ଲିଭର ‘ସିରୋସିସ୍’ କ’ଣ? କେମିତି ଜାଣିବେ ଲକ୍ଷଣ?

ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ପରେ ଲୋକଙ୍କ ମନରେ ଛନକା ପଶି ଯାଇଛି । ଏହି ଲିଭର ସିରୋସିସ୍ ରୋଗ କ’ଣ, କାହିଁକି ଏହି ରୋଗ ହୁଏ ? ଏହି ରୋଗ ହେଲେ ଏହାର ପ୍ରତିକାର କ’ଣ ? ଲିଭର ସିରୋସିସ୍ ହେଉଛି ଯକୃତକୋଶର କ୍ଷୟ ରୋଗ । ଲିଭରଜନିତ ରୋଗର ଏହା ହେଉଛି ଶେଷ ଷ୍ଟେଜ୍ । ଏହି ରୋଗ ହେଲେ ଲିଭର ଭିତରେ କଳା ଚିହ୍ନ ଭଳି ଟିସୁ ତିଆରି ହୁଏ । ଲିଭରରେ ଥିବା ଏହି କଳା ଚିହ୍ନକୁ ଫିବ୍ରୋସିସ୍ ଟିସୁ ବୋଲି କୁହାଯାଏ । ଏହି ଟିସୁ ତିଆରି ହେଲେ ଲିଭରର ରୋଗ ପ୍ରତିିରୋଧକ ଶକ୍ତି କମିଯାଏ । ଫିବ୍ରୋସିସ୍ ଟିସୁ ଯୋଗୁ ସାଧାରଣ ଟିସୁ ପ୍ରଭାବିତ ହୋଇଥାଏ

ଲିଭର ସିରୋସିସ୍ ରୋଗର ଲକ୍ଷଣ କ’ଣ ?

ଲିଭର ସିରୋସିସ୍ ରୋଗ ହେଲେ ଥକାପଣ ଅନୁଭବ ହୁଏ । ଏହି ସିରୋସିସ୍ ରୋଗୀ ଦୁର୍ବଳ ଅନୁଭବ କରନ୍ତି । ରୋଗ ହେଲେ ଭୋକ କମ ଲାଗିଥାଏ । ବିନାକାରଣରେ ଶରୀରର ଓଜନ ହ୍ରାସ ପାଏ । ବାନ୍ତି ଲାଗିବା ସହ ବାନ୍ତି ମଧ୍ୟ ହୋଇଥାଏ । ପାଦ ଓ ହାତ ନାଲି ପଡିଯାଏ । ତଳି ପେଟର ଡାହାଣ ପଟରେ ଯନ୍ତ୍ରଣା ହୋଇଥାଏ । ରୋଗ ଅଧିକ ଦିନ ରହିଲେ ଲକ୍ଷଣରେ ପରିବର୍ତନ ହୋଇଥାଏ। ଦେହ ହାତରେ କାଛୁ, କୁଣ୍ଡିଆ ହୋଇଥାଏ । ଗୋଡର ତଳ ଭାଗ ଫୁଲିବା ଆରମ୍ଭ ହୋଇଥାଏ । ଜଣ୍ଡିସ୍ ଭଳି ରୋଗ ହୋଇଥାଏ । ଶରୀରରେ କୌଣସି ସ୍ଥାନରେ କଟିଗଲେ ରକ୍ତ ବନ୍ଦ ହେବାରେ ବିଳମ୍ବ ହୁଏ । ଅଧିକ ଗୁରୁତ୍ୱର ବ୍ୟକ୍ତିଙ୍କ ଠାରେ ବ୍ୟବହାରରେ ପରିବର୍ତନ ଦେଖାଯାଏ । ପାକସ୍ତଳୀ, ଭେନ୍, ଖାଦ୍ୟନଳୀର ନମ୍ନ ଭାଗରୁ ରକ୍ତ ପଡେ।

କାହିଁକି ହୁଏ ଲିଭର ସିରୋସିସ୍ ରୋଗ ?

ଲିଭର ସିରୋସିସ୍ ହେବାର ମୁଖ୍ୟ କାରଣ ଅଧିକ ଦିନ ଧରି ମଦ ପିଇବା। ବର୍ଷ ବର୍ଷ ଧରି ମଦ ପିଇବା ଯୋଗୁ ଏଭଳି ରୋଗ ହୋଇଥାଏ।  ହିରୋଇନ୍ ଭଳି ଡ୍ରଗ୍ସ ଖାଉଥିବା ଲୋକଙ୍କୁ ମଧ୍ୟ ଏଭଳି ରୋଗ ହୁଏ। ଲିଭରରେ ଚର୍ବି ଜମା ହେବାରୁ ରୋଗ ବଢିଥାଏ।

ଲିଭର ସିରୋସିସ୍ ରୋଗର ପ୍ରତିକାର କ’ଣ ?

ଏହି ରୋଗରେ କୌଣସି ସ୍ଥାୟୀ ପ୍ରତିକାର ନଥାଏ । ରୋଗୀଙ୍କୁ ମଦ ପିଇବାକୁ ବାରଣ କରାଯାଇଥାଏ । ସୁସ୍ଥ ଡାଏଟ୍ ପାଇଁ ପରାମର୍ଶ ଦିଆଯାଇଥାଏ। ଫଳମୂଳ ଏବଂ ପନିପରିବା ଖାଇବାକୁ କୁହାଯାଏ । ଶରୀର ଓଜନ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥାଏ । ସୁରକ୍ଷିତ ଶାରୀରିକ ସମ୍ପର୍କ ରଖିବାକୁ ପରାମର୍ଶ ଦିଆଯାଇଥାଏ

You May Also Like

More From Author

+ There are no comments

Add yours