ଶବ୍ଦ ଓଡ଼ିଶା ବ୍ୟୁରୋ: ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ ମିଳିଲା ନଗଦ କୋଟିଏ ଟଙ୍କା । କେନ୍ଦୁଝର ଶିରିସପାଳ ସ୍ଥିତ ତାଙ୍କ ପୈତୃକ ଘର, ଘସିପୁରାର ଶ୍ୱଶୁର ଘର, ଭୁବନେଶ୍ୱର ଭିଏସ୍ଏସ୍ ନଗରରେ ଥିବା ବାସଭବନ ଓ ଅଫିସ୍ ସମେତ ୧୩ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକ ରଖି ତଦନ୍ତ କରୁଛି ।
– ଚଢାଉ ସମୟରେ ସାଢେ ୫ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତି ଠାବ
– ଭୁବନେଶ୍ୱରରେ ଉମେଶ ଜେନାଙ୍କ ରହିଛି ତିନି ମହଲା କୋଠା
– କେନ୍ଦୁଝରର ବିଭିନ୍ନ ସ୍ଥାନରେ ରହିଛି ତିନିଟି ବଡ଼ ବଡ଼ ଅଟ୍ଟାଳିକା
– କେନ୍ଦୁଝରର ପ୍ରମୁଖ ସ୍ଥାନରେ ରହିଛି ୫ଟି ଦାମୀ ପ୍ଲଟ
– କେନ୍ଦୁଝର ଘର ଜବତ କରାଯାଇଛି ନଗଦ ୧ କୋଟି ଟଙ୍କା
– ଭିଜିଲାନ୍ସକୁ ମିଳିଛି ୬୫୦ ଗ୍ରାମର ସୁନା ଅଳଙ୍କାର
– ଗୋଟିଏ ଦାମୀ କାର ଓ ୨ଟି ବାଇକ୍ ଜବତ ହୋଇଛି
– ବୀମା, ବ୍ୟାଙ୍କ ପୋଷ୍ଟାଲ ଜମା ଓ ଲକର ଯାଂଚ ଚାଲିଛି
– ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ବେନାମୀ ସମ୍ପତ୍ତି ରହିଛି
+ There are no comments
Add yours