Thu. Oct 15th, 2026

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୦-୨୧ର ରେଜଲ୍ଟ ପ୍ରକାଶ କରିଛି ଓଡିଶା ଲୋକସେବା ସେବା ଆୟୋଗ । ତେଜସ୍ୱିନୀ ବେହେରା ଓସିଏସ ଟପ୍ପର ହୋଇଛନ୍ତି । ମୋଟ ୩୯୨ ଜଣ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ୨୪୪ ଜଣ ପୁଅ କୃତକାର୍ଯ୍ୟ ହୋଇଥିବା ୧୪୮ ଜଣ ଝିଅ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ତିନୋଟି ସ୍ଥାନରେ ମହିଳା ପରୀକ୍ଷାର୍ଥୀ ରହିଛନ୍ତି ।
ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୭ ଜଣ ଝିଅ ଥିବା ବେଳେ ୩ ଜଣ ପୁଅ ଅଛନ୍ତି। ଏହି ପରୀକ୍ଷାରେ ତେଜସ୍ବିନୀ ବେହରା ଟପ୍ପର ହୋଇଛନ୍ତି। ଶୁଭଙ୍କରୀ ସୁଦେଷ୍ଣା ଦାଶ ୨ୟ ଓ ଅନନ୍ୟା ସୃଷ୍ଟି ଶତପଥୀ ୩ୟ ସ୍ଥାନ ହାସଲ କରିଛନ୍ତି। ଦେବବ୍ରତ କର ୪ର୍ଥ, ଦେବବ୍ରତ ମହାରଣା ୫ମ, ଅଭିସ୍ମିତା ୬ଷ୍ଠ ଏବଂ ଶୁଭଶ୍ରୀ ରଥ ୭ମ ସ୍ଥାନ ପାଇଛନ୍ତି।

ସେହିପରି ଶ୍ରୀତପା ମିଶ୍ର ୮ମ, ବିବେକାନନ୍ଦ ଷଡ଼ଙ୍ଗୀ ୯ମ ଓ ତପତି ରାଜ ୧୦ମ ସ୍ଥାନ ପାଇଛନ୍ତି। ଏହି ପରୀକ୍ଷାରେ ପଙ୍କଜ କୁମାର ମହାନ୍ତ ୧୧, ତନ୍ମିତା କର ୧୨, ଅଭିଜିତ ଷଡ଼ଙ୍ଗୀ ୧୩, କସ୍ତୁରୀ ପଣ୍ଡା ୧୪, ବିଭୂପ୍ରସାଦ ସିଂହ ୧୫, ବିଶ୍ବଜିତ ପଣ୍ଡା ୧୬, ହରପ୍ରିୟା ପୃଷ୍ଟି ୧୭, ରାମକୃଷ୍ଣ ସତ୍ୟରାଜ ଗୁରୁ ୧୮, ଅଣାକାର ନାୟକ ୧୯ ଓ ଲିତୁସ୍ମିତା ମିଶ୍ର ୨୦ତମ ସ୍ଥାନରେ ଅଛନ୍ତି। ସେହିଭଳି ଏଥିରେ ୩୧ତମ ସ୍ଥାନରେ ରହିଛନ୍ତି ସୂର୍ଯ୍ୟ ଶଙ୍କର ଦାଶ। ସେ ନୟାଗଡ଼ କଲେଜର ବଟାନି ବିଭାଗ ମୁଖ୍ୟ, ପ୍ରଫେସର ଜାନକୀ ନାଥ ଦାଶଙ୍କର ପୁଅ ।

Leave a Reply

Your email address will not be published. Required fields are marked *