କର : ମୋ ବାପା ନୟାଗଡ଼ ସ୍ୱୟଂଶାସିତ  ମହାବିଦ୍ୟାଳୟ ଉତ୍ତିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ଜାନକୀ ନାଥ ଦାଶ । ମୋ ମାଆ ନମିତା ରାଣୀ ମିଶ୍ର । ମୋତେ ପାଠ ପଢା  ଓ ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ସବୁବେଳେ ପ୍ରେରଣା ଦେଇଆସିଛନ୍ତି । ସେମାନଙ୍କ ଆର୍ଶିବାଦ ଓ ଉତ୍ସାହ ମୋତେ ଜୀବନରେ ଆଗକୁ ବଢିବାର  ପ୍ରେରଣା ଦେଇଛି ।

ନୀହାରିକା : ନିଜକୁ ସିଭିଲ ସର୍ଭିସ ପରୀକ୍ଷା ନେଇ କେମିତି ପ୍ରସ୍ତୁତ କରିଥିଲେ ?

ସୂର୍ଯ୍ୟ ଶଙ୍କର : ଆରମ୍ଭରୁ ମନ ଦେଇ ପାଠ ପଢିବା ଏକ ପ୍ରକାର ଅଭ୍ୟାସ ଥିଲା । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ସ୍ନାତକ ଡିଗ୍ରି ପରେ ଉତ୍ତର ପ୍ରଦେଶ ଆଲିଗଡ଼ କାନାରା ବ୍ୟାଙ୍କରେ କ୍ଷେତ୍ର ଅଧିକାରୀ ଭାବେ କାମ ଆରମ୍ଭ ହେଲା । ତେବେ  ନିଜ ବୃତ୍ତି ଭିତରେ ପାଠ ପଢାକୁ ସବୁବେଳେ ଫୋକସ କରୁଥିଲି । ପରୀକ୍ଷାର ବିଭିନ୍ନ ଷ୍ଟେଜ୍ ପାଇଁ ନିଜକୁ ଭଲ ଭାବେ ପ୍ରସ୍ତୁତ କରିଥିଲି । ପ୍ରିଲିମିନାରି, ମେନ୍ ପରେ ଭାଇବାରେ ମଧ୍ୟ ପ୍ରଦର୍ଶନ ଭଲ ଥିଲା । ବ୍ୟାଙ୍କରେ ଚାକିରି କରିବାର ଅନୁଭୂତି ପରୀକ୍ଷାରେ ଭଲ ମାର୍କ ଆଣିବା ନେଇ ସାହାର୍ଯ୍ୟ କରିଥିଲା।  ଇଣ୍ଟରଭ୍ୟୁରେ ବଡି ଲାଙ୍ଗୁଏଜ୍ ପ୍ରତି ବିଶେଷ ଧ୍ୟାନ ଦେଇଥିଲେ । ସିଭିଲ ସର୍ଭିସରେ ଉତ୍ତୀର୍ଣ୍ଣ ହେବାରେ ମୋ ସପୋର୍ଟ ସିଷ୍ଟମ ପାଲଟିଥିଲେ ବାପା ମା ।

ନୀହାରିକା : ଓଡ଼ିଶା ସରକାରଙ୍କ କେଉଁ ବିଭାଗରେ କାମ କରିବାକୁ ଇଚ୍ଛୁକ ବା ଆପଣଙ୍କ ଆଶା ।

ସୂର୍ଯ୍ୟ ଶଙ୍କର : ସରକାରଙ୍କ ପଞ୍ଚାୟତିରାଜ ବିଭାଗରେ କାମ କରିବାକୁ ନିଜର ଇଚ୍ଛା ରହିଛି । ତେବେ ଯେଉଁ ଦାୟୀତ୍ୱ ମିଳିବ,ତାକୁ ସଠିକ ଭାବେ ତୁଲାଇବାକୁ ଚେଷ୍ଟା କରିବି ।

ନୀହାରିକା : ଆଗାମୀ ଓପିଏଏସ୍ ଆଶାୟୀମାନଙ୍କୁ କଣ ପରାମର୍ଶ ଦେବେ ।

ସୂର୍ଯ୍ୟ ଶଙ୍କର :କଠିନ ପରିଶ୍ରମ ହିଁ ସଫଳତାର ଅସଲ ଚାବିକାଠି। ଧାରାବାହିକ ପଢା ବା ପଢାପଢିରେ  କଣ୍ଟିନ୍ୟୁଟି ରଖିବା ନିହାତି ଜରୁରୀ । ଏହା ସହ ଡିଜିଟାଲ ଲର୍ଣ୍ଣିଂ ଗ୍ୟାଜେଟ୍ ସହ କ୍ଲାସରୁମ ଟିଚିଙ୍ଗ୍ କୁ ଅଧିକ ଧ୍ୟାନ ଦେବା ଜରୁରୀ ।

You May Also Like

More From Author

+ There are no comments

Add yours