ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା! ଏସପି ଅଫିସ ଘେରିବ ବିଜେପି ଯୁବମୋର୍ଚ୍ଚା

ଶବ୍ଦ ଓଡ଼ିଶା ବ୍ୟୁରୋ: ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଆଜି ବିଜେପି ସବୁ ଏସପି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବ । ଗତ ୨୮ ତାରିଖରେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପି ଶୁକ୍ରବାର ପୋଲିସ ଡିଜି, ପୋଲିସ କମିଶନର ଓ ଡିସିପିଙ୍କ ବିରୋଧରେ ଏତଲା ଦେଇଥିଲା । ବିଜେପି ଅଭିଯୋଗ ଆଣିଛି ପୋଲିସ ଅଧିକାରୀ ଓ ସାଦା ପୋଷାକରେ ଥିବା କିଛି ବିଜେଡି ଗୁଣ୍ଡାମାନେ ସେମାନଙ୍କ ଯୁବମୋର୍ଚ୍ଚା କର୍ମୀଙ୍କୁ ଆକ୍ରମଣ କରିଥିଲେ ।

ଏହାର ପ୍ରତିବାଦରେ ବିଜେପି ଆଜି ରାଜ୍ୟର ସମସ୍ତ ଏସପି କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବ । ଆଉ ଯଦି ଏଫଆଇଆର ଥାନାରେ ଗ୍ରହଣ କରାନଯାଏ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛି ଭାରତୀୟ ଜନତା ପାର୍ଟି । ବିଜେପି କହିଛି ଯେ, ରାଜ୍ୟ ପୋଲିସର ଅସହାୟତା, ଅକ୍ଷମତା କାରଣରୁ ଅନେକ ମାମଲା ଥାନାରେ ରୁଜୁ ହୋଇପାରୁନାହିଁ । ସେଥିପାଇଁ ଦଳ ସବୁ ଏସପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛି ।

You May Also Like

More From Author

+ There are no comments

Add yours