ଘରେ ବସି କରନ୍ତୁ ଆଧାର ଅପଡେଟ୍

ଭାରତୀୟଙ୍କ ପରିଚୟ କହିଲେ ସାଧାରଣତଃ ଆଧାର କାର୍ଡ ଆମ ଭାରତୀଙ୍କର ଏକ ସ୍ୱତନ୍ତ୍ର ପରିଚୟ ପତ୍ର । ଏଥିରେ ଏକ ୟୁନିକ୍ ନମ୍ବର ରହିଛି । ଯାହାଦ୍ୱାରା ଆମେ ସରକାରଙ୍କ ଦ୍ୱାରା ଜନହିତକର ଯୋଜନାର ଫାଇଦା ନେଇପାରିବା । ତେବେ ବିଭିନ୍ନ କ୍ଷେତ୍ରରେ ଏବେ ଆଧାର କାର୍ଡ ବ୍ୟବହାର କରାଯାଉଛି । ସବୁଠୁ ପ୍ରଥମେ ପରିଚୟ ପତ୍ର ହିସାବରେ ଆଧାର କାର୍ଡ ହିଁ ଖୋଜୁଛନ୍ତି ।

ତେବେ ଆମେ ଦେଖିଛନ୍ତି, ଆଧାର କାର୍ଡରେ ଅନେକ ଭୁଲ ରହିଯାଏ । କେତେବେଳେ ଲିଙ୍କ୍ ଭୁଲ ଥାଏ ତ କେତେବେଳେ ଘର ଠିକଣା ଭୁଲ ଥାଏ । ଏମିତିକି ନାଁ- ଗାଁ- ବୟସ- ଜନ୍ମ ତାରିଖ ଆଦି ଭୁଲ ରହିଥିବା ଆମେ ଦେଖିଛନ୍ତି । ଏହି ଭୁଲ ପାଇଁ ସାଧାରଣ ଲୋକଟିଏ ଅନେକ ସମସ୍ୟାରେ ମଧ୍ୟ ପଡ଼ିଥାଏ । ସରକାରୀ ଯୋଜନାର ଫାଇଦା ନେବାରୁ ସେ ବଞ୍ଚିତ ହୋଇଥାଏ । ବ୍ୟାଙ୍କ୍‌ରୁ ଲୋନ ନେବା ବି ଏହି ସମସ୍ୟା ଦେଖାଦେଇଥାଏ ।

ଅନ୍ୟପଟେ ଏହି ଭୁଲକୁ ସୁଧାରିବା ପାଇଁ ଆମକୁ କୌଣସି ସାଇବର କାଫେ କିମ୍ବା ଆଧାର ସେଣ୍ଟରକୁ ଯିବାକୁ ପଡ଼ିଥାଏ । ଏହି ସମୟରା ଲୋକଙ୍କୁ ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିଥାଏ । ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ । ତେବେ ଆମେ ଆଜି ଆପଣଙ୍କୁ ଯେଉଁ କଥା କହିବୁ ତାହା ଜାଣିବା ପରେ ଆପଣ ଘରେ ବସି ଆଧାର କାର୍ଡ ଅପ୍‌ଡେଟ୍‌ କରିପାରିବେ । ଭୁଲ ଥିଲେ ତାକୁ ସମଧାନ କରି ପାରିବେ ।

ଆଧାର କାର୍ଡ ତ୍ରୁଟି ସୁଧାରିବାକୁ ହେଲେ, ପ୍ରଥମେ ଆପଣଙ୍କୁ ୟୁଆଇଡିଏଆଇ ର ଅଫିସିଆଲ ୱେବ୍‌ସାଇଟ୍‌ uidai.gov.in କୁ ଯିବାକୁ ପଡ଼ିବ । ସେଠାରେ ମାଇଁ ଆଧାର ମେନ୍ୟୁ ଅଧିନରେ ଥିବା ଅପ୍‌ଡେଟ୍‌ ୟୋର ଆଧାର ଉପରେ କ୍ଲିକ୍‌ କରିବାକୁ ହେବ ।

You May Also Like

More From Author

+ There are no comments

Add yours