Thu. Oct 15th, 2026

ସମୁଦ୍ର ତଟରେ ଶହ ଶହ ତିମି। ଯଦି ଆପଣ ଭାବୁଛନ୍ତି ଯେ, ଏମାନେ ସମୁଦ୍ର କୂଳରେ କୌତୁକିଆ ଖେଳ ଖେଳୁଛନ୍ତି ତାହେଲେ ଆପଣ ଭୁଲ ଭାବୁଛନ୍ତି। ଏଠି ପଡିଛି ତିମିମାନଙ୍କର ମୃତ ଦେହ। ନ୍ୟୁଜିଲାଣ୍ଡର ଛଥାମ ଦ୍ୱୀପପୁଞ୍ଜରେ ୫ଶହ ପାଇଲଟ ତିମିଙ୍କ ମୃତଦେହ ମିଳିଛି। ସ୍ଥାନୀୟ ପ୍ରଶାସନ ସାର୍କ ଫିଲ୍ଡ ଓ୍ବାଟରରେ ହ୍ବେଲ୍‌ମାନଙ୍କ ଉଦ୍ଧାର ପାଇଁ ଯୋଜନା କରିଛନ୍ତି। ଶୁକ୍ରବାର ସମୁଦ୍ର ତଟରୁ ୨୫୦ ହ୍ବେଲ୍‌ଙ୍କ ମୃତଦେହ ମିଳିଥିବାବେଳେ ସୋମବାର ସମାନ ସ୍ଥାନରେ ଆଉ ୨୪୦ଟି ବିଶାଳ ହ୍ବେଲ୍‌ଙ୍କ ମରଶରୀର ମିଳିଥିଲା। ହ୍ବେଲମାନଙ୍କ ଜୀବନ ପ୍ରତି ବିଦପ ଆଶଙ୍କା କରି ରେସ୍କ୍ୟୁ ଅପରେଶନ୍‌ ଲଞ୍ଚ କରାଯାଇଛି। ସାର୍କମାନଙ୍କ ଆକ୍ରମଣ ଭୟ ଉଭୟ ମନୁଷ୍ୟ ଓ ହ୍ବେଲ୍‌ଠାରେ ରହିଥିବାବେଳେ ସ୍ବତନ୍ତ୍ର ଟ୍ରେନରଙ୍କ ଦ୍ୱାରା ଏମାନଙ୍କ ହତ୍ୟା କରାଯାଉଥିବା ସରକାରୀ ଟେକ୍‌ନିକାଲ ମେରାଇନ୍‌ ଆଡ୍‌ଭାଇଜର ଡେଭ୍‌ ଲଣ୍ଡକ୍ୱିଷ୍ଟ୍‌ କହିଛନ୍ତି।

Leave a Reply

Your email address will not be published. Required fields are marked *