୫ଜିକୁ ଆସିଲା ଅଭିଯୋଗ; ଜାଣନ୍ତୁ ଏହି ରିପୋର୍ଟରେ

ଭାରତରେ ଅକ୍ଟୋବର ରେ ଲଞ୍ଚ ହୋଇଥିଲା ୫ଜି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସେବାକୁ ଲୋକମାନଙ୍କ ପାଇଁ ଲଞ୍ଚ କରିଥିଲେ । ସାମ୍ନାକୁ ଆସିଥିଲା ୫ଜିର ଉପଯୋଗୀତା। ସ୍ପିଡକୁ ନେଇ ଲୋକଙ୍କ ମଧ୍ଯରେ ଦେଖାଯାଇଥିଲା ଉତ୍ସୁକତା। ତେବେ ଏବେ ଏହି ଆଡଭାନ୍ସ ସେବାକୁ ନେଇ ଆସୁଛି ଅଭିଯୋଗ। ତେବେ ଆସନ୍ତୁ ଜାଣିବା ୫ଜି ବ୍ୟବହାର ଦ୍ୱାରା କେଉଁ ପ୍ରକାର କ୍ଷତି ହୋଇପାରେ.


:- ଖର୍ଚ୍ଚାନ୍ତର ହେବେ ଶିକାର: ୫ଜି ସେବା ପାଇଁ କେବଳ ବ୍ୟାଟେରୀ ଏବଂ ଡାଟା କଞ୍ଜମ୍ପସନର ଚିନ୍ତା ନୁହେଁ, ଗ୍ରାହକଙ୍କୁ ସେମାନଙ୍କ ରିଚାର୍ଜ ପ୍ଲାନ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ତେବେ ୫ଜି ପ୍ଲାନ ଲକ୍ଷ କରିବା ସମୟରେ କମ୍ପାନୀ ନିଜ ଏୟାରପିୟୁ ସୁଧାରିବା ପାଇଁ ଚେଷ୍ଟା କରିବେ ଯାହାଦ୍ୱାରା ରିଚାର୍ଜ ପ୍ଲାନର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ । ତେଣୁ ଗ୍ରାହକଙ୍କ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ ।

:- କମ୍ ସମୟରେ ସରିବ ଡାଟା: ସବୁଠୁ ମୁଖ୍ୟ ଏବଂ ଅଧିକ ରେକର୍ଡ ହୋଇଥିବା ସମସ୍ୟା ହେଉଛି ଡାଟା । ୫ଜି ବ୍ୟବହାର କରିବା ଦ୍ୱାରା ୪ଜି ତୁଳନାରେ ଖୁବ କମ ସମୟରେ ଅଧିକ ଡାଟା ଶେଷ ହୋଇ ଯାଉଛି । ସ୍ପିଡ ଅଧିକ ଥିବାରୁ ଏଭଳି ଅସୁବିଧା ଦେଖିବାକୁ ମିଳୁଛି । ତେବେ ଭିଡିଓ କଞ୍ଜମ୍ପସନ ଏହାର ଏକ ବଡ ଉଦାହରଣ ।

:-ବ୍ୟାଟେରୀ ଖୁବଶୀଘ୍ର ଶେଷ ହେବ: ସ୍ପିଡ ଡାଟା ସହିତ ଫୋନକୁ ଅଧିକ କାମ କରିବାକୁ ପଡିବ । ଏଥିପାଇଁ ଆପଣଙ୍କ ଡାଟା ମଧ୍ୟ ଖୁବଶୀଘ୍ର ଶେଷ ହୋଇଯିବ । ତେବେ ଅନେକ ଲୋକ ବ୍ୟାଟେରୀ ବଞ୍ଚାଇ ରଖିବା ପାଇଁ ଡାଟା ଅଫ କରି ଦେଇଥାନ୍ତି । ତେବେ ୫ଜିରେ ଯେବେ ଆଫଣ ଅଦିକ ଡାଟା ବ୍ୟବହାର କରିବେ, ନିଶ୍ଚିତ ଭାବରେ ଆପଣଙ୍କ ବ୍ୟାଟେରୀ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ।


:- ୪ଜି ଡିଭାଇସ ଗୁଡିକୁ ଅପଗ୍ରେଡ କରିବାକୁ ହେବ: ୫ଜି ସେବା ପାଇବା ପାଇଁ ଗ୍ରାହକଙ୍କୁ ୫ଜି ସ୍ମାର୍ଟଫୋନର ଆବଶ୍ୟକ ହେବ । ତେଣୁ ଆପଣଙ୍କୁ ନୂଆ ସ୍ମାର୍ଟଫୋନ କିଣିବାକୁ ପଡିବ । ତେବେ ୫ଜି ଫୋନର ଡିମାଣ୍ଡ ବଢିବା ସହିତ ୪ଜି ଫୋନଗୁଡିକର ମୂଲ୍ୟ ଧିରେ ଧିରେ କମ ହେବ ।


You May Also Like

More From Author

+ There are no comments

Add yours