Wed. Oct 14th, 2026

ଦାମନଯୋଡ଼ିରେ ପାଳିତ ହୋଇଯାଇଛି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ନାଲକୋ କମ୍ଯୁନିଷ୍ଟ ସେଣ୍ଟର ଠାରେ ଗୋପବନ୍ଧୁଙ୍କ ୧୪୫ତମ ଜନ୍ମଜୟନ୍ତୀ ପାଳନ ହୋଇଛି। ମିଡିଆ ହାଉସ ଦାମନଯୋଡି ଓ ବର୍ଷା ସାହିତ୳ ସଂସଦର ମିଳିତ ଆନୁକୂଲ୍ଯରେ ଆୟୋଜିତ ଏହି ଉତ୍ସବରେ ନାଲକୋର ମହାପ୍ରବନ୍ଧକ ପ୍ରଶାନ୍ତ କୁମାର ଦାସ ମୁଖ୳ ଅତିଥି ଭାବେ ଯୋଗ ଦେଇଥିଲେ। ନାଲକୋ ଡିଜିଏମ ସରୋଜ କୁମାର ନାଥ, ବରିଷ୍ଠ ପ୍ରବନ୍ଧକ ପ୍ରଦ୍ଯୁମ୍ନ କୁମାର ମିଶ୍ର, ପ୍ରବନ୍ଧକ ଅରୁଣ କୁମାର ମହାନ୍ତି, ସେମିଳିଗୁଡ଼ା ବାରର ସଭାପତି ତଥା ବରିଷ୍ଠ ଓକିଲ ପିତାମ୍ବର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ବର୍ଷା ସାହିତ୳ ସଂସଦର ସଭାପତି ତଥା ନାଲକୋ ଏଜିଏମ ଡ ପ୍ରଦୀପ କୁମାର ପାଟ୍ଟଯୋଶି ମୁଖ୍ଯବକ୍ତା ଭାବେ ଦାୟିତ୍ବ ନିଭେଇଥିଲେ। ସେହିପରି ମିଡିଆ ହାଉସର ସାଧାରଣ ସମ୍ପାଦକ ମାନସ ରଞ୍ଜନ କର ଅତିଥି ପରିଚୟ ଦେଇଥିଲେ। ସଂଘର ସଭାପତି ନରସିଂହ ବ୍ରହ୍ମା କାର୍ଯ୍ଯକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଏହି କାର୍ଯ୍ଯକ୍ରମର ପରିଚାଳନା ଦାୟିତ୍ବ ନେଇଥିଲେ ବରିଷ୍ଠ ଶିକ୍ଷକ ଅଶୋକ କୁମାର ମହାନ୍ତି । ସମାଜସେବା ପାଇଁ ହରିବନ୍ଧୁ ବିଶ୍ବାଳ, ସଂସ୍କୃତ ଭାଷା ପ୍ରଚାର ପ୍ରସାର ପାଇଁ ପଣ୍ଡିତ ନାରାୟଣ ସାହୁ, ସାମ୍ବାଦିକ ପାଇଁ ଶଶଧର ରାଉତ, ନାଟ୍ଯକାର ଓ ଅଭିନେତା ଅଶୋକ କର, ୟଙ୍ଗ ଟେକ ଆସେମ୍ବେଲର ଭାବେ ଜାତୀୟ ସ୍ତରରେ କନିଷ୍ଠ ବର୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ସ୍ବଂୟ ସମ୍ପୂର୍ଣ୍ଣ ସେନାପତି, ଡଃ ସୁରେନ୍ଦ୍ର କହଁର ଏବଂ ଅନାମ ଚରଣ ନାୟକଙ୍କୁ ସମ୍ମାନିତ କରାଯାଇଥିଲା । ଆଦିତ୍ଯ ପ୍ରସାଦ ବାରିକ, ଲୋପାମୁଦ୍ରା ବାରିକ, ତୃପ୍ତିମୟି ଶତପଥୀ, ଶିକ୍ଷୟତ୍ରୀ ପ୍ରଭାସିନି ପାଣି, ସୃତିପ୍ରଜ୍ଞା ସାହୁ ଓ ବିଷ୍ଣୁ ପ୍ରସାଦ ରାଉତ ଗୋପବନ୍ଧୁଙ୍କ ପାଇଁ ସ୍ମୃତି ଚାରଣ କରିଥିଲେ। ସେକ୍ଟର ୩ ସ୍ଥିତ ଗୋପବନ୍ଧୁ ପାର୍କ ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀ ଓ ସେକ୍ଟର ୨ ସ୍ଥିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ଯାର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *